ETV Bharat / entertainment

ରିଲ୍‌ ନୁହେଁ ରିଅଲ ହିରୋ ସବ୍ୟସାଚୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ବଞ୍ଚାଇଲେ ଜୀବନ - ollywood actor sabyasachi mishra

author img

By ETV Bharat Odisha Team

Published : Apr 4, 2024, 11:44 AM IST

Ollywood Actor Sabyasachi Mishra: ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଠିକ ସମୟରେ ମେଡିକାଲରେ ପହଞ୍ଚାଇ ବ୍ୟକ୍ତିଙ୍କ ପାଇଁ ସାଜିଲେ ଦେବଦୂତ । ଅଧିକ ପଢନ୍ତୁ

Actor Sabyasachi Mishra
Actor Sabyasachi Mishra

ଭୁବନେଶ୍ବର: ରିଲ ନୁହେଁ ରିଅଲ ହିରୋ ସବ୍ୟସାଚୀ । ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ସଡ଼କ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ପହଞ୍ଚାଇବା ସମ୍ଭାବନା ବହୁତ କମ ରହିଥାଏ । ଏହି ପରିସ୍ଥିତିରେ ଲୋକେ ପୋଲିସର ଭୟ କିମ୍ବା ଅନ୍ୟ କୌଣସି କାରଣରୁ ନୀରବଦ୍ରଷ୍ଟା ସାଜିଥାନ୍ତି । ଏଭଳି ସମୟରେ ଜଣେ ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ମେଡିକାଲରେ ପହଞ୍ଚାଇଥିଲେ ଅଭିନେତା ସବ୍ୟସାଚୀ ମିଶ୍ର । ଏହି ମହାନ କାମ ଯୋଗୁଁ ସବୁଠି ତାଙ୍କୁ ପ୍ରଶଂସା କରାଯାଉଛି । ଅଭିନେତାଙ୍କ ଏହି ବଦାନ୍ୟତା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ତାଙ୍କୁ ଗତକାଲି(ବୁଧବାର) ସମ୍ବର୍ଦ୍ଧିତ କରାଯାଇଛି ।

ସୂଚନା ମୁତାବକ, ନୟାଗ଼ଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଅଶୋକ ନିଜ ବୃଦ୍ଧ ପିତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୁରଲୀଧର ରଥ ଓ ମାଆ ପ୍ରଫୁଲ୍ଲ କୁମାରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ନେଇଥିଲେ । ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ଜାତୀୟ ରାଜପଥର ପିପିଲି ବାଇପାସରେ ଏକ ଗାଈ ସହ ଧକ୍କା ହେବାରୁ ବାପ ପୁଅ ଦୁହେଁ ଆଘାତପ୍ରାପ୍ତ ହୋଇ ଚେତାଶୂନ୍ୟ ହୋଇ ପଡିଥିଲେ । ସେହି ସମୟରେ ପୁରୀରୁ ଫେରୁଥିବା ସବ୍ୟସାଚୀ କାଳ ବିଳମ୍ବ ନକରି ସେମାନଙ୍କୁ ନିଜ ଗାଡିରେ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଉଭୟ ବାପ ପୁଅ ଏବେ ସୁସ୍ଥ ଥିବା ଜଣାପଡିଛି । ସବ୍ୟସାଚୀ ଜଣେ କେବଳ ରିଲ୍‌ ହିରୋ ନୁହନ୍ତି ବରଂ ଜଣେ ରିଅଲ ଲାଇଫ ହିରୋ ବୋଲି ପ୍ରମାଣିତ କରିଛନ୍ତି । ଏଥିପାଇଁ ତାଙ୍କୁ ସାଧୁବାଦ ଜଣାଇଛି ରାଜ୍ୟ ପରିବହନ ବିଭାଗ ।

ଏହା ମଧ୍ୟ ପଢନ୍ତୁ-ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ

କୌଣସି ଦୁର୍ଘଟଣାର ପ୍ରଥମ ଘଣ୍ଟା ଆହତଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗୋଲ୍ଡେନ ଆୱାର କୁହାଯାଏ । ଏହି ସମୟ ମଧ୍ୟରେ ଆହତଙ୍କୁ ଚିକିତ୍ସା ସୁବିଧା ମିଳିପାରିଲେ ଜୀବନ ବଞ୍ଚିବାର ସମ୍ଭାବନା ବଢିଥାଏ । ଏଥି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଫାଷ୍ଟ ରେସ୍ପଣ୍ଡର ତାଲିମ ସହ ସଚେତନତା ସୃଷ୍ଟି କରୁଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୨୦୦୦ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି । ବିନା ସଙ୍କୋଚରେ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ପ୍ରାଧିକରଣ ପକ୍ଷରୁ ନିବେଦନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.