ETV Bharat / entertainment

ରଥଯାତ୍ରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି, ରିଲିଜ ହେବ ନୂଆ ଚଳଚ୍ଚିତ୍ର 'ଜଗା ମୋ ଜଗତଜିତା' - Odia Film Jaga Mo Jagatjita Release

Odia Film Jaga Mo Jagatjita Release: ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଘଣ୍ଟନାଦ ଓ ହୁଳହୁଳିରେ ଗୁଞ୍ଜୁଛି ବଡ଼ ଦାଣ୍ଡ । ଏହି ପବିତ୍ର ଅବସରରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି । ଆଜି ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ 'ଜଗା ମୋ ଜଗତଜିତା' । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Jul 7, 2024, 3:49 PM IST

ରଥଯାତ୍ରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି, ରିଲିଜ ହେବ ନୂଆ ଚଳଚ୍ଚିତ୍ର 'ଜଗା ମୋ ଜଗତଜିତା'
ରଥଯାତ୍ରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି, ରିଲିଜ ହେବ ନୂଆ ଚଳଚ୍ଚିତ୍ର 'ଜଗା ମୋ ଜଗତଜିତା' (ETV Bharat Odisha)

ଭୁବନେଶ୍ୱର: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥାରୂଢ ହୋଇ ଜନ୍ମବେଦୀକୁ ଯିବେ ତିନିଠାକୁର । ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଗଗନପବନ । ଭଜନ କୀର୍ତ୍ତନରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ତେବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇଛି ସାରା ରାଜ୍ୟ । ଏହି ଅବସରରେ ଓଡିଆ ଦର୍ଶକଙ୍କ ମନ ଜାଣି ପରଦାକୁ ଆସୁଛି ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀର ଚଳଚ୍ଚିତ୍ର 'ଜଗା ମୋ ଜଗତଜିତା' । ତେବେ ଏହି ଫିଲ୍ମ ଆଜି ଟେଲିଭିଜନରେ ସିଧାପ୍ରସାରଣ ହେବାକୁ ଯାଉଛି ।

ଏଇଠି ଦେଖିପାରିବେ ଫିଲ୍ମ 'ଜଗା ମୋ ଜଗତଜିତା'

ଏହି ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ପ୍ରସ୍ତୁତ ହୋଇଛି ଏହି ଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ ନିଆରା କାହାଣୀ । ଫିଲ୍ମଟି ଭକ୍ତ ଭଗବାନର କାହାଣୀ ଦର୍ଶାଇବ । ଫିଲ୍ମଟି ଭକ୍ତଙ୍କ ଅଲୌକିକ ଅନୁଭୂତିର କାହାଣୀକୁ ନିଖୁଣ ଭାବେ ଦର୍ଶାଯାଇଥିବା ବେଳେ ଏହା ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଜୀ ସାର୍ଥକ ଚ୍ୟାନଲରେ ଫିଲ୍ମଟି ଆଜି ସନ୍ଧ୍ୟା ୬.୩୦ ମିନିଟରେ ସିଧା ପ୍ରସାରଣ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: ଓଲିଉଡରେ ରଥଯାତ୍ରା ଧୁମ, ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

'ଜଗା ମୋ ଜଗତଜିତା' ଷ୍ଟାରକାଷ୍ଟ
ଜୀ ସାର୍ଥକ ଫିଲ୍ମ୍ସ ବ୍ୟାନରରେ, ଏସପିପି ପ୍ରଡକସନ୍ସ ହାଉସର 'ଜଗା ମୋ ଜଗତଜିତା' ଫିଲ୍ମର କାହାଣୀ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା । ଫିଲ୍ମର ଅନେକ ଲୋକପ୍ରିୟ ତାରକା ଅଭିନୟ କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ବାଦଲ ମହାନ୍ତି, ପୃଥ୍ଵୀରାଜ ନାୟକ ସହିତ ଓଡିଆ ଚଳଚ୍ଚିତ୍ର ଜଗତର ନାମୀ ଦାମୀ କଳାକାର ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ତ୍ରିପତି ସାହୁ ଓ ପ୍ରଯୋଜକ ରହିଛନ୍ତି କ୍ଷୀରୋଦ ପଟ୍ଟନାୟକ । ବୈଦ୍ୟନାଥ ଦାଶ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ନିହାର ପ୍ରିୟାଶୀଷ ଏବଂ ଅରୁଣ ମନ୍ତ୍ରୀ । ଫିଲ୍ମରେ ଅଛି ରହସ୍ୟ ଓ ରୋମାଞ୍ଚ, କାହାଣୀରେ ମଧ୍ୟ ନୂତନତ୍ତ୍ୱ ଅଛି, ଯାହା ଦର୍ଶକଙ୍କୁ ଭଲ ଲାଗିବ ବୋଲି ନିର୍ମାତା ଆଶା ପ୍ରକଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ସୀତା'

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.