ETV Bharat / entertainment

ନୟନତାରାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍, ଫ୍ୟାନ୍ସଙ୍କୁ ଏହା କଲେ ଅନୁରୋଧ - Nayanthara X Account Hacked

author img

By ETV Bharat Entertainment Team

Published : Sep 13, 2024, 5:10 PM IST

Nayanthara X Account Hack: ସାଉଥ ଅଭିନେତ୍ରୀ ନୟନତାରାଙ୍କ ଏକ୍ସ(ଟ୍ୱିଟର) ଆକାଉଣ୍ଟ ହ୍ୟାକ ହୋଇଛି । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ,

ନୟନତାରାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍
ନୟନତାରାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ (ETV Bharat)

ହାଇଦ୍ରାବାଦ: ସାଉଥ ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଛି । ଅଭିନେତ୍ରୀ ଏକ୍ସରେ ଏହି ସୂଚନା ଦେଇଛନ୍ତି । ଏଥିସହ ସେ ତାଙ୍କ ଫ୍ୟାନ୍ସଙ୍କୁ ସତର୍କ ରହିବାକୁ କହିବା ସହ କୌଣସି ସନ୍ଦେହଜନକ କିମ୍ବା ବିଭ୍ରାନ୍ତିକର ବିଷୟବସ୍ତୁ ସହିତ ଜଡିତ ହେବା ଠାରୁ ଦୂରେଇ ରହିବାକୁ କହିଛନ୍ତି । କହିରଖୁଛୁ କି, ଅଗଷ୍ଟ 2013 ରେ ମାଇକ୍ରୋବ୍ଲଗିଂ ସାଇଟରେ ଯୋଗ ଦେଇଥିବା ନୟନତାରାଙ୍କ ଏକ୍ସ ପ୍ଲାଟଫର୍ମରେ 3 ମିଲିୟନରୁ ଅଧିକ ଫୋଲର୍ସ ରହିଛନ୍ତି ।

ନୟନତାରାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍

ନୟନ୍ତରା ନିଜେ ଏକ୍ସ ମାଧ୍ୟମରେ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ଦେଇଛନ୍ତି । ଏକ୍ସରେ ଟ୍ୱିଟ୍ କରିବାବେଳେ ସେ ଲେଖିଛନ୍ତି- 'ମୋ ଆକାଉଣ୍ଟ ହ୍ୟାକ୍ ହୋଇଛି । ଦୟାକରି ପୋଷ୍ଟ ହୋଇଥିବା କୌଣସି ଅଦରକାରୀ କିମ୍ବା ଅଜବ ଟ୍ୱିଟ୍ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ।'' ତେବେ ଅଭିନେତ୍ରୀଙ୍କ ଆକାଉଣ୍ଟ ହ୍ୟାକିଂ ଘଟଣା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଫ୍ୟାନ୍ସ ଅଭିନେତ୍ରୀଙ୍କ ଅନଲାଇନ୍ ଉପସ୍ଥିତି ନେଇ ଚିନ୍ତାରେ ଥିବା ବେଳେ ତାଙ୍କ ଆକାଉଣ୍ଟ ପୁନରୁଦ୍ଧାରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଜଣେ ଫ୍ୟାନ୍ସ ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ଲେଖିଛନ୍ତି, ମ୍ୟାମ ଆପଣ ଚିନ୍ତା କରନ୍ତୁ ନାହିଁ, ଶୀଘ୍ର ଠିକ୍ ହୋଇଯିବ । ଅନ୍ୟ ଜଣେ ଲେଖିଛନ୍ତି, ଏହି ହ୍ୟାକରମାନଙ୍କର ଅନ୍ୟ କଣସି କାମ ନାହିଁ କି? କହିରଖୁଛୁ କି, ଏକ୍ସ ଆକାଉଣ୍ଟରେ ନୟନତାରାଙ୍କ 3.3 ମିଲିୟନ ଫୋଲର୍ସ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଅନ୍ନପୁରାନୀ' ଫିଲ୍ମରେ ରାମଙ୍କୁ ଅପମାନ ! କ୍ଷମା ମାଗିଲେ ନୟନତାରା

ନୟନତାରାଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ନୟନତାରାଙ୍କୁ ଶେଷ ଥର ପାଇଁ 'ଅନ୍ନପୂର୍ଣ୍ଣା'ରେ ଦେଖିବାକୁ ମିଳିଥିଲା ​​ଯାହା 2023 ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ପାଇଁ ବିବାଦରେ ଛନ୍ଦି ହୋଇଥିଲେ ଅଭିନେତ୍ରୀ । ଶେଷରେ ଏକ ପୋଷ୍ଟ କରି ସମସ୍ତଙ୍କୁ କ୍ଷମା ମାଗିଥିଲେ ନୟନତାରା । ସେପଟେ ଏହି ବର୍ଷ ଫିଲ୍ମ 'ଜବାନ' ରେ ସେ ଶାହାରୁଖ ଖାନଙ୍କ ବିପକ୍ଷରେ ନଜର ଆସିଥିଲେ । ଯାହା ଏକ ସୁପର ଡୁପର ହିଟ୍ ଥିଲା, ଫିଲ୍ମ ରୋଜଗାରରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଥିଲା । ନିକଟରେ ଜବାନ୍ ରିଲିଜ୍ ହେବାର ଏକ ବର୍ଷ ପୂରଣ କରିଥିଲା ଏବଂ ଫିଲ୍ମ ବର୍ତ୍ତମାନ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ । ଏହି ଫିଲ୍ମ ଜାପାନରେ ନଭେମ୍ବର 29 ରେ ମୁକ୍ତିଲାଭ କରିବାକୁ ଯାଉଛି । ନୟନତାରାଙ୍କ ଆଗାମୀ ଚଳଚ୍ଚିତ୍ରଗୁଡ଼ିକ ହେଉଛି ମୁକେଶ କୁମାର ସିଂଙ୍କ ନିର୍ଦ୍ଦେଶିତ ବିଷ୍ଣୁ ମଞ୍ଚୁଙ୍କ କନ୍ନପ୍ପା । ଯେଉଁଥିରେ ସେ ମୋହନଲାଲ, ବିଷ୍ଣୁ ମଞ୍ଚୁ, ପ୍ରଭାସ, ଅକ୍ଷୟ କୁମାର, କାଜଲ ଅଗ୍ରୱାଲଙ୍କ ପରି ତାରକାମାନଙ୍କ ସହ ସେ ଏହି ଫିଲ୍ମରେ ସ୍କ୍ରିନ ସେୟାର କରିବେ ।

ଏହା ମଧ୍ୟ ପଢନ୍ତୁ: 'କନ୍ନପା' ନୂଆ ପୋଷ୍ଟର ଆଉଟ୍; ସୁଟିଂ ଆରମ୍ଭ କଲେ ପ୍ରଭାସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.