ETV Bharat / entertainment

36 ବର୍ଷରେ ପରିଣୀତି; 'ପାରୁ ତୁମେ ମୋ ପାଇଁ ମୂଲ୍ୟବାନ ଉପହାର', ଏପରି ଅନ୍ଦାଜରେ ଲେଡି ଲଭକୁ ୱିସ୍ ଜଣାଇଲେ ରାଘବ ଚଢା

ଆଜି ପରିଣୀତି ଚୋପ୍ରା ତାଙ୍କ 36ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ରାଘଗ ଚଢା ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

Parineeti Chopra Birthday
Parineeti Chopra Birthday (Instagram)
author img

By ETV Bharat Entertainment Team

Published : 2 hours ago

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତଥା ଗାୟିକା ପରିଣୀତି ଚୋପ୍ରା ଆଜି (22 ଅକ୍ଟୋବର) ତାଙ୍କର 36 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ପରିଣୀତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ ଭଉଣୀ ପରିଣୀତିଙ୍କୁ ଶୁଭକାମନା ଜଣାଇଛନ୍ତି । ସେପଟେ ସ୍ୱାମୀ ରାଘବ ଚଢା ମଧ୍ୟ ଖାସ୍ ଅନ୍ଦାଜରେ ପରିଣୀତିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଉଭୟ ପରିଣୀତିଙ୍କୁ ଶୁଭକାମନା ଜଣାଇଛନ୍ତି ।

ରୋମାଣ୍ଟିକ ନୋଟ୍ ଲେଖିଲେ ରାଘବ ଚଢା

ସେହିପରି ରାଘବ ଚଢା ଇନଷ୍ଟାଗ୍ରାମରେ ତାଙ୍କ ଲେଡି ଲଭର ଅନେକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି ଏବଂ ଏହା ସହ ସେ ଏକ ଲମ୍ବା ରୋମାଣ୍ଟିକ ନୋଟ୍ ଲେଖିଛନ୍ତି । ସେ ଲେଖିଛନ୍ତି, ''ତୁମର ହସ, ତୁମର ସ୍ୱର, ତୁମର ସୌନ୍ଦର୍ଯ୍ୟ ବେଳେବେଳେ ମୋତେ ଆଶ୍ଚର୍ଯ୍ୟ କରେ ଯେ ଭଗବାନ କିପରି ଜଣେ ବ୍ୟକ୍ତିରେ ଏତେ ଯାଦୁ ଦେଇଛନ୍ତି । ଆଜି ତୁମର ଜନ୍ମଦିନରେ, ତୁମେ ଯେତେ ସୁନ୍ଦର ଏବଂ ବୁଦ୍ଧିମତାର ସହ ବଢୁଛ, ମୁଁ ଆଶା କରେ ତୁମର ସମସ୍ତ ସ୍ୱପ୍ନ ସାକାର ହେବ । ତୁମେ, ପାରୁ, ମୋର ସବୁଠାରୁ ମୂଲ୍ୟବାନ ଉପହାର । ତୁମ ଚେହେରାରେ ଯଥାସମ୍ଭବ ହସ ଆଣିବା ପାଇଁ ମୁଁ ସବୁକିଛି କରିବା ଜାରି ରଖିବି । ଜନ୍ମଦିନର ଶୁଭେଚ୍ଛା ମୋର ରାଜକୁମାରୀ ।'' ସେପଟେ ସ୍ୱାମୀଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପରିଣୀତି ଲେଖିଛନ୍ତି, "OMG.. ଏହି ମ୍ୟାନ ମୋ ପାଇଁ ଭଗବାନଙ୍କ ଗିପ୍ଟ" ।

Parineeti Chopra Birthday
Parineeti Chopra Birthday (Instagram)

ଏହା ମଧ୍ୟ ପଢନ୍ତୁ: ସାତଜନ୍ମର ସାଥୀ ହେଲେ ରାଘବ-ପରିଣୀତି, ସରିଲା ବିବାହ

Parineeti Chopra Birthday
Parineeti Chopra Birthday (Instagram)

ପରିଣୀତିଙ୍କୁ ଦେଶୀ ଗାର୍ଲଙ୍କ ଶୁଭେଚ୍ଛା

ପ୍ରିୟଙ୍କା ଚୋପ୍ରା ମଙ୍ଗଳବାର ଦିନ ପ୍ରିୟଙ୍କା ଚୋପ୍ରା ତାଙ୍କ ସମ୍ପର୍କୀୟ ଭଉଣୀ ପରିଣୀତି ଚୋପ୍ରାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ପରିଣୀତିଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଶୁଭ ଜନ୍ମଦିନ ତିଶା । ତୁମର ବିଶେଷ ଦିନରେ ବହୁତ ପ୍ରେମ ପଠାଉଛି । ପରିଣୀତି ମଧ୍ୟ ଦେଶୀ ଗାର୍ଲଙ୍କ ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, 'ଧନ୍ୟବାଦ ମିମି ଦିଦି'। ଅନ୍ୟପଟେ ତାଙ୍କ ପରିବାର ସଦସ୍ୟ, ବନ୍ଧୁ ସାନିଆ ମିର୍ଜା, ଆଥିଆ ଶେଟ୍ଟି, ଜ୍ୟାକି ଭଗ୍ନାନୀ, ରାଜୀବ ଆଦିତିଆଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ପରିଣୀତିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

Parineeti Chopra Birthday
Parineeti Chopra Birthday (Instagram)

ଏହା ମଧ୍ୟ ପଢନ୍ତୁ: ସାମ୍ନାକୁ ଆସିଲା ବର-କନିଆଙ୍କ ପ୍ରଥମ ଫଟୋ, ପରୀ ଭଳି ଦିଶୁଛନ୍ତି ପରିଣୀତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.