ETV Bharat / entertainment

ମୃତ୍ୟୁ ପୂର୍ବରୁ ଅନୀଲ ମେହେତାଙ୍କ ସହ କ'ଣ ଘଟିଥିଲା ? ମଲାଇକାଙ୍କ ମାଆ କଲେ ଖୁଲାସା - malaika arora mother statement

author img

By ETV Bharat Entertainment Team

Published : Sep 13, 2024, 11:15 AM IST

Malaika Arora Father Anil Mehta Death: ମଲାଇକା ଆରୋରାଙ୍କ ବାପା ଅନୀଲ ମେହେତାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ସୁଦ୍ଧା କେହି ବିଶ୍ୱାସ କରିପାରୁନାହାନ୍ତି ଯେ, ତାଙ୍କ ବାପା ଜୀବନ ହାରିଛନ୍ତି । ତେବେ ଘଟଣା ଦିନ ମଲାଇକାଙ୍କ ମାଆ ଜୋଏସ୍ ପଲିକାର୍ପ ସମାନ ଘରେ ଥିବା ବେଳେ ଅନୀଲଙ୍କ ମୃତ୍ୟୁ ପୂର୍ବରୁ ଯାହା ଘଟିଥିଲା ​​ତାହା ବଖାଣିଛନ୍ତି । ଅନୀଲଙ୍କ ସହ କ'ଣ ହୋଇଥିଲା ? ଜାଣନ୍ତୁ,

ମୃତ୍ୟୁ ପୂର୍ବରୁ ଅନୀଲ ମେହେତାଙ୍କ ସହ କ'ଣ ଘଟିଥିଲା ? ମଲାଇକାଙ୍କ ମାଆ କଲେ ଖୁଲାସା
ମୃତ୍ୟୁ ପୂର୍ବରୁ ଅନୀଲ ମେହେତାଙ୍କ ସହ କ'ଣ ଘଟିଥିଲା ? ମଲାଇକାଙ୍କ ମାଆ କଲେ ଖୁଲାସା (IANS, ETV Bharat Odisha)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ମଲାଇକା ଏବଂ ଅମୃତା ଆରୋରାଙ୍କ ବାପା ଅନୀଲ ମେହେତାଙ୍କ ବୁଧବାର(ସେପ୍ଟେମ୍ୱର 11)ରେ ମୁମ୍ବାଇରେ ଦେହାନ୍ତ ହୋଇଛି । ରିପୋର୍ଟରେ ସେ ବାନ୍ଦ୍ରାସ୍ଥିତ ତାଙ୍କ ଘର ବାଲକୋନିରୁ ଡେଇଁ ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ, ଫୋରେନସିକ୍ ଟିମ୍ ସହାୟତାର ତଦନ୍ତ ଜାରି ରଖିଛି । ତେବେ ସେ କାହିଁକି ଏଭଳି ନିଷ୍ପତି ନେଲେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ଉଠିଛି । ତେବେ ଘଟଣା ଦିନ ମଲାଇକାଙ୍କ ମାଆ ଜୋଏସ ପଲିକାର୍ପ ଅନୀଲଙ୍କ ସହ ସମାନ ଘରେ ଥିବା ବେଳେ ତାଙ୍କ ମୃତ୍ୟୁ ପୂର୍ବରୁ କ'ଣ ହୋଇଥିଲା ଏବଂ କିପରି ଏହା ଘଟିଲା । ତାହାର ଖୁଲାସା କରିଛନ୍ତି ଜୋଏସ ।

ମଲାଇକାଙ୍କ ମାଆଙ୍କ ବୟାନ

ରିପୋର୍ଟ ଅନୁସାରେ, ଅନୀଲ ମେହେତାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲାରେ ମଲାଇକାଙ୍କ ମାଆ ଜୋଏସ ପଲିକାର୍ପଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏହି ସମୟରେ ସେ ପୋଲିସକୁ କହିଛନ୍ତି ଯେ ଛାଡପତ୍ର ସତ୍ତ୍ୱେ ସେମାନେ ପୁଣି ଏକାଠି ରହୁଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ଅନୀଲଙ୍କୁ କୌଣସି ପ୍ରକାର ରୋଗରେ ଆକ୍ରାନ୍ତ ନଥିଲେ । କିନ୍ତୁ ତାଙ୍କ ଆଣ୍ଠୁରେ କିଛି ଯନ୍ତ୍ରଣା ଥିଲା ଏବଂ ଏହା ବ୍ୟତୀତ ତାଙ୍କର ଅନ୍ୟ କୌଣସି ଅସୁବିଧା ନଥିଲା । ସେ ମର୍ଚ୍ଚାଣ୍ଟ ନୌସେନାରୁ କାର୍ଯ୍ୟ କରିଥିଲେ ।

ମାଆ କହିଲେ ପୁରା ଘଟଣାକ୍ରମ

ମଲାଇକା ଆରୋରାଙ୍କ ମାଆ ଜୋଏସ ପଲିକାର୍ପ ଆହୁରି କହିଛନ୍ତି ଯେ, ଅନିଲ ଆରୋରା ପ୍ରତିଦିନ ସକାଳେ ବାଲକୋନୀରେ ବସି ଖବରକାଗଜ ପଢିବାର ଅଭ୍ୟାସ ରହିଛି । ବୁଧବାର ଯେତେବେଳେ ଜୋଏସ୍ ଅନୀଲଙ୍କ ଚପଲକୁ ଲିଭିଂ ରୁମରେ ଦେଖିଲେ, ସେ ସେମାନଙ୍କୁ ଖୋଜିବାକୁ ବାଲକୋନୀକୁ ଗଲି । କିନ୍ତୁ ସେ ସେଠାରେ ଅନୀଲଙ୍କୁ ପାଇଲି ନାହିଁ, ଏହା ପରେ ସେ ବାଲକୋନିରୁ ତଳକୁ ଦେଖିବା ବେଳେ ତଳେ କେହି ଜଣେ ଶଦ୍ଦ କରୁଛନ୍ତି । ବିଲ୍ଡିଂର ସିକ୍ୟୁରିଟି ସାହାଯ୍ୟ ପାଇଁ ଡାକୁଥିଲେ। ଏହା ପରେ ସେ ତଳକୁ ଆସି ଦେଖିଲା ବେଳକୁ ଘଟଣା ଘଟିସାରିଛି ।

ଏହା ମଧ୍ୟ ପଢନ୍ତୁ: ଜୀବନ ହାରିବା ପୂର୍ବରୁ ମଲାଇକାଙ୍କୁ ବାପାଙ୍କ ଶେଷ କଲ୍, କହିଥିଲେ ଏମିତି କଥା

ଘଟଣା ସମୟରେ ମଲାଇକା ମୁମ୍ବାଇରେ ନଥିଲେ

ସୂଚନା ଅନୁାସାରେ, ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ମଲାଇକା ଆରୋରା ମୁମ୍ବାଇରେ ନଥିଲେ । ସେ ପୁଣେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ସେ ଏ ବିଷୟରେ ସୂଚନା ପାଇବା ମାତ୍ରେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମଲାଇକାଙ୍କ ବାପାଙ୍କ ଦେହାନ୍ତ ଖବର ଶୁଣି ସଙ୍ଗେ ସଙ୍ଗେ ତାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ, ରୁମର ବୟଫ୍ରେଣ୍ଡ ଅର୍ଜୁନ କପୁର ମାଆଙ୍କ ଘରେ ପହଞ୍ଚିଥିଲେ । ପରେ ସଲମାନ ଖାନଙ୍କ ପରିବାର ତାଙ୍କର ଘନିଷ୍ଠ ବନ୍ଧୁ କରୀନା କପୁର, କରିସ୍ମା କପୁର, ସୈଫ ଅଲି ଖାନ, ଟେରେନ୍ସ ଲୁଇସଙ୍କ ସମେତ ଅନେକ ତାରକା ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଗତକାଲି ସଲମାନ ଖାନ ମଧ୍ୟ ମଲାଇକାଙ୍କ ଘେର ପହଞ୍ଚି ଅନୀଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପରିବାରକୁ ସମବେଦନା ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.