ETV Bharat / entertainment

ଏହି ଦିନ ହୋଇପାରେ ରଣବୀର କପୁରଙ୍କ ଫିଲ୍ମ 'ରାମାୟଣ'ର ଘୋଷଣା

Ramayana Announced Date: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର 'ରାମାୟଣ'କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବର୍ତ୍ତମାନ ନିର୍ମାତା ଖୁବଶୀଘ୍ର ଚଳଚ୍ଚିତ୍ରର ଅଫିସିଆଲ୍ ଘୋଷଣା କରିବେ ବୋଲି ଜଣାପଡିଛି । ଜାଣନ୍ତୁ

ଏହି ଦିନ ହୋଇପାରେ ରଣବୀର କପୁରଙ୍କ ଫିଲ୍ମ 'ରାମାୟଣ'ର ଘୋଷଣା
ଏହି ଦିନ ହୋଇପାରେ ରଣବୀର କପୁରଙ୍କ ଫିଲ୍ମ 'ରାମାୟଣ'ର ଘୋଷଣା
author img

By ETV Bharat Odisha Team

Published : Mar 3, 2024, 4:25 PM IST

ହାଇଦ୍ରାବାଦ: ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରାମାୟଣ' ଦୀର୍ଘ ଦିନ ଧରି ଶିରୋନାମାରେ ରହିଆସିଛି । ଫିଲ୍ମ ଏବଂ ଫିଲ୍ମର ଷ୍ଟାରକାଷ୍ଟ ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନଥିବା ବେଳେ ଫିଲ୍ମକୁ ନେଇ କଳ୍ପନା ଜଳ୍ପନା ବଢିଚାଲିଛି । ଫିଲ୍ମରେ ବଲିଉଡରୁ ସାଉଥ ଅନେକ ଲୋକପ୍ରିୟ ତାରକା ରଣବୀର କପୁର, ଏଥିରେ ନଜର ଆସିବେ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ନିର୍ମାତା ଫିଲ୍ମକୁ ନେଇ କରାଯାଉଥିବା କଳ୍ପନା ଜଳ୍ପନାର ଅନ୍ତ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଚଳଚ୍ଚିତ୍ରର ଅଫିସିଆଲ ଘୋଷଣା କରିବେ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ, ରାମ ନବମୀରେ ନିର୍ମାତା ଫିଲ୍ମର ଅଫିସିଆଲ୍ ଘୋଷଣା କରିବେ ବୋଲି ଜଣାପଡିଛି ।

ମିଡିଆ ରିପୋର୍ଟ ଅନୁସାରେ, ପ୍ରଡକ୍ସନ୍ ହାଉସ୍ ନିକଟ ଏକ ସୂତ୍ରରୁ ଜଣାପଡିଛି ଯେ, ଏପ୍ରିଲ ୧୭, ୨୦୨୪ରେ ରାମ ନବମୀ ଅବସରରେ 'ରାମାୟଣ' ଫିଲ୍ମର ଘୋଷଣା କରାଯିବ । ଲୁକ୍ ଟେଷ୍ଟ ଏବଂ ଟେକ୍ନିକାଲ ରିହର୍ସାଲ୍ ସହ ଫିଲ୍ମ ନେଇ ବ୍ୟାପକ ପ୍ରସ୍ତୁତି ଗତ ଦୁଇ ମାସ ମଧ୍ୟରେ ମୁମ୍ବାଇ ଏବଂ ଲସ୍ ଆଞ୍ଜେଲସରେ ହୋଇସାରିଛି । ତେବେ ଏହି ଫିଲ୍ମର ସୁଟିଂ ଚଳିତ ମାସରେ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଥିବା ଜଣାପଡିଛି । ଏଥିସହ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୨୦୨୫ରେ ମୁକ୍ତିଲାଭ କରିପାରେ ।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ନୀତେଶ ତିୱାରୀଙ୍କ 'ରାମାୟଣ'ରେ ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁର ନଜର ଆସିବାକୁ ଥିବା ବେଳେ ମାତା ସୀତା ଭୂମିକାରେ ସାଇ ପଲ୍ଲବୀ କିମ୍ୱା ଜାହ୍ନବୀ କପୁର ନଜର ଆସିବା ନେଇ ଚର୍ଚ୍ଚା ହେଉଛି । ସୂଚନା ଥାଉ କି, ପୂର୍ବରୁ ଏହି ଭୂମିକା ପାଇଁ ରଣବୀରଙ୍କ ପତ୍ନୀ ତଥା ଆଲିଆ ଭଟ୍ଟ ନାଁ ଚର୍ଚ୍ଚା ହେଉଥିଲା । ଅନ୍ୟପଟେ ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଥିବା ଜଣାପଡିଛି । ଏଥିସହ ରାବଣ ଭୂମିକାରେ ସାଉଥ ତାରକା ୟଶ ଏବଂ ଦଶରଥଙ୍କ ଭୂମିକାରେ ଅମିତାଭ ବଚ୍ଚନଙ୍କ ନଜର ଆସିବେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ରାମ ଭୂମିକା ପାଇଁ ରଣବୀର ନେଉଛନ୍ତି ସ୍ପେଶାଲ ଟ୍ରେନିଂ

ସେପଟେ ନିର୍ମାତା ଷ୍ଟାରକାଷ୍ଟ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ନିର୍ମାତା ଫିଲ୍ମର ଚରିତ୍ରକୁ ଧ୍ୟାନରେ ରଖି ଷ୍ଟାରକାଷ୍ଟ ବାଛିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ରଣବୀର ପବ୍ଲିକ ଇମେଜ ପାଇଁ ନୁହେଁ, ବରଂ ରାମ ଚରିତ୍ରକୁ ନ୍ୟାୟ ଦେବା ପାଇଁ ମଦ୍ୟପାନ ଏବଂ ନନ୍‌ଭେଜ ଖାଇବା ବନ୍ଦ କରିଥିବା ଜଣାପଡିଛି । ଏଥିସହ ସେ ଏହି ଫିଲ୍ମ ପାଇଁ ବିଶେଷ ଟ୍ରେନିଂ ନେଉଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.