ETV Bharat / entertainment

ବାଦଶାହଙ୍କ ସହିତ ଦିଲଜିତଙ୍କ ଧମାଲ, 'କ୍ରୁ'ର ପ୍ରଥମ ଗୀତ 'ନେନା' ରିଲିଜ

author img

By ETV Bharat Odisha Team

Published : Mar 5, 2024, 3:45 PM IST

Naina Song released :ଫିଲ୍ମ 'ଦ କ୍ରୁ'ର ପ୍ରଥମ ଗୀତ 'ନେନା' ରିଲିଜ ହୋଇଛି । ଏହି ଗୀତକୁ ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ଓ ରାପର ବାଦଶାହ ଗାଇଛନ୍ତି । ଅଧିକ ପଢନ୍ତୁ

Naina Song released
Naina Song released

ମୁମ୍ବାଇ: କରିନା କପୁର ଖାନ, କ୍ରିତି ସାନନ ଏବଂ ତବୁ ଷ୍ଟାରର୍ ଫିଲ୍ମ 'ଦ କ୍ରୁ'ର ପ୍ରଥମ ଗୀତ 'ନେନା' ରିଲିଜ ହୋଇଛି । ଏୟାର ହଷ୍ଟେସଙ୍କ ଉପରେ ଆଧାରିତ ଫିଲ୍ମ 'ଦ କ୍ରୁ'ର ବହୁତ ସମୟରୁ ଚର୍ଚ୍ଚାରେ ରହିଛି । ତେବେ ନିକଟରେ ଦମଦାର ଟିଜର ରିଲିଜି ହୋଇଥିଲା ଯେଉଁଥିରେ କପିଲ ଶର୍ମାଙ୍କ ଝଲକ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଫିଲ୍ମ ରିଲିଜର କିଛିଦିନ ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ନେନା ରିଲିଜ ହୋଇଛି ।

  • " class="align-text-top noRightClick twitterSection" data="">

ନେନା ଗୀତକୁ ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ଓ ରାପର ବାଦଶାହ ଏକାଠି ଗାଉଥିବାର ନଜର ଆସିଛନ୍ତି । ଏହି ଗୀତରେ କ୍ରୁ ଗାର୍ଲ କରୀନା, ତବୁ ଏବଂ କ୍ରିତିଙ୍କୁ ବୋଲ୍ଡ ଗ୍ଲାମରସ ଲୁକରେ ଦେଖଇବାକୁ ମିଳିବ । 'ନେନା' ଗୀତର ଟିଜର ମାର୍ଚ୍ଚ ୪ ତାରିଖରେ ରିଲିଜ ହୋଇଥିଲା । ଏନେଇ କରୀନାଙ୍କ ଭୁଣୀ କରିସ୍ମା କପୁର କମେଣ୍ଟରେ ଲେଖିଥିଲେ ଯେ, 'ଅପେକ୍ଷା କରିଛି' । ସେହିପରି ଜଣେ ଫ୍ୟାନ ଲେଖିଥିଲେ ଯେ, 'ଆଉ ଅପେକ୍ଷା କରି ହେବନାହିଁ ।' ହିଟ୍ ଗୀତର ପାଓ୍ବାର ହାଉସ ଦିଲଜିତ୍ ଦୋସାଞ୍ଜ ଏବଂ ରାପର ବାଦଶାହଙ୍କ ମଧ୍ୟରେ ପ୍ରଥମଥର କୋଲାବ ହୋଇଛି । ଏହି ଗୀତରେ ଉଭୟଙ୍କ କେମେଷ୍ଟ୍ରି ଜବରଦସ୍ତ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ - 'ଦ କ୍ରୁ' କାଷ୍ଟଙ୍କ ପ୍ରଥମ ଲୁକ ଆଉଟ୍, ମାର୍ଚ୍ଚ ୨୯ରେ ମୁକ୍ତିଲାଭ

ଏହା ମଧ୍ୟ ପଢନ୍ତୁ - 'ଦ କ୍ରୁ' ଟିଜର ରିଲିଜ, କମେଡିର ତଡକା ଲଗାଇବେ କପିଲ୍

ଏହି ଚଳଚ୍ଚିତ୍ର ମାର୍ଚ୍ଚ ୨୯, ୨୦୨୪ରେ ରିଲିଜ ହେବ । ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ 'ଦ କ୍ରୁ' ରିୟା କପୁର ଏବଂ ଏକତା କପୁରଙ୍କ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟି ନିର୍ମିତ ହୋଇଛି । ଗତ ବର୍ଷ (୨୦୨୩)ରେ ଏହି ଚଳଚ୍ଚିତ୍ରର ଘୋଷଣା କରାଯାଇଥିଲା । ଫିଲ୍ମର ସୁଟିଂ ମୁମ୍ବାଇ ଏବଂ ଆବୁଧାବିରେ କରାଯାଇଛି । କରୀନା କପୁର, ତବୁ ଏବଂ କ୍ରିତି ସାନନଙ୍କ ବ୍ୟତୀତ ଏଥିରେ କପିଲ ଶର୍ମା ମଧ୍ୟ କ୍ୟାମିଓ ରୋଲରେ ନଜର ଆସିବେ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରଟି ତିନିଜଣ ମହିଳାଙ୍କ ଉପରେ ଆଧାରିତ, ଯେଉଁମାନେ ବିମାନରେ କ୍ରୁ ଭାବରେ କାର୍ଯ୍ୟ କରନ୍ତି । ତିନିଜଣ ନିଜ ଜୀବନକୁ ଆଗକୁ ନେବାକୁ ଚେଷ୍ଟା କରି ଦିନରାତି ବ୍ୟସ୍ତ ରୁହନ୍ତି । ପରେ ତିନିଜଣ ଗୋଟିଏ ଜାଲରେ ଫସି ଯାଆନ୍ତି । ଏହି ଜାଲ ଭିତରେ ପୁରା କାହାଣୀର ମୂଳ ଅଛି । ଫିଲ୍ମରେ କମେଡିର ତଡକା ମଧ୍ୟ ଲଗାଯାଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.