ହାଇଦ୍ରାବାଦ: ଚନ୍ଦ୍ରଯାନ ୩ ର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗଗନଯାନ ମିଶନ ପାଇଁ ପ୍ରସ୍ତୁତ ରହିଛି । ଯେଉଁଥିରେ ମହାକାଶଚାରୀମାନଙ୍କୁ ପ୍ରଥମ ଥର ପାଇଁ ମହାକାଶକୁ ପଠାଯିବ । ମଙ୍ଗଳବାର, (ଫେବୃଆରୀ ୨୭)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଗନଯାନ ମିଶନ ପାଇଁ ମହାକାଶକୁ ଯାଉଥିବା ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଥିଲେ ଏବଂ ସେମାନଙ୍କୁ ସମ୍ମାନିତ ମଧ୍ୟ କରିଥିଲେ । ଏହି ଖୁସିର ଦିନରେ ପ୍ରଶାନ୍ତ ବାଲକୃଷ୍ଣ ନାୟାରଙ୍କ ବିବାହର ଖବର ମଧ୍ୟ ସାମ୍ନାକୁ ଆସିଛି । ସେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ଲିନା କୁମାରଙ୍କୁ ବିବାହ କରିଛନ୍ତି ।
ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟ୍ ପ୍ରଶାନ୍ତ ବାଲକୃଷ୍ଣ ନାୟାର ବର୍ତ୍ତମାନ ଗଗନଯାନ ମିଶନ ପାଇଁ ମହାକାଶକୁ ଯିବେ । ଏହି ଘୋଷଣା ପରେ ତାଙ୍କ ବିବାହକୁ ନେଇ ମଧ୍ୟ ଖୁଲାସା ହୋଇଛି । ସାଉଥର ଅଭିନେତ୍ରୀ ଲିନା କୁମାରଙ୍କୁ ବିବାହ କରିଛନ୍ତି ପ୍ରଶାନ୍ତ । ଲିନା ବିବାହର ୪୦ ଦିନ ପରେ ବର୍ତ୍ତମାନ ନିଜ ବିବାହର ଖୁଲାସା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ବିବାହର ଖୁସି ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
ଲିନା କୁମାର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ପ୍ରଥମେ ମୋଦି ପ୍ରଶାନ୍ତଙ୍କୁ ସମ୍ମାନିତ କରୁଥିବା ନଜର ଆସିଛନ୍ତି । ଏହା ପରେ ଉଭୟଙ୍କ ବିବାହ ଫଟୋ ଦେଖିବାକୁ ମିଳିଛି । ସେ ସ୍ୱାମୀ ପ୍ରଶାନ୍ତଙ୍କ ସହ ନଜର ଆସିଛନ୍ତି ଏବଂ ଇସ୍ରୋ ମୁଖ୍ୟ ସୋମନାଥନଙ୍କ ସହ ମଧ୍ୟ ଉଭୟ ନଜର ଆସିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ୨୭ ଫେବୃଆରୀ ୨୦୨୪ରେ ଆମର ପ୍ରଧାନମନ୍ତ୍ରୀ ମୋଦୀ ଜୀ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟ୍, ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ନାୟାରଙ୍କୁ ପ୍ରଥମ ଭାରତୀୟ ମହାକାଶଚାରୀ ୱିଙ୍ଗ୍ ପ୍ରଦାନ କରିଥିଲେ । ଏହା ଆମ ଦେଶ, ଆମର କେରଳ ରାଜ୍ୟ ଏବଂ ବ୍ୟକ୍ତିଗତ ଭାବେ ମୋ ପାଇଁ ଗର୍ବ ଏବଂ ଏକ ଐତିହାସିକ ମୁହୂର୍ତ୍ତ ।
ଏହା ମଧ୍ୟ ପଢନ୍ତୁ: ମହାକାଶ ଯିବେ 4 ମହାକାଶଚାରୀ : ନାମ ଘୋଷଣା କଲେ ମୋଦି, କହିଲେ 'ଆପଣମାନେ ଭାରତର ଶୌର୍ଯ୍ୟ'
ସେ ଆହୁରି କହିଛନ୍ତି, ମୁଁ କିଛି ଅଫିସିଆଲି କାରଣରୁ ଏହାକୁ ଗୋପନୀୟ ରଖିଥିଲି, ହେଲେ ଏବେ ମୁଁ ଏହି ଘୋଷଣା କରି ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ମୁଁ ପ୍ରସନ୍ନଙ୍କୁ ୧୭ ଜାନୁୟାରୀ ୨୦୨୪ ରେ ଏକ ପାରମ୍ପାରିକ ସମାରୋହରେ ବିବାହ କରିଛି । ଏହି ଭିଡିଓ ସେୟାର ହେବା ମାତ୍ରେ ପ୍ୟାନ୍ସ ଏହାକୁ ପସନ୍ଦ କରିବା ସହ ତାଙ୍କ ପାଇଁ ଗର୍ବିତ ଥିବା କହିଛନ୍ତି । ଏତିସହ ଉଭୟଙ୍କୁ ଫ୍ୟାନ୍ସ ସମେତ ସେଲିବ୍ରିଟି ବିବହାର ଶୁଭକାମନା ଜଣାଇଛନ୍ତି ।