ETV Bharat / entertainment

ପୁଣି ହାତକୁ ଦି'ହାତ ହେଲେ ମନୋଜ ମିଶ୍ର, ଅଭିନେତ୍ରୀ ମମତା ନନ୍ଦଙ୍କୁ କଲେ ସାତ ଜନ୍ମର ସାଥୀ - Manoj Mishra Marriage

author img

By ETV Bharat Entertainment Team

Published : Sep 4, 2024, 4:56 PM IST

Manoj Mishra Marries With Mamata Nanda: ପୁଣି ଥରେ ବିବାହ କରିଛନ୍ତି ଓଲିଉଡ ଅଭିନେତା ମନୋଜ ମିଶ୍ର । ପ୍ରେମିକା ତଥା ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା । ଏନେଇ ଉଭୟ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଯାହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଅଧିକ ପଢନ୍ତୁ,

ଦ୍ୱିତୀୟ ବିବାହ କଲେ ଅଭିନେତା ମନୋଜ ମିଶ୍ର, ପ୍ରେମିକା ମମତା ନନ୍ଦଙ୍କୁ କଲେ ସାତ ଜନ୍ମର ସାଥୀ
ଦ୍ୱିତୀୟ ବିବାହ କଲେ ଅଭିନେତା ମନୋଜ ମିଶ୍ର, ପ୍ରେମିକା ମମତା ନନ୍ଦଙ୍କୁ କଲେ ସାତ ଜନ୍ମର ସାଥୀ (@Mamata Nanda & @Manoj Mishra, Instagram)

ହାଇଦ୍ରାବାଦ: ଅଭିନେତାରୁ ନେତା ପାଲଟିଥିବା ମନୋଜ ମିଶ୍ର ପୁଣି ଚର୍ଚ୍ଚାରେ ରହିଛନ୍ତି । ଏଥର ବୃତ୍ତିଗତ କାରଣରୁ ନୁହେଁ ବରଂ ବ୍ୟକ୍ତିଗତ କାରଣରୁ ଶିରୋନାମାରେ ରହିଛନ୍ତି ଅଭିନେତା । ମନୋଜ ମିଶ୍ର ବର୍ତ୍ତମାନ ଦ୍ୱିତୀୟ ବିବାହ କରିଛନ୍ତି । ସେ ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ମମତା ନନ୍ଦଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ଉଭୟ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଯାହା ଏବେ ଖୁବ ଭାଇରାଲ ହେଉଥିବା ବେଳେ ଉଭୟଙ୍କୁ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ମମତା ନନ୍ଦଙ୍କ ହାତ ଧରିଲେ ମନୋଜ ମିଶ୍ର

ମନୋଜ ମିଶ୍ର ଅଭିନେତ୍ରୀ ମମତା ନନ୍ଦଙ୍କୁ ଦୀର୍ଘ ଦିନରୁ ଡେଟ୍ କରିଆସୁଥିଲେ । ଯାହାକୁ ନେଇ ଓଲିଉଡ ଜଗତରେ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ କୋର୍ଟ ମ୍ୟାରେଜ କରିଥିବା ବେଳେ ସୋସିଆଲ ମିଡିଆରେ ବିବାହକୁ ସୁନିଶ୍ଚିତ କରିଛନ୍ତି । ଫଟୋରେ ଉଭୟ ମ୍ୟାରେଜ ପେପରରେ ସାଇନ କରୁଥିବା ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଉଭୟ ବରମାଳା ପିନ୍ଧିଥିବାର ନଜର ଆସିଛନ୍ତି । ଅନ୍ୟପଟେ ଅଭିନେତା ଉଭୟଙ୍କ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତା ମମତାଙ୍କ ସହ ପୁରୀ ଜଗନ୍ନାଥ ମନ୍ଦିର ଏବଂ ସମ୍ୱଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର ଦର୍ଶନ କରିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମନୋଜ ମିଶ୍ର ଏହା ଦ୍ୱିତୀୟ ବିବାହ

କହିରଖୁଛୁ କି, ଅଭିନେତା ମନୋଜ ମିଶ୍ର ମାନା ମିଶ୍ରଙ୍କୁ ବିବାହ କରିଥିଲେ । ପରେ ପାରିବାରିକ ବିବାଦ କାରଣରୁ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ମାନା ଏବଂ ମନୋଜଙ୍କର ଏକ ଝିଅ ମଧ୍ୟ ରହିଛନ୍ତି । ପ୍ରଥମ ପତ୍ନୀ ମାନାଙ୍କ ଠାରୁ ଛାଡପତ୍ର ପରେ ମନୋଜ ମିଶ୍ର ଅଭିନେତ୍ରୀ ମମତା ନନ୍ଦଙ୍କ ପ୍ରେମରେ ପଡିଥିଲେ । ପରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ଦୀର୍ଘ ଦିନର ଡେଟିଂ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଅଭିନେତା ନୁହଁ ରାଜନେତା ମଧ୍ୟ ଅଟନ୍ତି ମନୋଜ ମିଶ୍ର

ଓଲିଉଡ଼ ଅଭିନେତା ମନୋଜ ମିଶ୍ର ଅଭିନେତା ସହ ରାଜନେତା ମଧ୍ୟ ଅଟନ୍ତି । ଚଳିତ ବର୍ଷ ପେବୃଆରୀ 10ରେ ସେ ବିଧିବଦ୍ଧ ଭାବେ କଂଗ୍ରେସ ଧଳରେ ମିଶିଥିଲେ । ପରେ ଦଳ ତାଙ୍କୁ ସାଂସଦପ୍ରାର୍ତୀ ଭାବେ ଟିକେଟ ଦେଇଥିଲା । 2024 ସାଧାରଣ ନିର୍ବାଚନରେ ସେ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ହେଲେ ସେ ବାଜି ମାରିନଥିଲେ । କହିରଖୁଛୁ କି, ଓଡ଼ିଆ ସିନେମା ଏବଂ କୋଶଳ ରାଜ୍ୟ ଗଠନକୁ ନେଇ ମନ୍ତବ୍ୟ ଦେଇ ବିବାଦର ସମ୍ମୁଖୀନ ହୋଇଥିଲେ ମନୋଜ ।

ଏହା ମଧ୍ୟ ପଢନ୍ତୁ: ଅଭିନେତାରୁ ନେତା, ହାତ ଧରିଲେ ମନୋଜ ମିଶ୍ର: କହିଲେ "ନେତା ହେବାକୁ ନୁହେଁ, ଜନସେବା ପାଇଁ ଆସିଛି"

ମମତା ନନ୍ଦଙ୍କ ବିଷୟରେ କହିବାକୁ ଗଲେ,

ଏକ ଘରୋଇ ଚ୍ୟାନେଲର “ବିଗ୍ ବ୍ରେକ୍” ନାମକ ଏକ ରିଏଲିଟି ସୋ'ରେ ଅଂଶଗ୍ରହଣକାରୀ ଭାବରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ମମତା ନନ୍ଦ । ଏହି ଶୋ'ରେ ରନର୍ସ ଅପ ହୋଇଥିଲେ । ଏହା ପରେ ଅନୁଭବ ମହାନ୍ତିଙ୍କ ଫିଲ୍ମ 'ବାଳୁଙ୍ଗା ଟୋକା' ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିଥିଲେ । ଏଥିରେ ମମତା ଅନୁଭବଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ 'ଉଆଁସୀ କନ୍ୟା' ସିରିଏଲରେ ଲିଡ୍ ରୋଲରେ ନଜର ଆସି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ସେ ଅନେକ ଫିଲ୍ମ ଏବଂ ସିରିଏଲରେ କାମ କରି ଲୋକଙ୍କ ମନ ଜିତିଛନ୍ତି । 'ସମାପଜୁର ରଘୁ' ର ଫିଲ୍ମରେ ମନୋଜ ମିଶ୍ରଙ୍କ ସହ ମମତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.