ETV Bharat / entertainment

ବଡ଼ ପରଦା ପରେ ଏବେ ଓଟିଟିରେ ଧମାକା କରିବ 'କଲ୍କି; ଏହି ପ୍ଲାଟଫର୍ମରେ ହେଲା ଷ୍ଟ୍ରିମିଂ - Kalki 2898 AD Run on OTT

author img

By ETV Bharat Odisha Team

Published : Aug 22, 2024, 4:43 PM IST

Kalki 2898 AD OTT Release: ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ ପରେ ଏବେ ଓଟିଟିରେ ଧମାକା କରିବ 'କଲ୍କି 2898 AD'। ଫିଲ୍ମ ଆଜି ଓଟିଟିରେ ରିଲିଜ ହୋଇଥିବା ବେଳେ କେଉଁ ପ୍ଲାଟଫର୍ମରେ ଦେଖିପାରିବେ ? ଜାଣନ୍ତୁ,

ବଡ଼ ପରଦା ପରେ ଏବେ ଓଟିଟିରେ ଧମାକା କରିବ 'କଲ୍କି; ଏହି ପ୍ଲାଟଫର୍ମରେ ହେଲା ଷ୍ଟ୍ରିମିଂ
ବଡ଼ ପରଦା ପରେ ଏବେ ଓଟିଟିରେ ଧମାକା କରିବ 'କଲ୍କି; ଏହି ପ୍ଲାଟଫର୍ମରେ ହେଲା ଷ୍ଟ୍ରିମିଂ (Instagram)

ହାଇଦ୍ରାବାଦ: ପ୍ରଭାସଙ୍କ ଅଭିନୀତ ଫିଲ୍ମ 'କଲ୍କି 2898 AD' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ବହୁତ ପସନ୍ଦ କରିଥିଲେ ଏବଂ ଏହା ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ ସହ ବମ୍ପର କଲେକ୍ସନ କରି ହିଟ୍ ହୋଇଛି । ଯେଉଁମାନେ 'କଲ୍କି 2898 AD' ପରଦାରେ ଦେଖିପାରିନଥିଲେ, ସେମାନେ ଦୀର୍ଘ ଦିନ ଧରି ଫିଲ୍ମର OTT ରିଲିଜକୁ ଅପେକ୍ଷା କରି ରହିଥିଲେ ଏବଂ ଆଜି ସେମାନଙ୍କର ଅପେକ୍ଷା ଶେଷ ହୋଇଛି । ଫିଲ୍ମର ସଫଳତା ପରେ ବର୍ତ୍ତମାନ ନିର୍ମାତା ଓଟିଟି ରିଲିଜ ଘୋଷଣା କରିଛନ୍ତି । ଆଜି ଓଟିଟିର ଏହି ପ୍ଲାଟପର୍ମରେ ରିଲିଜ ହୋଇଛି 'କଲ୍କି' ।

ଏହି ପ୍ଲାଟପର୍ମରେ 'କଲ୍କି' ଷ୍ଟ୍ରିମିଂ

'କଲ୍କି 2898 AD'ର ହିନ୍ଦୀ ସଂସ୍କରଣ ନେଟଫ୍ଲିକ୍ସ ଇଣ୍ଡିଆରେ ଷ୍ଟ୍ରିମିଂ ହୋଇଛି। ଏଥି ସହିତ ପ୍ରାଇମ ଭିଡିଓ ଇଣ୍ଡିଆରେ ଷ୍ଟ୍ରିମିଂ ପାଇଁ ଫିଲ୍ମର ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ସଂସ୍କରଣ ଉପଲବ୍ଧ । ସାଧାରଣତଃ 'କାଲ୍କି 2898 AD' ପରି ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର କେବଳ ଗୋଟିଏ ପ୍ଲାଟଫର୍ମରେ ସମସ୍ତ ଭାଷାରେ ଷ୍ଟ୍ରିମିଂ ହୋଇଥାଏ। କିନ୍ତୁ ଫିଲ୍ମର କ୍ରେଜ୍ ଦେଖି ଉଭୟ ପ୍ଲାଟଫର୍ମ ଏହାକୁ ଷ୍ଟ୍ରିମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଶୁଣି ଫ୍ୟାନ୍ସ ଉତ୍ସାହିତ ହୋଇଛନ୍ତି।

'କଲ୍କି' ବକ୍ସ ଅଫିସ କଲେକ୍ସନ

'କଲ୍କି' ଫିଲ୍ମ ଚଳିତ ବର୍ଷ ଜୁନ 27ରେ ସିଲଭର ସ୍କ୍ରିନରେ ସାରା ବିଶ୍ୱରେ ତେଲୁଗୁ, ତାମିଲ, ହିନ୍ଦୀ, ମଲାୟାଲମ, କନ୍ନଡ ଭାଷାରେ ରିଲିଜ କରିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବମ୍ପର କଲେକ୍ସନ ରେକର୍ଡ ସୃଷ୍ଟି କରିଛି । 600 କୋଟି ବଜେଟରେ ନିର୍ମିତ 'କଲ୍କି 2898 AD' ଘରୋଇ ବକ୍ସ ଅଫିସରେ 645.8 କୋଟି ଟଙ୍କା ରୋଜଗାର କରିଥିବାବେଳେ ଏହା ବିଶ୍ୱ ବକ୍ସ ଅଫିସରେ 1041.65 କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି । ଦୀର୍ଘ 50ଦିନ ଧରି ଏହା ଥିଏଟରରେ ଜାରି ରହିଥିବା ବେଳେ ବେଶ ଲୋକପ୍ରିୟତା ହାସଲ କରିଥିଲା ଏହି ଫିଲ୍ମ ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ପ୍ରଭାସଙ୍କ ଜଲୱା; 'ଜବାନ'କୁ ପଛରେ ପକାଇଲା 'କଲ୍କି', ବନିଲା ସର୍ବାଧିକ ଆୟ କରିଥିବା ୪ର୍ଥ ଫିଲ୍ମ

'କଲ୍କି 2898 AD' ଫିଲ୍ମର କାହାଣୀ ଏବଂ ଷ୍ଟାରକାଷ୍ଟ

'କଲ୍କି 2898 AD' ହେଉଛି ଏକ ସାଇ-ଫାଇ ଚଳଚ୍ଚିତ୍ର। କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ସଲମାନ ଦୁଲେକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.