ETV Bharat / entertainment

ଜନ୍ମାଷ୍ଟମୀରେ ମହେଶ ବାବୁଙ୍କ ଫ୍ୟାନ୍ସଙ୍କୁ ଭେଟି; 'ମୁଫାସା' ତେଲୁଗୁ ଭର୍ସନ ଟ୍ରେଲର ରିଲିଜ, ପ୍ରଶଂସାରେ ସ୍ତ୍ରୀ-ଝିଅ - Mufasa The Lion King Telugu Trailer

author img

By ETV Bharat Odisha Team

Published : Aug 26, 2024, 2:53 PM IST

Mufasa The Lion King Telugu Trailer: ଜନ୍ମାଷ୍ଟମୀ ଅବସରରେ ଡିସ୍ନି ଚଳଚ୍ଚିତ୍ର 'ମୁଫାସା: ଦ ଲାୟନ କିଙ୍ଗ'ର ତେଲୁଗୁ ଟ୍ରେଲର ମୁକ୍ତିଲାଭ କରିଛି। ଏଥିରେ ମହେଶ ବାବୁ ଭଏସ ଦେଇଥିବା ବେଳେ ଟ୍ରେଲର ଦେଖି ଫିଦା ସୁପରଷ୍ଟାରଙ୍କ ପତ୍ନୀ ଏବଂ ଝିଅ । ଉଭୟ ସୋସିଆଲ ମିଡିଆରେ ଟ୍ରେଲର ରିଲିଜ କରି ଅଭିନେତାଙ୍କ ପ୍ରଶଂସା କରିଛନ୍ତି ।

ଜନ୍ମାଷ୍ଟମୀରେ ମହେଶ ବାବୁଙ୍କ ଫ୍ୟାନ୍ସଙ୍କୁ ଭେଟି; 'ମୁଫାସା' ତେଲୁଗୁ ଭର୍ସନ ଟ୍ରେଲର ରିଲିଜ, ପ୍ରଶଂସାରେ ସ୍ତ୍ରୀ-ଝିଅ
ଜନ୍ମାଷ୍ଟମୀରେ ମହେଶ ବାବୁଙ୍କ ଫ୍ୟାନ୍ସଙ୍କୁ ଭେଟି; 'ମୁଫାସା' ତେଲୁଗୁ ଭର୍ସନ ଟ୍ରେଲର ରିଲିଜ, ପ୍ରଶଂସାରେ ସ୍ତ୍ରୀ-ଝିଅ (ANI)

ହାଇଦ୍ରାବାଦ: ଆଜି ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ସାଉଥ ସୁପରଷ୍ଟାର ମହେଶ ବାବୁ ନିଜ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । 'ମୁଫାସା: ଦ ଲାୟନ କିଙ୍ଗ'ର ନିର୍ମାତା ଆଜି 26 ଅଗଷ୍ଟରେ ଫିଲ୍ମର ତେଲୁଗୁ ଟ୍ରେଲର ମୁକ୍ତିଲାଭ କରିଛନ୍ତି । ସାଉଥ ସୁପରଷ୍ଟାର ମହେଶ ବାବୁ ଫିଲ୍ମର ତେଲୁଗୁ ସଂସ୍କରଣରେ ମୁଫାସା ପାଇଁ ସ୍ୱର ଦେଇଥିବା ବେଳେ ଟ୍ରେଲର ଦେଖି ଫିଦା ହୋଇଛନ୍ତି ସୁପରଷ୍ଟାରଙ୍କ ପତ୍ନୀ ଏବଂ ଝିଅ ।

ମୁଫାସା ଟ୍ରେଲର

ଆଜି, ସୋମବାର ମହେଶ ବାବୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ତେଲୁଗୁ ସଂସ୍କରଣର 'ମୁଫାସା: ଦ ଲାୟନ କିଙ୍ଗ'ର ଟ୍ରେଲରକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି,''ଆମେ ଜାଣିଥିବା ଏବଂ ଭଲପାଉଥିବା ଚରିତ୍ରର ଏକ ନୂଆ ଦିଗ । ତେଲୁଗୁରେ ମୁଫାସାଙ୍କ ସ୍ୱର ହେବାକୁ ମୁଁ ବହୁତ ଉତ୍ସାହିତ । କ୍ଲାସିକ୍ସର ଜଣେ ବଡ଼ ପ୍ରଶଂସକ ହୋଇ, ଏହା ମୋ ପାଇଁ ଏକ ବିଶେଷ କଥା । ରାଜାଙ୍କ ଜୟ ହେଉ ।''

ତେବେ ଫିଲ୍ମର ଟ୍ରେଲର ଦେଖି ସୁପରଷ୍ଟାରଙ୍କ ଝିଅ ସୀତାରା ଏବଂ ସ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସୀତାରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ 'ମୁଫାସା: ଦ ଲାୟନ କିଙ୍ଗ'ର ତେଲୁଗୁ ଟ୍ରେଲରକୁ ସେୟାର କରି ଲେଖିଛନ୍ତି,' ତୁମକୁ ତେଲୁଗୁରେ ମୁଫାସା ବୋଲି ଶୁଣିବାକୁ ଅପେକ୍ଷା କରିପାରୁ ନାହିଁ '। ସେହିପରି ସ୍ତ୍ରୀ ଲେଖିଛନ୍ତି, ''ଆମ ଘରର ରାଜା ବର୍ତ୍ତମାନ ଜଙ୍ଗଲର ରାଜା । ତେଲୁଗୁରେ ମୁଫାସାଙ୍କ ଜୀବନ ବିଷୟରେ ବର୍ଣ୍ଣନା କରୁଥିବା ଦେଖି ଆମେ ଗର୍ବିତ ।''

ଏହା ମଧ୍ୟ ପଢନ୍ତୁ: ତେଲୁଗୁ ଭର୍ସନରେ ଆସୁଛି 'ମୁଫାସା'; ଭଏସ ଦେବେ ମହେଶ ବାବୁ, ଏହି ଦିନ ରିଲିଜ ହେବ ଟ୍ରେଲର

ସିତାରାଙ୍କ ପୋଷ୍ଟ
ସିତାରାଙ୍କ ପୋଷ୍ଟ (Instagram)

ଏହି ଭାଷାରେ ଏହି ଦିନ ରିଲିଜ ହେବ ଫିଲ୍ମ

ଦ ଲାୟନ' ପ୍ରିକ୍ୱେଲ ଅଟେ 'ମୁଫାସା: ଦ ଲାୟନ କିଙ୍ଗ' । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବୈରୀ ଜେନକିନସ୍ । ଇଂରାଜୀ ଏବଂ ହିନ୍ଦୀ ଟ୍ରେଲର ରିଲିଜ୍ ହେବା ପରେ ଏବେ ତେଲୁଗୁ ସଂସ୍କରଣର ଟ୍ରେଲର ରିଲିଜ ହୋଇଛି । ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ଇଂରାଜୀ, ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଏହି ଚଳଚ୍ଚିତ୍ରଟି 20 ଡିସେମ୍ବର 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି । ହିନ୍ଦୀ ଭର୍ସନ ପାଇଁ ଶାହାରୁଖ ଖାନ ଏହି ଫିଲ୍ମ ସହ ଯୋଡି ହୋଇଥିବା ବେଳେ ଏବେ ସାଉଥ ସୁପରଷ୍ଟାର ମହେଶ ବାବୁ ଏଥିରେ ଯୋଗ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.