ETV Bharat / entertainment

ପରଦାରେ 'ଦୁର୍ଗା': ନାରୀଙ୍କ ସଂଘର୍ଷ, ସମର୍ପଣ ଓ ତ୍ୟାଗର ନିଆରା କାହାଣୀ ଦେଖିଲେ ଦର୍ଶକ

ସିଲଭର ସ୍କ୍ରିନରେ ରିଲିଜ ହୋଇଛି ଓଡ଼ିଆ ଫିଲ୍ମ 'ଦୁର୍ଗା' । ନାରୀ କୈନ୍ଦ୍ରିକ ଫିଲ୍ମ ହୋଇଥିବା ବେଳେ ଫିଲ୍ମ ଦର୍ଶକଙ୍କ ମନ ଜିତୁଛି ।

odia film durga release
odia film durga release (film poster, ETV Bharat Odisha)
author img

By ETV Bharat Odisha Team

Published : 4 hours ago

ଭୁବନେଶ୍ୱର: ବଡ ପରଦାରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ ଦୁର୍ଗା । ସାରା ରାଜ୍ୟର ୨୨ଟି ହଲରେ ମୁକ୍ତିଲାଭ କରିଛି ‘ଦୁର୍ଗା । ଏହା ଏକ ନାରୀ କୈନ୍ଦ୍ରିକ ଫିଲ୍ମ ହୋଇଥିବା ବେଳେ ସଂଘର୍ଷ, ସମର୍ପଣ ଓ ତ୍ୟାଗର କାହାଣୀ ସହ ନିଜ ଅଧିକାର ପାଇଁ ନାରୀଟିଏ କିଭଳି ଲଢେଇ କରେ ତାହା ଦେଖିବାକୁ ପାଇଛନ୍ତି ଦର୍ଶକ । ତେବେ ଫିଲ୍ମ ଦେଖିବାକୁ ଥିଏଟରରେ ଭିଡ଼ ଜମୁଥିବା ବେଳେ ଲୋକେ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି ।

'ଦୁର୍ଗା' କାହାଣୀ

odia film durga release (ETV Bharat Odisha)

ଫିଲ୍ମରେ ନାରୀର ଭିନ୍ନ ଭିନ୍ନ ଚରିତ୍ର ଓ ସମୟର ଭିନ୍ନ ଭିନ୍ନ କାହାଣୀ ଚିତ୍ରିତ ହୋଇଥିବା ବେଳେ ଘରେ ଘରେ ଥିବା ପ୍ରତ୍ୟେକ ନାରୀ ଅର୍ଥାତ୍ ଦୁର୍ଗାଙ୍କ କାହାଣୀ ଏଥିରେ ଦେଖିବାକୁ ମିଳିଛି । ସମାଜରେ ଜଣେ ନାରୀ କିପରି ଅବହେଳିତ ଏବଂ ନିଷ୍ପେସିତ ତାହା ଏହି ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି । ବିବାହ ପରେ ବି ନାରୀ ଦୁଷ୍କର୍ମର ବି ଶିକାର ହୁଏ ତାର ଏକ ସୁନ୍ଦର କାହାଣୀ ଚିତ୍ରିତ ହୋଇଛି । ଆଉ ସେ କିଭଳି ତା ସ୍ୱାମୀ ବିରୋଧରେ ନିଜ ଅଧିକାର ପାଇଁ ଲଢେଇ କରୁଛି କୋର୍ଟ ରୁମରେ କାହାଣୀରେ ତାକୁ ଦର୍ଶାଯାଇଛି ।

ସତ ଘଟଣା ଉପରେ ଆଧାରିତ ଫିଲ୍ମ 'ଦୁର୍ଗା'

ନିଚ୍ଛକ ସତ ଘଟଣା ଉପରେ ଆଧାରିତ ଏହି ସିନେମାରେ ଭରି ରହିଛି ଓଡି଼ଶାର ପାଣି ପବନ ଓ ମାଟିର କଥା । ଏହା କେବଳ ମନୋରଞ୍ଜନ ଭିତ୍ତିକ ନୁହଁ ବରଂ ଏହି ଫିଲ୍ମ ସବୁ ନାରୀଙ୍କ ନିଜ କଥାକୁ ବ୍ୟାଖ୍ୟା କରିଛି । ଯାହା ସମାଜକୁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେବ । ତେବେ କାହିଁକି ଦୁର୍ଗା ମାଆଙ୍କ ଆରାଧନା ପରେ ତାଙ୍କୁ ବିସର୍ଜନ କରାଯାଏ ସେହି କାହାଣୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିବା ବେଳେ ଏହି ଫିଲ୍ମ ଲୋକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା ।

'ଦୁର୍ଗା' ଫିଲ୍ମ ଷ୍ଟାରକାଷ୍ଟ

ଏହି ଫିଲ୍ମ 'ଦୁର୍ଗା' ସମ୍ପୂର୍ଣ୍ଣ ନାରୀ କୈନ୍ଦ୍ରିକ ଫିଲ୍ମ ହୋଇଥିବା ବେଳେ ଅଭିନେତ୍ରୀ ପୁନମ ମିଶ୍ରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏଥିସହ ତାଙ୍କ ବିପକ୍ଷରେ ଦୁଇ ଅଭିନେତା ଅଭିଷେକ ଗିରି ଓ ରାଜ ରାଜେଶଙ୍କୁ ଦେଖିବାକୁ ମିଳିଛି । ଏଥିସହ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଇଶା ତଲୱାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଜୀବୀ ଭୂମିକାରେ ଦେଖିବାକୁ ମିଳିଛି । ଅନସ୍ମିଶ ପ୍ରଡକ୍ସନ ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାବେଳେ ପ୍ରଯୋଜକ ରହିଛନ୍ତି ପ୍ରୀତମ ସାହୁ । ନିର୍ଦ୍ଦେଶକ ତାପସ ସରଘରିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଅନ୍ୟାନ୍ୟ ଭୂମିକାରେ ରହିଛନ୍ତି ସରୋଜ ପରିଡା, ହରିହର ମହାପାତ୍ର, ଶକ୍ତି ବରାଳ, ବିଦୁସ୍ମିତା, ପୃଥ୍ୱୀରାଜ ନାୟକ, ପୁଷ୍ପା ପଣ୍ଡା, ଇଲୁ ବାନାର୍ଜୀ, ଅର୍ପଣ ମିଶ୍ର, ଶମ୍ଭୁ ହୋତା, ପପୁଙ୍କ ଭଳି ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ।

ଏହା ମଧ୍ୟ ପଢନ୍ତୁ: ଦର୍ଶକଙ୍କୁ ଦଶହରା ଭେଟି, ଓଡ଼ିଆ ଚଳଚ୍ଚିତ୍ର 'ଦୁର୍ଗା' କହିବ ନାରୀର ସଂଘର୍ଷ କାହାଣୀ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.