ETV Bharat / entertainment

ଅଡୁଆରେ ବଲିଉଡ ଅଭିନେତ୍ରୀ କରୀନା କପୁର, ହାଇକୋର୍ଟରୁ ମିଳିଲା ନୋଟିସ୍ - High Court Issues Notice to Kareena

MP High Court Issues Notice to Kareena: ମଧ୍ୟପ୍ରଦେଶ ହାଇକୋର୍ଟ ପକ୍ଷରୁ କରୀନାଙ୍କୁ ନୋଟିସ । କରୀନା କପୁର ଖାନଙ୍କୁ ତାଙ୍କ ବୁକ ଟାଇଟଲରେ 'ବାଇବେଲ' ଶବ୍ଦ ବ୍ୟବହାର କରି ଅଡୁଆରେ ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 12, 2024, 8:26 AM IST

MP High Court Issues Notice to Kareena
MP High Court Issues Notice to Kareena (ETV Bharat)

ଭୋପାଳ: ଅଡୁଆରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ । କରୀନାଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ତେବେ କରୀନାଙ୍କର ପ୍ରେଗେନ୍ସି ବିଷୟରେ ଥିବା ପୁସ୍ତକର ଟାଇଟଲ 'ପ୍ରେଗେନ୍ସି ବାଇବେଲ' ସୃଷ୍ଟି କରିଛି ବିବାଦ । ବୁକର ଟାଇଟଲରେ ଥିବା ବାଇବେଲ ଶବ୍ଦକୁ ନେଇ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ, ଜବଲପୁରର ଖ୍ରୀଷ୍ଟୋଫର ଆନ୍ଥୋନୀ ନାମକ ଜଣେ ବ୍ୟକ୍ତି ବୁକ ଟାଇଟଲରେ ଥିବା ବାଇବେଲ ଶବ୍ଦର ବ୍ୟବହାରରେ ଆପତ୍ତି ଆଣି ଏକ ପିଟିସନ ଦାଖଲ କରିଥିଲେ ।

ଓକିଲ କ୍ରିଷ୍ଟୋଫର ଆନ୍ଥୋନିଙ୍କ ଦ୍ବାରା ଫାଇଲ କରାଯାଇଥିବା ପିଟିସନର ଜବାବରେ ଜଷ୍ଟିସ ଗୁରୁପାଲ ସିଂ ଅଲୁୱାଲିଆ ଉତ୍ତର ରଖିଛନ୍ତି । କ୍ରିଷ୍ଟୋଫରଙ୍କ ପିଟିସନ ଅନୁଯାୟୀ, ବୁକ ଟାଇଟଲ ପାଇଁ ବ୍ୟବହାର ହୋଇଥିବା ବାଇବେଲ ଶବ୍ଦ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମୀୟ ବିଶ୍ବାସକୁ ଆଘାତ ଦେଇଛି ।

ଗତ ମେ' 9 ତାରିଖରେ କୋର୍ଟ ଦ୍ବାରା କରୀନାଙ୍କୁ କରାଯାଇଥିବା ଏକ ନୋଟିସରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଆବଶକ୍ୟ ପ୍ରୋସେସ ଦେୟକୁ ଆଗାମୀ ସାତ ଦିନ ମଧ୍ୟରେ ଆରଡି ମୋଡରେ ଦେବା ପାଇଁ ନିର୍ଦ୍ଦେଶ ରହିଛି । ତେବେ କରୀନା କପୁର ଖାନଙ୍କ ବୁକ ପ୍ରେଗେନ୍ସି ବାଇବେଲରେ ବାଇବେଲ ଶବ୍ଦ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମୀୟ ବିଶ୍ବାସକୁ ଆଘାତ ଦେଉଥିବାରୁ କରୀନାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯିବା ଉଚିତ ବୋଲି କ୍ରିଷ୍ଟୋଫର ପିଟିସନରରେ ଦର୍ଶାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ୟୁନିସେଫ୍ ଇଣ୍ଡିଆର ନ୍ୟାସନାଲ ବ୍ରାଣ୍ଡ ଆମ୍ୱାସଡର ହେଲେ ବେବୋ, ପ୍ରଶଂସାରେ ଦେଶୀ ଗାର୍ଲ - KAREENA KAPOOR UNICEF INDIA

କରୀନାଙ୍କ ବ୍ୟତୀତ ଆମାଜନ ଅନଲାଇନ୍ ସପିଂ, ଜଗରନଟ୍ ବୁକ୍ ଏବଂ ପୁସ୍ତକର ସହ-ଲେଖକଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି । ତେବେ ଆରମ୍ଭରେ, ଆନ୍ଥୋନି ଜବଲପୁରର ଏକ ସ୍ଥାନୀୟ ପୋଲିସ ଷ୍ଟେସନରେ କରୀନାଙ୍କ ବିରୋଧରେ ଅଭିଯୋଗ କରିଥିଲେ । କରୀନା ତାଙ୍କ ଗର୍ଭଧାରଣ ଯାତ୍ରାରେ 'ପବିତ୍ର ପୁସ୍ତକ ବାଇବେଲ'ର ଶବ୍ଦ ବ୍ୟବହାର କରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛନ୍ତି ।

ପ୍ରକାଶ ଥାଉକି, ପୋଲିସ ଏକ ମାମଲାରେ କେସ ଫାଇଲ କରିବା ପାଇଁ ମନା କରିଦେଇଥିଲେ । ପରେ ଓକିଲ ଆନ୍ଥୋନି ଏହାର ସମାଧାନ ନେଇ ମାଜିଷ୍ଟ୍ରେଟ କୋର୍ଟରେ ଏକ ବ୍ୟକ୍ତିଗତ ଅଭିଯୋଗ ଆଣି ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । 'ବାଇବେଲ' ଶବ୍ଦର ବ୍ୟବହାର ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ କିପରି ଆଘାତ ଦେଇଛି ତାହା ଆନ୍ଥୋନି ତର୍କଗତ ଭାବରେ ପ୍ରମାଣ କରିପାରିନଥିଲେ । ଫଳରେ ମାଜିଷ୍ଟ୍ରେଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ପରବର୍ତ୍ତୀ ସମୟରେ, ଆନ୍ଥୋନୀ ଅତିରିକ୍ତ ସେସନ କୋର୍ଟ ନିକଟକୁ ଯାଇଥିଲେ । ହେଲେ ସେଠାରେ ମଧ୍ୟ ସେ ନିରାଶ ହେବା ପରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.