ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ଅଜୟ, 'ମୈଦାନ'ର ଫାଇନାଲ ଟ୍ରେଲର ରିଲିଜ - MAIDAAN FINAL TRAILER - MAIDAAN FINAL TRAILER

Maidaan Final Trailer released: ବଲିଉଡର ସିଂଘମ ଅଜୟ ଦେବଗନ ଆଜି ତାଙ୍କ ଜନ୍ମଦିନରେ 'ମୈଦାନ'ର ଫାଇନାଲ ଟ୍ରେଲର ରିଲିଜ କରିଛନ୍ତି । ଅଧିକ ପଢନ୍ତୁ

Maidaan Final Trailer released
Maidaan Final Trailer released
author img

By ETV Bharat Odisha Team

Published : Apr 2, 2024, 12:32 PM IST

ମୁମ୍ବାଇ: ବଲିଉଡ ଷ୍ଟାର ଅଜୟ ଦେବଗନଙ୍କ ଆଜି ୫୫ତମ ଜନ୍ମଦିନ । ଏହି ଅବସରରେ ଅଭିନେତାଙ୍କୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପରିବାର ଏବଂ ଫ୍ୟାନ୍ସ ଶୁଭେଚ୍ଛା ଜଣାଉଛନ୍ତି । ସେପଟେ ଅଜୟ ଆଜିର ଖାସ ଦିନରେ ଫ୍ୟାନ୍ସଙ୍କୁ ନିଜ ଆଗାମୀ ଫିଲ୍ମ 'ମୈଦାନ' ନେଇ ଏକ ଉପହାର ଦେଇଛନ୍ତି । ସେ ଫିଲ୍ମର ଫାଇନାଲ ଟ୍ରେଲର ରିଲିଜ କରି ଫ୍ୟାନ୍ସଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି । ଏହା ପୂର୍ବରୁ ଅଭିନେତା ଗତ ୭ ତାରିଖରେ ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ କରିଥିଲେ । ବର୍ତ୍ତମାନ ଏକ ମାସ ପରେ ଫିଲ୍ମର ଫାଇନାଲ ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଅଜୟ ଦେବଗନ ରିୟଲ ଟାଇମ ଫୁଟବଲ୍ ପ୍ରଶିକ୍ଷକ ସେୟଦ ଅବଦୁଲ୍ଲ ରହିମଙ୍କ ଭୂମିକାରେ ଦେଖିବାକୁ ମିଳିବ ।

  • " class="align-text-top noRightClick twitterSection" data="">

ଅଜୟଙ୍କ ଫିଲ୍ମ ମୈଦାନର ଫାଇନାଲ ଟ୍ରେଲର ୨.୦୬ ମିନିଟର ରହିଛି । ଏଥିରେ ଖେଳ ପାଇଁ ଥିବା ଇଚ୍ଛା ଶକ୍ତି ଓ ଉତ୍ସାହ ଦେଖିବାକୁ ମିଳିଛି । କୋଚ୍ ସେୟଦ ଅବଦୁଲ୍ଲ ରହିମଙ୍କ ଭୂମିକାରେ ଅଜୟ ଦେବଗନ କୌଣସି ବି ଚେଷ୍ଟା ଛାଡି ନାହାନ୍ତି । ଏହି ରୋଲରେ ଅଭିନେତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ଟ୍ରେଲରରେ ଦେଖିବାକୁ ମିଳିଛି ଯେ, ସେୟଦ ଅବଦୁଲ ରହିମଙ୍କ ଭୂମିକାରେ ଅଜୟ ଦେବଗନ ଦେଶର କୋଣ ଅନୁକୋଣରୁ ପିଲାମାନଙ୍କୁ ଏକାଠି କରି ଏକ ଅନ୍ତର୍ଜାତୀୟ ଫୁଟବଲ ଦଳ ଗଠନ କରନ୍ତି, ଯାହା ପଡ଼ିଆରେ ପରାସ୍ତ ହେବାର ଦେଖାଯାଏ । ଏହା ପରେ ଅଜୟ ତାଙ୍କ ଦଳକୁ ତାଲିମ ଦେବା ଆରମ୍ଭ କରନ୍ତି ।

ଏହା ମଧ୍ୟ ପଢନ୍ତୁ-'ମୈଦାନ'ର ନୂଆ ଟ୍ରାକ ମିର୍ଜା ରିଲିଜ; ପରଦାରେ ଅଜୟ-ପ୍ରିୟାମଣିଙ୍କ ଜବରଦସ୍ତ କେମେଷ୍ଟ୍ରି

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ଶର୍ମା । ଇଦ୍ ଅବସରରେ ଏପ୍ରିଲ 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଫିଲ୍ମ । ଏହି ଫିଲ୍ମ ଜଣେ ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ନେଇ ପ୍ରସ୍ତୁତ କରାଯାଇଛି । ଯିଏ ଭାରତ ପାଇଁ ଏପରି ଇତିହାସ ଏବଂ ରେକର୍ଡ ସୃଷ୍ଟି କରିଥିଲେ ଯାହାକି ବର୍ଷ ବର୍ଷ ପରେ ମଧ୍ୟ ଆମେ ବିଶ୍ବର ସର୍ବାଧିକ ଖେଳାଯାଇଥିବା କ୍ରୀଡ଼ାରେ ସେହି ସଫଳତା ସହ ମେଳ କରିପାରିଲୁ ନାହିଁ । ଏହି ଫିଲ୍ମରେ ଅଜୟ ଦେବଗନଙ୍କୁ ଏକ ଫୁଟବଲ ପ୍ରଶିକ୍ଷକ ସେୟଦ ଅବଦୁଲ୍ଲ ରହିମଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯିଏ ୧୯୫୨ରୁ ୧୯୬୨ ପର୍ଯ୍ୟନ୍ତ ଫୁଟବଲ କୋଚ ଥିଲେ । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟାମଣି, ଗଜରାଜ ରାଓ ଏବଂ ଦକ୍ଷିଣ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.