ETV Bharat / entertainment

ବିଜେତା ମନୀଷା ରାଣୀଙ୍କ ଅଭିଯୋଗ, ଝଲକ ଦିଖଲା ଯା-୧୧ରେ ମିଳିନି ସମ୍ପୂର୍ଣ୍ଣ ପୁରସ୍କାର ରାଶି - Prize Money Deduction

Allegation Over Prize Money: 'ଝଲକ ଦିଖଲା ଯା-୧୧' ବିଜେତା ମନୀଷା ରାଣୀ ପୁରସ୍କାର ରାଶିକୁ ନେଇ ବଡ଼ ଖୁଲାସା କରିଛନ୍ତି । ସେ ଜିତିଥିବା ପୁରସ୍କାର ରାଶିରୁ ମାତ୍ର ୫୦ ପ୍ରତିଶତ ପ୍ରଦାନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ମନୀଷା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 14, 2024, 9:11 PM IST

Prize Money Deduction
Prize Money Deduction

ହାଇଦ୍ରାବାଦ: 'ଝଲକ ଦିଖଲା ଯା-୧୧' ବିଜେତା ମନୀଷା ରାଣୀ ଆଣିଲେ ସଙ୍ଗୀନ ଅଭିଯୋଗ । ପୁରସ୍କାର ରାଶିକୁ ନେଇ ସେ ଏକ ବଡ଼ ଖୁଲାସା କରିଛନ୍ତି । ମନୀଷାଙ୍କ ଅଭିଯୋଗ ଅନୁସାରେ, ତାଙ୍କର ପୁରସ୍କାର ରାଶିର ୫୦ ପ୍ରତିଶତ କମ୍ ପ୍ରଦାନ କରାଯାଇଥିଲା । ସେ ୩୦ ଲକ୍ଷ ଟଙ୍କା ପାଇବାକୁ ଥିବାବେଳେ ସେଥିରୁ ମାତ୍ର ୫୦ ପ୍ରତିଶତ ଅର୍ଥରାଶି ପ୍ରଦାନ କରାଯାଇଥିବାବେଳେ ବଳକା ଅର୍ଥରାଶି ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନଥିବା ସେ ଅଭିଯୋଗ ଆଣିଛନ୍ତି ।

ଏଭଳି ଘଟଣା ଶିବ ଠାକରେଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଯିଏକି ବିଗ୍ ବସ୍-୧୬ (ମରାଠି)ର ବିଜେତା ରହିଥିଲେ । ସେ ପୁରସ୍କାର ରାଶି ସମ୍ପୂର୍ଣ୍ଣ ରୂପ ପାଇନଥିବା ନେଇ ଅଭିଯୋଗ ଆଣିଥିଲେ । ଶିବ ଠାକରେଙ୍କ ଅଭିଯୋଗ ଅନୁସାରେ, ପୁରସ୍କାର ବାବଦକୁ ୧୭ ଲକ୍ଷ ଟଙ୍କା ପାଇବାକୁ ଥିବାବେଳେ ମାତ୍ର ୧୧.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏପରିକି ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ନିଜକୁ ବହନ କରିବାକୁ ପଡ଼ିଥିବା ଅଭିୟୋଗ ଆଣିଥିଲେ ଶିବ ଠାକରେ । ନିଜ ପୋଷାକରୁ ଆରମ୍ଭ କରି ପରିବାରଲୋକେ ଆସିଥିବାବେଳେ ସେମାନଙ୍କ ବିମାନ ଟିକେଟ୍ ପାଇଁ ଖର୍ଚ୍ଚ ନିଜ ପକେଟରୁ ହିଁ କରିବାକୁ ପଡ଼ିଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ...ମୁମ୍ବାଇର ହୁକ୍କା ବାରରେ ଚଢାଉ, ବିଗବସ ବିଜେତା ମୁନାୱାରଙ୍କ ସମେତ ୧୪ ଅଟକ - Munawar Faruqui Detained

ଏହା ବି ପଢନ୍ତୁ...ବନ୍ଧା ହେଲେ ବିଗ ବସ କନ୍ନଡ ଫେମ ତାରକା ସୋନୁ ଶ୍ରୀନିବାସ ଗୌଡା - Sonu Srinivas Gowda Arrested

ସେହିପରି ମନୀଷା ରାଣୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ବ୍ଲଗରେ କହିଛନ୍ତି, ଝଲକ ସୋ'ର ବିଜେତାଙ୍କ ପାଇଁ ପୁରସ୍କାର ରାଶି ଏବେ ସୁଦ୍ଧା ଆସିନାହିଁ । ଯାହା ବି ମିଳିଛି ତାହା ସମ୍ପୂର୍ଣ୍ଣ ଅର୍ଥରାଶିର ଅଧା । ଅନେକ ଲୋକ ଭାବୁଛନ୍ତି ଯେ, ମୁଁ ହୁଏତ ଜିତିଥିବା ଅର୍ଥରେ ଗୁଜରାଣ ମେଣ୍ଟାଉଛି । ହେଲେ ତା ସତ ନୁହେଁ । ମୁଁ ମୋ ସଫଳତାର ମୂଲ୍ୟ ପାଇନାହିଁ ।" ଏହାସହ ସେ ପ୍ରଶଂସକଙ୍କୁ ସମର୍ଥନ ପାଇଁ ଧନ୍ୟବଦ ଜଣାଇଛନ୍ତି । ତେବେ ମନୀଷା ରାଣୀ ମନୋରଞ୍ଜନ ଦୁନିଆରେ ବିଗ ବସ୍ ଓଟିଟି ମାଧ୍ୟମରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ସେ 'ଖତରୋ କେ ଖିଲାଡି-୧୪'ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାର ସତ୍ୟତା ଜଣାପଡ଼ିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.