ETV Bharat / entertainment

ପାଣ୍ଡିଆନଙ୍କୁ Z ସିକ୍ୟୁରିଟି, ସିଇଓଙ୍କୁ ଫେରାଦ ହେଲା ବିଜେପି - Z Security For Pandian - Z SECURITY FOR PANDIAN

BJP Questions Over Z Security For Pandian: କେଉଁ ଆଧାରରେ ପାଣ୍ଡିଆନଙ୍କୁ ଦିଆଯାଇଛି Z କାଟେଗୋରୀ ସୁରକ୍ଷା ? ଏମିତି ପ୍ରଶ୍ନ କରିଛି ବିଜେପି । ଏହାସହ ରାଜ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଭୂମିକାକୁ ନେଇ ମଧ୍ୟ ଦଳ ଅଭିଯୋଗ ଆଣିଛି ।

Z Security Issue
Z Security Issue
author img

By ETV Bharat Odisha Team

Published : Apr 25, 2024, 8:10 PM IST

Z Security Issue

ଭୁବନେଶ୍ବର: ପାଣ୍ଡିଆନଙ୍କୁ Z ସିକ୍ୟୁରିଟି ଦିଆଯିବା ଘଟଣାକୁ ବିଜେପିର ବିରୋଧ । ମୁଖ୍ୟ ନିର୍ବାଚନରେ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । "କେଉଁ ଆଧାରରେ ପାଣ୍ଡିଆନଙ୍କୁ ଦିଆଯାଇଛି Z କାଟେଗୋରୀ ସୁରକ୍ଷା ? ନେତା ଗିରି କରୁଥିବା ପାଣ୍ଡିଆନଙ୍କର ଲୋକଙ୍କୁ ଏତେ ଭୟ କାହିଁକି ? " ବୋଲି ପ୍ରଶ୍ନ କରିଛି ବିଜେପି । ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, "କୌଣସି ସାମ୍ବିଧାନିକ ପଦ ପଦବୀରେ ନାହାନ୍ତି ପାଣ୍ଡିଆନ । ଏପରିକି ବିଜେଡିରେ ମଧ୍ୟ କିଛି ପଦବୀରେ ନାହାନ୍ତି । ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟ ପାଣ୍ଡିଆନ । ତେଣୁ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବ କେମିତି ପାଣ୍ଡିଆନଙ୍କୁ Z କାଟେଗୋରୀ ସିକ୍ୟୁରିଟି ଦେଇଛନ୍ତି?" ବୋଲି ପ୍ରଶ୍ନ କଲା ବିଜେପି ।

"ମୁଖ୍ୟ ଶାସନ ସଚିବ କ'ଣ କରୁଛନ୍ତି ? ଅଛନ୍ତି ନା ନାହିଁ ରାଜ୍ୟରେ ଜଣାପଡୁନାହିଁ । ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ପାଇଁ ପ୍ରଶାସନ ହେଲିପ୍ୟାଡ ମଧ୍ୟ ତିଆରି କରୁଛି । ଏହାଦ୍ବାରା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଘଂନ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ଶେରଗଡ଼ ଥାନାର ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ ବିଜେଡି ପ୍ରତି ଅତ୍ୟଧିକ ଆନୁଗତ୍ୟ ପ୍ରକାଶ କରୁଛନ୍ତି । ଅନ୍ୟ ଦଳକୁ ଭୋଟ ଦେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ମିଛ କେସ ଏବଂ ମର୍ଡର କେସ ଦେଇ ହାଜତରେ ପୁରାଇ ଦିଆଯିବ ବୋଲି ଲୋକଙ୍କୁ ଧମକ ଦେଉଛନ୍ତି ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ । ଏହି ଏଏସଆଇଙ୍କ ବିରୁଦ୍ଧରେ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦମାନେ ଅଭିଯୋଗ ମଧ୍ୟ କରିଛନ୍ତି । ତଥାପି ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ" ଏମିତି 5ଟି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ ।

ଏହା ବି ପଢନ୍ତୁ...କଳିଙ୍ଗ ଷ୍ଟାଡିୟମ ଭିତରୁ ବିଜେଡି ପ୍ରଚାର ପାଇଁ ପାଣ୍ଡିଆନଙ୍କୁ କିଏ ଦେଲା ଅନୁମତି: ବିଜେପି - BJP Delegation Meet CEO

ସେହିପରି ବିଜେପି ପୂର୍ବରୁ ସିଇଓଙ୍କ ନିକଟରେ ପାଣ୍ଡିଆନଙ୍କ ସୁରକ୍ଷାକୁ ନେଇ ଅଭିଯୋଗ ଆଣିବା ପରେ ତାଙ୍କ ବାସଭବନ ଆଗରେ ପୋଲିସ ହଟାଯାଇଥିଲା । ବିଜେପି ଅଭିଯୋଗ ଆଣିଥିଲା ଯେ, ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ ନିୟୋଜିତ ରହୁଥିବାବେଳେ ବାର୍ଷିକ ୩ କୋଟି ଟଙ୍କା ଖର୍ଚ୍ଚ ହେଉଛି । ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଥିବାବେଳେ ଅବାଧ, ନିରପେକ୍ଷ ନିର୍ବାଚନକୁ ବେଖାତିର କରି ଶାସକ ବିଜେଡି ଆଦର୍ଶ ଆଚରଣବିଧି ଉଲ୍ଲଘଂନ କରୁଛି । "ନିର୍ବାଚନ ସମୟରେ ପୂର୍ବରୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ପ୍ରତ୍ୟାହାର କରାଯାଉଥିବାବେଳେ ପାଣ୍ଡିଆନ ଏସବୁର ଊର୍ଦ୍ଧ୍ୱରେ ରହିଲେ କେମିତି?" ବୋଲି ପ୍ରଶ୍ନ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.