ETV Bharat / entertainment

ମିଥୁନ-ଉଷାଙ୍କୁ ପଦ୍ମ ଭୂଷଣ ପୁରସ୍କାର, ଖୁସିବ୍ୟକ୍ତ କଲେ ସେଲିବ୍ରିଟି - Celebs Got Padma Bhushan - CELEBS GOT PADMA BHUSHAN

Mithun Chakraborty-Usha Uthup Got Padma Bhushan: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବଂ ଭାରତୀୟ ପ୍ଲେବ୍ୟାକ୍ ଗାୟକ ଉଷା ଉଥୁପଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯାଇଛି ।

ମିଥୁନ-ଉଷାଙ୍କୁ ପଦ୍ମ ଭୂଷଣ ପୁରସ୍କାର, ଖୁସିବ୍ୟକ୍ତ କଲେ ସେଲିବ୍ରିଟି

author img

By ETV Bharat Odisha Team

Published : Apr 23, 2024, 10:21 AM IST

Updated : Apr 23, 2024, 10:28 AM IST

ମିଥୁନ-ଉଷାଙ୍କୁ ପଦ୍ମ ଭୂଷଣ ପୁରସ୍କାର, ଖୁସିବ୍ୟକ୍ତ କଲେ ସେଲିବ୍ରିଟି

ହାଇଦ୍ରାବାଦ: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବଂ ପ୍ରସିଦ୍ଧ ଗାୟକ ଉଷା ଉଥୁପଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏପ୍ରିଲ ୨୨ ସୋମବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ଉଭୟଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି । ସୋସିଆଲ ମିଡିଆରେ ମିଥୁନ ଚକ୍ରବର୍ତ୍ତୀ ଏବଂ ଉଷା ଉଥୁପଙ୍କ ଫଟୋ ଦେଖିବାକୁ ମିଳୁଛି ଯେଉଁଥିରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଦ୍ମ ପୁରସ୍କାର ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ ଏହି ସମ୍ମାନ ପାଇବା ପରେ ମିଥୁନ ଚକ୍ରବର୍ତ୍ତୀ ଖୁସିବ୍ୟକ୍ତ କରିଛନ୍ତି ।

ଖୁସିବ୍ୟକ୍ତ କଲେ ମିଥୁନ ଚକ୍ରବର୍ତ୍ତୀ: ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇଥିବାରୁ ମିଥୁନ ଚକ୍ରବର୍ତ୍ତୀ ଖୁସିବ୍ୟକ୍ତ କରିଛନ୍ତି । ମିଥୁନ ଚକ୍ରବର୍ତ୍ତୀ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି, 'ମୁଁ ବହୁତ ଖୁସି । ମୋ ଜୀବନରେ ମୁଁ ନିଜ ପାଇଁ କେବେ କାହାକୁ କିଛି ମାଗି ନାହିଁ । ଯେତେବେଳେ ମୁଁ କଲ ପାଇଲି ଯେ ତୁମକୁ ପଦ୍ମ ଭୂଷଣ ଦିଆଯାଉଛି, ମୁଁ ଏକ ମିନିଟ୍ ପାଇଁ ଚୁପ୍ ରହିଲି କାରଣ ମୁଁ ଏହା ଆଶା କରୁନଥିଲି । ଯେତେବେଳେ ତୁମେ ଏପରି କିଛି ପାଇବ ଯାହା ବିଷୟରେ ତୁମର କୌଣସି ଆଶା ନଥାଏ, ତୁମେ ଖୁସି ଅନୁଭବ କରିବ ।''

ଖୁସିବ୍ୟକ୍ତ କଲେ ଉଷା ଉଥୁପ: ଉଷା ଉଥୁପ୍ କହିଛନ୍ତି, 'ମୁଁ ବହୁତ ଖୁସି । ମୋ ପାଇଁ ଏହା ମୋ ଜୀବନର ସବୁଠାରୁ ବଡ ମୁହୂର୍ତ୍ତ । ମୁଁ ନିଜକୁ ବହୁତ ଭଲ ଅନୁଭବ କରୁଛି କାରଣ ଯଦି ତୁମେ ଜଣେ ଶାସ୍ତ୍ରୀୟ ଗାୟକ କିମ୍ବା ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ, କିମ୍ବା ଯଦି ତୁମେ ତୁମର କଳାରେ ଶାସ୍ତ୍ରୀୟ, ତେବେ ଶେଷରେ ପୁରସ୍କାର ପାଇବା ସ୍ୱାଭାବିକ । କିନ୍ତୁ ଆମ ଭଳି ଲୋକଙ୍କ ପାଇଁ ଆମେ ସାଧାରଣ ଲୋକ, ତେଣୁ ପଦ୍ମ ପୁରସ୍କାର ପାଇଁ ମନୋନୀତ ହେବା ଏକ ବଡ଼ କଥା କାରଣ ମୁଁ କେବଳ ଶାନ୍ତି ଏବଂ ଭାଇଚାରା ଉପରେ ବିଶ୍ୱାସ କରେ ଏବଂ ମୁଁ ବିଶ୍ୱାସ କରେ ଯେ ମିଳିତ ଶକ୍ତି ଭାବରେ ଆମେ ପରସ୍ପର ପାଇଁ କାମ କରିପାରିବା । ମୋର ସଙ୍ଗୀତ ମାଧ୍ୟମରେ ସେମାନଙ୍କୁ ହସାଇବା, ତାହା ହିଁ ମୋତେ ଭଲ ଲାଗେ ।''

ଏହି କଳାକାରଙ୍କୁ ବି କରାଗଲା ସମ୍ମାନିତ: ମିଥୁନ ଚକ୍ରବର୍ତ୍ତୀ ଏବଂ ଉଷା ଉଥୁପଙ୍କ ବ୍ୟତୀତ ଭଜନ ଗାୟକ ଶ୍ରୀ କାଲୁରାମ ବାମନିଆ ଏବଂ ବାଂଲାଦେଶୀ ଗାୟକ ରେଜୱାନା ଚୌଧୁରୀ ବାନ୍ୟାଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଉପସ୍ଥିତିରେ ସମସ୍ତ କଳାକାରଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମ କ୍ୟାରିଅର: ମିଥୁନ ଚକ୍ରବର୍ତ୍ତୀ ବଲିଉଡ ଲୋକପ୍ରିୟ ଏବଂ ଶ୍ରେଷ୍ଠ ଅଭିନେତା ମଧ୍ୟରେ ଅନ୍ୟତମ । ମିଥୁନ ବଙ୍ଗଳା ଚଳଚ୍ଚିତ୍ର 'ମୃଗୟା'ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ମୃଣାଲ ସେନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୧୯୭୬ମସିହାରେ ମୁକ୍ତିଲାଭ କରିଥିଲା ​​ଏବଂ ମିଥୁନ ତାଙ୍କ ଭୂମିକା ପାଇଁ ଅନେକ ପ୍ରଶଂସା ପାଇଥିଲେ। ଏହି ପ୍ରଥମ ଚଳଚ୍ଚିତ୍ର ପାଇଁ ମିଥୁନଙ୍କୁ ୨୪ ତମ ଜାତୀୟ ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ପରେ ସେ ସେହି ବର୍ଷ ସେ ଦୁଲାଲ ଗୁହାଙ୍କ ନିର୍ଦ୍ଦେଶିତ 'ଦୋ ଅଞ୍ଜାନେ' ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏଥିସହ ସେ ୧୯୯୨ ମସିହାରେ, ତାହଦର କଥାରେ ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଦ୍ବିତୀୟ ଜାତୀୟ ପୁରସ୍କାର ପାଇଥିଲେ । ସେ ହିନ୍ଦୀ ବ୍ୟତୀତ ସେ ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ପଞ୍ଜାବୀରେ 350 ରୁ ଅଧିକ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ସମ୍ମାନ; ଫ୍ୟାନ୍ସ-ସମର୍ଥକଙ୍କୁ ଶ୍ରେୟ ଦେଲେ ଅଭିନେତା

ଉଷା ଉଥୁପଙ୍କ ବିଷୟରେ କହିବାକୁ ଗଲେ, ଉଷା ଉଥୁପ ଅନେକ ଗୀତରେ ନିଜର ସ୍ୱର ଦେଇଛନ୍ତି । ଉଷା ଉଥୁପ୍ ଜଣେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମା ଗାୟକ । ତାଙ୍କର ସଂଗୀତ ତାଙ୍କର ଅନନ୍ୟ ଗୀତ ଶୈଳୀ ମାଧ୍ୟମରେ ଭାରତୀୟମାନଙ୍କୁ ଆକର୍ଷିତ କରିଛି ।

Last Updated : Apr 23, 2024, 10:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.