ETV Bharat / entertainment

ପରଦାରେ ବିଗୁଲ, ନିଚ୍ଛକ ଓଡିଆ କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିଲା - BIGUL RELEASED

author img

By ETV Bharat Odisha Team

Published : Mar 30, 2024, 9:27 AM IST

Bigul Release: ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ବିଗୁଲ । ସାଇ ଦରବାର ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ଅଜୟ ପାଢ଼ୀଙ୍କ କାହାଣୀ ଓ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ବିଗୁଲ ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

Bigul Release
Bigul Release
odia film bigul

ଭୁବନେଶ୍ବର: ବଡ ପରଦାରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର 'ବିଗୁଲ' । ସାଇ ଦରବାର ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ଅଜୟ ପାଢ଼ୀଙ୍କ କାହାଣୀ ଓ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ବିଗୁଲ ମୁକ୍ତିଲାଭ କରିଛି । ଭୁବନେଶ୍ୱର ମହାରାଜା ସିନେମା ହଲରେ ଏହାର ପ୍ରିମିଅର ଶୋ ହୋଇଥିଲା । ଚଳଚ୍ଚିତ୍ରଟି ଏକ ମୌଳିକ ଓ ନିଚ୍ଛକ ଓଡ଼ିଆ କାହାଣୀ ହୋଇଥିବା ବେଳେ ଦେବୀ ମା’ଙ୍କ ଉପରେ ଥିବା ଆସ୍ଥା ଓ ବିଶ୍ୱାସକୁ ନେଇ ଗତିଶୀଳ ହୋଇଛି । ଗାଁ ମାଟି ପାଣି ପବନର କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଭିନ୍ନ ଚଳଚିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଯାହା ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା ବେଳେ ପ୍ରଥମ ଦିନରେ ହିଁ ହାଉସଫୁଲ ଥିଲା ।

ତେବେ ଫିଲ୍ମ ଆରମ୍ଭରୁ ଶେଷ ଯାଇ ଗାଁ ବେଶଭୂଷା ଚାଲିଚଳନିର ଝଲକ ଦେଖିବାକୁ ମିଳିଥିଲା । ଈଶ୍ୱର ବିଶ୍ୱାସ ଓ ଅନ୍ଧବିଶ୍ୱାସ, ଥ୍ରିଲର, ସସପେନ୍ସକୁ ନେଇ ଚଳଚିତ୍ରର କାହାଣୀ ବେଶ ରୁଦ୍ଧିମନ୍ତ ହୋଇଥିବା ବେଳେ ପ୍ରତିଟି ଚରିତ୍ର ନିଜର ଅଭିନୟକୁ ବେଶ ନିଖୁଣ ଭାବେ ନିଭେଇଛନ୍ତି । ତେବେ ଚଳଚ୍ଚିତ୍ରଟି କିଛି ଅଭିଜ୍ଞ ସହିତ ନବାଗତ କଳାକାରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଅଜୟ ପାଢ଼ୀଙ୍କ ଦମଦାର ନିର୍ଦ୍ଦେଶନାରେ ଦର୍ଶକ ବିମୁଗ୍ଧ ହୋଇଥିଲେ । ଆଦିମ କାଳରୁ ବିଶ୍ୱାସ କରି ଆସୁଥିବା ଦେବୀଙ୍କ ଉପରେ ଥିବା ଭକ୍ତର ଅଗାଢ ବିଶ୍ୱାସକୁ ଚିତ୍ରିତ କରିଛନ୍ତି ନିର୍ଦ୍ଦେଶକ l କିନ୍ତୁ ସେହି ବିଶ୍ୱାସକୁ ପାଥେୟ କରି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ କିଭଳି ବିଗୁଲ ବାଜୁଛି ଆଉ ଯୁଦ୍ଧ ହେଉଛି ତାହାହିଁ ଏଠାରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ-ରିଲିଜ ପୂର୍ବରୁ 'ବିଗୁଲ'କୁ ବିରୋଧ, ରାଜଧାନୀରେ ଗର୍ଜିଲା ହିନ୍ଦୁ ସଂଗଠନ

ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ନିର୍ଦ୍ଦିଷ୍ଟ ଗାଁର କାହାଣୀକୁ ନେଇ ଖୁବ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି ଅଜୟ ପାଢ଼ୀ ଓ ତାଙ୍କ ଟିମ୍ । ବିଶ୍ୱାସ ଓ ଅନ୍ଧବିଶ୍ୱାସର ଲୁଚକାଳି ଭିତରେ ତିନି ନାୟକଙ୍କ ଅନ୍ତରେ ହିଁ ଶେଷ ହୁଏ ସିନେମା । ଆଉ ସେଇଠୁ ହିଁ ଏଣ୍ଟ୍ରି କରନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି ଭିନ୍ନ ଏକ ଚରିତ୍ରରେ । ଶେଷ ଦୃଶ୍ୟରେ ଓଲିଉଡ଼ ଷ୍ଟାର ଅନୁଭବ ମହାନ୍ତି କିଛି ସମୟ ପାଇଁ ନଜର ଆସି ଦର୍ଶକଙ୍କୁ ଚକିତ କରିଥିଲେ ।

ପ୍ରକାଶ ଥାଉକି, ବିଗୁଲ ଦ୍ଵିତୀୟ ଭାଗ ଖୁବ ଶୀଘ୍ର ଆସିବ । ଯେଉଁଥିରେ ଅନୁଭବ ମହାନ୍ତି ବଜାଇବେ ବିଗୁଲ । ତେବେ ଏଥିରେ ବରିଷ୍ଠ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, ବ୍ରଜ ସିଂ, ପ୍ରଥମ ଓଡ଼ିଆ ଭାବେ କାର୍ଯ୍ୟରତ ଏନଏସଡ଼ି ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରସନ୍ନଜିତ ମହାପାତ୍ର, ନାୟିକା ସୁପ୍ରିୟା ନାୟକ ପ୍ରମୁଖ ଏଥିରେ ନିଖୁଣ ଅଭିନୟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.