ETV Bharat / entertainment

ନିର୍ଦ୍ଦେଶକ ମଣିକନ୍ଦନଙ୍କ ଘରେ କଳାକନା ବୁଲାଇଲେ ଚୋର

author img

By ETV Bharat Odisha Team

Published : Feb 9, 2024, 4:42 PM IST

Robbed At Manikandan's Residence: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଏମ ମଣିକନ୍ଦନ ବାସଭବନରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ନିର୍ମାତାଙ୍କ ଘରୁ ୧ ଲକ୍ଷ ନଗଦ ଟଙ୍କା ସହ ସୁନାଗହଣା ଚୋରି ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ନିର୍ଦ୍ଦେଶକ ମଣିକନ୍ଦନଙ୍କ ଘରୁ ଚୋରି, ୧ ଲକ୍ଷ ଟଙ୍କା ସହ ସୁନାଗହଣା ଲୁଟିଲେ ଦୁବୃର୍ତ୍ତ

ଚେନ୍ନାଇ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଏମ ମଣିକନ୍ଦନଙ୍କ ଘରୁ ଚୋରି । ନିର୍ମାତାଙ୍କ ମଦୁରାଇ ଜିଲ୍ଲାର ଉସିଲାମପଟ୍ଟିରେ ଅବସ୍ଥିତ ବାସଭବନରୁ ଚୋରି ହୋଇଛି । ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ନିର୍ମାତାଙ୍କ ଘରେ ପଶି ଚୋରି କରିଥିବା ଜଣାପଡିଛି । ଦୁର୍ବୃତ୍ତ ମାନେ ୧ ଲକ୍ଷ ନଗଦ ଟଙ୍କା ସହ ସୁନାଗହଣା ଏବଂ ମୂଲ୍ୟବାନ ଜିନିଷ ଲୁଟି ନେଇଥିବା ଜଣାପଡିଛି । ଘଟଣା ନେଇ ଥାନାରେ ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁସାରେ, ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିକନ୍ଦନ ତାଙ୍କ ଘର ଏବଂ କାର୍ଯ୍ୟାଳୟ ଉସିଲାମପଟ୍ଟିରେ ରହିଛି । ହେଲେ ତାଙ୍କ ଚଳଚ୍ଚିତ୍ର କାମ ଯୋଗୁଁ ସେ ଗତ ୨ ମାସରୁ ଊର୍ଦ୍ଧ୍ବ ହେବ ଚେନ୍ନାଇରେ ନିଜ ପରିବାର ସହ ରହୁଛନ୍ତି । ଏପରି ପରିସ୍ଥିତିରେ ଘରେ କେହିନଥିବାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଘରର ତାଲା ଭାଙ୍ଗି ଘରେ ପଶି ଚୋରି କରିଛନ୍ତି । ସୂଚନା ଅନୁାସାରେ, ୧ ଲକ୍ଷ ନଗଦ ଟଙ୍କା ସହ ୫ଟି ମୂଲ୍ୟବାନ ସୁନାଗହଣା ଲୁଟି ନେଇଥିବା ଜଣାପଡିଛି ।

ଏପରିକି ଚୋରମାନେ ନିର୍ମାତାଙ୍କ ହାସଲ କରିଥିବା ଜାତୀୟ ପୁରସ୍କାରରେ ଲାଗିଥିବା ରୂପା ପଦକକୁ ମଧ୍ୟ ଚୋରି କରିନେଇଯାଇଥିବା ଜଣାପଡିଛି । ତେବେ ଏହି ଘଟଣା ଘଟିବା ସମୟରେ ନିର୍ମାତା ଚେନ୍ନାଇରେ ଥିଲେ । ତେବେ ଘରୁ ଆଉ କେଉଁ ଜିନିଷ ଚୋରି ହୋଇଛି ଜଣାପଡିନଥିବା ବେଳେ କୁହାଯାଉଛି ଯେ ନିର୍ଦ୍ଦେଶକ ମଣିକନ୍ଦନ ଆସି ଯାଞ୍ଚ କରିବା ପରେ ତାହା ସ୍ପଷ୍ଟ ହେବ । ତେବେ ଘଟଣା ନେଇ ସ୍ଥାନୀୟ ଉସିଲାମପଟ୍ଟି ଥାନାରେ ଅଭିଯୋଗ କରାଯାଇଛି । ଉସିଲାମପଟ୍ଟି ପୋଲିସ ତୁରନ୍ତ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଘରୁ ଗହଣା ଚୋରି, ମାମଲା ରୁଜୁ

ମଣିକନ୍ଦନଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଅଗଷ୍ଟ ୨୦୨୩ରେ, ଫିଲ୍ମ ନିର୍ମାତା ମଣିକନ୍ଦନ ଡିସ୍ନି ପ୍ଲସ ହଟଷ୍ଟାରରେ ଏକ ନୂଆ ଧାରାବାହିକ ସହ ତାଙ୍କର ଓଟିଟି ଡେବ୍ୟୁ କରିବେ ବୋଲି ଘୋଷଣା କରିଥିଲେ । ଏହି ଧାରାବାହିକରେ ବିଜୟ ସେଥୁପଥି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମ ଜରିଆରେ ଆନନ୍ଦବନ କଟ୍ଟଲାଇ ଏବଂ କୈଦସି ବିବାସୟିଙ୍କ ପରେ ସେମାନଙ୍କର ତୃତୀୟ ଥର ପାଇଁ ଏକାଠି କାମ କରିଛନ୍ତି । ତାମିଲନାଡୁର ମଣିକନ୍ଦନଙ୍କ ନିଜ ସହର ଉସିଲାମପଟ୍ଟିରେ ଏହି ୱେବ ସିରିଜ୍ ପ୍ରିମିୟର୍ ହୋଇଥିଲା । 7C ଏଣ୍ଟରଟେନମେଣ୍ଟ ପିଭି ଲିମିଟେଡର ପି ଅରୁମୁକୁକୁମାରଙ୍କ ଦ୍ୱାରା ନିର୍ମିତ ଏହି ଧାରାବାହିକରେ ରାଜେଶ ମୁରୁଗେସାନଙ୍କ ସଙ୍ଗୀତ ରହିଥିବା ବେଳେ ଶାନମୁଗୁସୁନ୍ଦରାମଙ୍କ ସିନେମାଟୋଗ୍ରାଫି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.