ETV Bharat / entertainment

'ସ୍ପିରିଟ୍'ରେ ପୋଲିସ ବନିବେ ପ୍ରଭାସ, ଫିଲ୍ମର କାହାଣୀ ଉପରୁ ବି ଉଠିଲା ପରଦା

ପ୍ରଭାସଙ୍କ ଫିଲ୍ମ 'ସ୍ପିରିଟ୍' ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଫିଲ୍ମର କାହାଣୀ​​ ଏବଂ ଏଥିରେ ପ୍ରଭାସଙ୍କ ଭୂମିକା କ’ଣ ହେବ ତାହା ପ୍ରକାଶ ପାଇଛି ।

sandeep reddy vangas spirit story
sandeep reddy vangas spirit story (IANS)
author img

By ETV Bharat Entertainment Team

Published : 3 hours ago

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସ ତାଙ୍କର ପୂର୍ବ ଫିଲ୍ମ 'ସାଲାର' ଏବଂ 'କଲ୍କି 2898AD' ସହ ବକ୍ସ ଅଫିସରେ ଏକ ଧମାକା କରିଥିଲେ । ବର୍ତ୍ତମାନ ପ୍ରଭାସ ଫିଲ୍ମ ଆନିମଲ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ସହ ଫିଲ୍ମ 'ସ୍ପିରିଟ୍' ସହ ପରଦାକୁ ଫେରୁଥିବା ବେଳେ ଏହି ଫିଲ୍ମ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଏହାର ଅପଡେଟ୍ ଜାଣିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ଫିଲ୍ମ ଉପରେ ଏକ ବଡ଼ ଖୁଲାସା କରିଛନ୍ତି ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା । ସେ ଫିଲ୍ମର କାହାଣୀ ​​ଏବଂ ପ୍ରଭାସଙ୍କ ଚରିତ୍ର ଉପରୁ ପରଦା ଉଠାଇଛନ୍ତି । ନିକଟରେ ଏକ ଇଭେଣ୍ଟରେ ପରବର୍ତ୍ତୀ ପ୍ରୋଜେକ୍ଟ 'ସ୍ପିରିଟ୍' ବିଷୟରେ ଆଲୋଚନା କରି ଏହା ପ୍ରକାଶ କରିଛନ୍ତି ।

'ସ୍ପିରିଟ୍' ର କାହାଣୀ ​​ଏବଂ ପ୍ରଭାସଙ୍କ ଭୂମିକା କ’ଣ?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ସନ୍ଦୀପ ଭଙ୍ଗା ତେଲୁଗୁ ଫିଲ୍ମ ପୋଟେଲ ପ୍ରି-ରିଲିଜ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ସମୟରେ ସନ୍ଦୀପ ରେଡ୍ଡୀ ଭଙ୍ଗା କହିଛନ୍ତି ଯେ ଫିଲ୍ମ 'ସ୍ପିରିଟ୍' ​​ଏକ ପୋଲିସ୍ ର କାହାଣୀ ଏବଂ ପ୍ରଭାସ ଏହି ଫିଲ୍ମରେ ଖାକି ୟୁନିଫର୍ମ ସହ ପୋଲିସ ଚରିତ୍ରରେ ଅଭିନୟ କରିବେ । ଏହି ଅପଡେଟ୍ ସାମ୍ନାକୁ ଆସିବା ପରେ ପ୍ରଭାସଙ୍କ ପ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ ବର୍ତ୍ତମାନ ଏହା ଉପରେ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ଏକ ସାକ୍ଷାତକାରରେ ସନ୍ଦୀପ ଫିଲ୍ମ ସ୍ପିରିଟର ବଜେଟକୁ 300 କୋଟି ଟଙ୍କା ବୋଲି କହିଥିଲେ। ଏହା ମଧ୍ୟ କୁହାଯାଇଥିଲା ଯେ ଚଳଚ୍ଚିତ୍ର 'ସ୍ପିରିଟ୍' ​​ଓପନିଂ ଦିନରେ 150 କୋଟି ଟଙ୍କାର ବ୍ୟବସାୟ କରିବ । ଚଳିତ ବର୍ଷ ଶେଷ ଅର୍ଥାତ୍ ନଭେମ୍ବର କିମ୍ୱା ଡିସେମ୍ବରରେ ଏହି ତେଲୁଗୁ ଆକ୍ସନ୍-ଥ୍ରୀଲରର ସୁଟିଂ ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ: ପ୍ରଭାସଙ୍କ ଫିଲ୍ମ 'ସ୍ପିରିଟ' ନେଇ ସନ୍ଦୀପ ରେଡ୍ଡୀଙ୍କ ପୂର୍ବାନୁମାନ, ପ୍ରଥମ ଦିନରେ ୧୫୦କୋଟି ଆୟ କରିବ ଫିଲ୍ମ

'ସ୍ପିରିଟ୍' ପ୍ରଭାସଙ୍କ 25ତମ ଫିଲ୍ମ

ସୂଚନା ଥାଉ କି, 'ସ୍ପିରିଟ୍' ପ୍ରଭାସଙ୍କ କ୍ୟାରିଅରର 25ତମ ଫିଲ୍ମ । ଏହି ଫିଲ୍ମ ସହ ପ୍ରଭାସ ପ୍ରଥମ ଥର ପାଇଁ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ସହ କାମ କରିବାକୁ ଯାଉଛନ୍ତି । ସନ୍ଦୀପଙ୍କ ବିଷୟରେ କହିବାକୁ ଗଲେ, ବିଜୟ ଦେବରାକୋଣ୍ଡା-ଶାଲିନୀ ପାଣ୍ଡେଙ୍କ ଅଭିନୀତ ତେଲୁଗୁ ରୋମାନ୍ସ-ଡ୍ରାମା ଅର୍ଜୁନ ରେଡ୍ଡୀ (୨୦୧୭) ସହ ସନ୍ଦୀପ ତାଙ୍କର ନିର୍ଦ୍ଦେଶନା କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ ସାହିଦ କପୁର ଏବଂ କିଆରା ଆଡଭାନୀଙ୍କ ଅଭିନୀତ କବୀର ସିଂ(୨୦୧୯) ସହ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଚଳଚ୍ଚିତ୍ର ନିର୍ମାତା ୨୦୨୩ ବ୍ଲକବଷ୍ଟର 'ଆନିମଲ' ସହ ଫେରିଥିଲେ । ଯାହା ବକ୍ସ ଅପିସରେ ଧମାକା କରିଥିଲା । ବର୍ତ୍ତମାନ ସନ୍ଦୀପ ଏହା ସିକ୍ୱେଲ ମଧ୍ୟ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.