ହାଇଦ୍ରାବାଦ: ଗ୍ଲୋବାଲ ତାରକା ପ୍ରିୟଙ୍କା ଚୋପ୍ରା ନିକଟରେ ଭାରତ ଆସିଥିଲେ । ବର୍ତ୍ତମାନ ଆମେରିକା ଫେରିବା ପରେ ପ୍ରିୟଙ୍କା ତାଙ୍କର ନୂଆ ଫିଲ୍ମ'ଟାଇଗର' ର ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି। ଅଭିନେତ୍ରୀ ବାଘ ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି ଓ ସେମାନଙ୍କୁ ଅଂମ୍ବା ନାମ ଦେଇଛନ୍ତି । ପ୍ରିୟଙ୍କାଙ୍କ ଏହି ଫିଲ୍ମ ଭାରତର ଜଙ୍ଗଲ ଉପରେ ପ୍ରସ୍ତୁତ ହୋଇଛି ।
ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ଟାଇଗରର କାହାଣୀ ବିଷୟରେ କହିବାକୁ ଗଲେ, ଏହା ଜଙ୍ଗଲରେ ବାଘଙ୍କ ଜୀବନଚର୍ଯ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି । ଯେଉଁଥିରେ ସେମାଙ୍କର ଭୋକରେ ବଞ୍ଚିବାର ସଂଘର୍ଷ, ବଞ୍ଚିବାର ଇଚ୍ଛା, ପରସ୍ପର ସହିତ ଝଗଡା ଓ ଭଲ ପାଇବା ସହିତ ବଞ୍ଚିବାର ଇଚ୍ଛା ଏଥିରେ ସାମିଲ ଅଛି । ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଏହି ଫିଲ୍ମର ରିଲିଜ ତାରିଖ ସେୟାର କରି ଲେଖିଛନ୍ତି ,'ଏହି ଫିଲ୍ମ ୨୨ ଏପ୍ରିଲକୁ ରିଲିଜ ହେବାକୁ ଯାଉଛି, ଏହି ଦିନ ବିଶ୍ବ ପୃଥିବୀ ଦିବସ ପାଳନ ହୋଇଥାଏ ।
ପ୍ରକାଶ ଥାଉକି, ପ୍ରିୟଙ୍କା ଏହି ଫିଲ୍ମ ପାଇଁ ଗତ ୮ ବର୍ଷ ଧରି କାମ କରି ଆସୁଛନ୍ତି । ଏହାକୁ ନେଇ ଅଭିନେତ୍ରୀ ପୋଷ୍ଟରେ ଲେଖିଛନ୍ତି , 'ଭାରତର ଜଙ୍ଗଲରେ ଭ୍ରମଣ, ଯେଉଁଠାରେ ଛୋଟରୁ ବଡ ଜୀବଜନ୍ତୁଙ୍କୁ ଦେଖିବାକୁ ମିଳୁଛି । ସେହିପରି ଅମ୍ବା ଟାଇଗର ଯିଏ ତା ପିଲାଙ୍କ ଚିନ୍ତା କରୁଛି ଓ ଟାଇଗର ଅମ୍ବାର ପିଲାଙ୍କ ପ୍ରତି ଭଲ ପାଇବା ଦେଖିବାକୁ ମିଳିବ' ।
ଏହା ମଧ୍ୟ ପଢନ୍ତୁ-ଏହି ଓସ୍କାର ମନୋନୀତ ଫିଲ୍ମର ଅଂଶ ହେଲେ ଦେଶୀ ଗାର୍ଲ
ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିବା ପରେ ଦେଶୀ ଗାର୍ଲ ବହୁତ ଖୁସି ଅଛନ୍ତି । ସେ ଲେଖିଛନ୍ତି, ଏହି ଅତୁଳନୀୟ ଚଳଚ୍ଚିତ୍ର ପାଇଁ ମୋର ସ୍ୱର ଦେଇ ବହୁତ ଖୁସି ଅଛି । ମୁଁ ଆପଣମାନଙ୍କ ସହିତ ଏହି ଫିଲ୍ମ ଦେଖିବା ପାଇଁ ଅପେକ୍ଷା କରିପାରିବି ନାହିଁ । କହି ରଖୁଛୁ ଯେ, ଏହା ପୂର୍ବରୁ ଅଭିନେତ୍ରୀ 'ଦ ଜଙ୍ଗଲ ବୁକ୍ '(2016) ରେ ତାଙ୍କ ସ୍ୱରର ଯାଦୁ ଦେଖାଇଥିଲେ । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନ, ଆର୍ଯ୍ୟନ୍ ଖାନ୍, ନାନା ପାଟେକର, ଓମ୍ ପୁରୀ ଏବଂ ଶେଫାଲି ଶାହାଙ୍କ ସ୍ୱର ମଧ୍ୟ ରହିଥିଲା।