ETV Bharat / entertainment

ମହାଶ୍ଵେତା ରାୟଙ୍କ ଅଭିନୀତ 'ଆଶ୍ରମ'ର ସ୍ପେଶାଲ ସ୍କ୍ରିନିଂ, ଫିଲ୍ମ ଦେଖିଲେ ପୁରା ଟିମ୍ ସମେତ ଓଲିଉଡ଼ ସେଲିବ୍ରିଟି - Odia Film Ashram Special Screening - ODIA FILM ASHRAM SPECIAL SCREENING

Odia Film Ashram Special Screening: ଖୁବଶୀଘ୍ର ଆସୁଛି ମହାଶ୍ଵେତା ରାୟଙ୍କ ଅଭିନୀତ ଫିଲ୍ମ 'ଆଶ୍ରମ' । ମାନବବାଦର ଏକ ସୁନ୍ଦର ବାର୍ତ୍ତାକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଆୟୋଜିତ ହୋଇଛି । ଏହି ଅବସରରେ ମହାଶ୍ଵେତା ରାୟଙ୍କ ସମେତପୁରା ଟିମ, ଓଲିଉଡର ନାମାଦାମୀ କଳାକାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ଫିଲ୍ମକୁ ଉପଭୋଗ କରିଥିଲେ । ଅଧିକ ପଢନ୍ତୁ,

ମହାଶ୍ଵେତା ରାୟଙ୍କ ଅଭିନୀତ 'ଆଶ୍ରମ'ର ସ୍ପେଶାଲ ସ୍କ୍ରିନିଂ, ଫିଲ୍ମ ଦେଖିଲେ ପୁରା ଟିମ୍ ସମେତ ଓଲିଉଡ଼ ସେଲିବ୍ରିଟି
ମହାଶ୍ଵେତା ରାୟଙ୍କ ଅଭିନୀତ 'ଆଶ୍ରମ'ର ସ୍ପେଶାଲ ସ୍କ୍ରିନିଂ, ଫିଲ୍ମ ଦେଖିଲେ ପୁରା ଟିମ୍ ସମେତ ଓଲିଉଡ଼ ସେଲିବ୍ରିଟି (ETV Bharat Odisha)
author img

By ETV Bharat Odisha Team

Published : Aug 27, 2024, 11:18 AM IST

ଭୁବନେଶ୍ୱର: ମାନବବାଦର ଏକ ସୁନ୍ଦର ବାର୍ତ୍ତାକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମ 'ଆଶ୍ରମ-ଏକ ଅଶାର ଆଶ୍ରୟ'। ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଜଣାଶୁଣା ଅଭିନେତ୍ରୀ ମହାଶ୍ଵେତା ରାୟ ନଜର ଆସିବାକୁ ଥିବା ବେଳେ ଖୁବଶୀଘ୍ର ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ଏହାରି ମଧ୍ୟରେ ଭୁବନେଶ୍ୱର ସ୍ଥିତ ଏକ ହଲରେ ରବିବାର ଏହି ଓଡ଼ିଆ ଫିଲ୍ମ ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ଏଥିରେ ଫିଲ୍ମର ପୁରା ଟିମ, ଓଲିଉଡର ନାମାଦାମୀ କଳାକାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ଫିଲ୍ମକୁ ଦେଖିଥିଲେ ।

ମହାଶ୍ଵେତା ରାୟଙ୍କ ଅଭିନୀତ 'ଆଶ୍ରମ'ର ସ୍ପେଶାଲ ସ୍କ୍ରିନିଂ, ଫିଲ୍ମ ଦେଖିଲେ ପୁରା ଟିମ୍ ସମେତ ଓଲିଉଡ଼ ସେଲିବ୍ରିଟି (ETV Bharat Odisha)

'ଆଶ୍ରମ' କାହାଣୀ

ଏକ ପାରିବାରିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଗୁରୁ ଶିଷ୍ୟ ପରମ୍ପରାର ଝଲକ ଏଥିରେ ଦେଖିବାକୁ ମିଳିବ । କିଭଳି ଜଣେ ପ୍ରଶାସନିକ ଅଧିକାରୀ ଚାକିରିରୁ ଅବସର ନେବା ପରେ ସେବା ପାଇଁ ଭୁଲିଯାଇଥିବା ଅତୀତର ସେଇ ମଧୁର ସ୍ମୃତି ବା ନିଜ ଭିତରେ ଥିବା କଳାକୁ ଆଉ ଥରେ ୟୁଜିବିତ କରୁଛନ୍ତି । ଆଉ ନିଜ ପରିଣତ ବୟସରେ ଅଧୁରା ଜୀବନ ବଂଚିବା ପାଇଁ ଏକ ସ୍ୱପ୍ନର ଆଶ୍ରୟ ବା ଆଶାର ଆଶ୍ରୟ ସ୍ଥଳ କରି ଅନେକ ଯୁବ ପ୍ରତିଭାକୁ ତାଙ୍କ ସହ ଯୋଡି ବଂଚିବାର ଆଶା ଦେଖାଉଛନ୍ତି ତାହାହିଁ ଏହି ଚଳଚିତ୍ର ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ ।

'ଆଶ୍ରମ' ଷ୍ଟାରକାଷ୍ଟ

ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବେଶ ଜଣାଶୁଣା ଅଭିନେତ୍ରୀ ମହାଶ୍ଵେତା ରାୟ । ଜଣେ ସଚ୍ଚୋଟ ଆଇଏଏସ୍ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଓ ଆଶ୍ରୟର ଉତ୍ସ । ସେହିପରି ଆଉ ଦୁଇ ମୁଖ୍ୟ ଚରିତ୍ରରେ ଅଭିନେତା ଅଭିଷେକ ଗିରି ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏକାଠି ନଜର ଆସିବେ । ଅନ୍ୟ ଭୂମିକାରେ ଶ୍ଵେତା ଆଚାର୍ଯ୍ୟ, ତନୁଶ୍ରୀ, ସୌମ୍ୟା, ବିଜୟିନୀ ମିଶ୍ର, ଶଙ୍କର ଓ ତୁଷାର ପ୍ରମୁଖ ରହିଛନ୍ତି ।

ଏହି ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେଇଛନ୍ତି

ସେହିପରି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଦେଇଥିବା ବେଳେ ପ୍ରଯୋଜକ ତପନ ଦାସଙ୍କ ଦ୍ୱାରା ନିର୍ମିତ ହୋଇଛି । ସେହିପରି କାହାଣୀକୁ ଲେଖିଛନ୍ତି ଚିତ୍ରନାଟ୍ୟ ଓ ସଂଳାପକାର ଦିଲୀପ ଚୌଧୁରୀ । ଗୀତଗୁଡିକୁ ଶବ୍ଦରେ ସଜେଇଛନ୍ତି ଗୀତିକାର ବାପୁ ଗୋସ୍ୱାମୀ । ସେନେମାଟି ଆମ କଳା ସଂସ୍କୃତି ଅସ୍ମିତାର ର ପରିଚାୟକ ସାଜିଥିବା ବେଳେ ଗୀତ ନୃତ୍ୟ ପ୍ରତି ଥିବା ସମର୍ପଣକୁ ପ୍ରତିପାଦିତ କରୁଥିବା ବେଳେ ଏହାର ପ୍ରତିଟି ଗୀତ ବେଶ ହୃଦୟସ୍ପର୍ଶୀ ହୋଇଛି । ନିଆରା ସିନେମାଟି ନିଶ୍ଚୟ ସିନେପ୍ରମୀଙ୍କୁ ଆକୃଷ୍ଟ କରିବ ବୋଲି ଆଶାବାଦୀ ରହିଛି ପ୍ରଯୋଜନା ସଂସ୍ଥା ।

ମହାଶ୍ଵେତା ରାୟଙ୍କ ପ୍ରତିକ୍ରିୟା: ତେବେ ଫିଲ୍ମର କାହାଣୀ ଓ ସ୍କ୍ରିନିଂକୁ ନେଇ ଅଭିନେତ୍ରୀ ମହାଶ୍ଵେତା ରାୟ କହିଛନ୍ତି, ''ଦେଢ଼ ବର୍ଷର ଗବେଷଣା ପରେ ପାରିବାରିକ ଓ ମାନବବାଦର ଏହି ଚଳଚିତ୍ରର କାହାଣୀ ମୋ ମନକୁ ଛୁଇଁଥିବାରୁ ମୁଁ ଏହି ସିନେମା କରିଛି । ବିଶେଷକରି ମୋତେ ଏଥିରେ ମୁଖ୍ୟ ଚରିତ୍ରରେ ନେଇଥିବାରୁ ପୁରା ପ୍ରଯୋଜନା ସଂସ୍ଥାକୁ ଧନ୍ୟବାଦ ଦେଉଛି । ୪୫ ବର୍ଷ ପରେ ମତେ ନେଇ ଏଭଳି ଏକ ସୁନ୍ଦର ପରିକଳ୍ପନା ଯାହା ମୋ ହୃଦୟକୁ ଛୁଇଁଛି ଆଉ ମତେ ଆଶ୍ଚର୍ଯ୍ୟ କରିଛି । ତେଣୁ ଏ ସିନେମାଟି ମୋ ପାଇଁ ବେଶ ଚାଲେଞ୍ଜିଙ୍ଗ ଓ ଖୁସିର ବିଷୟ ଥିଲା । ସବୁଠାରୁ ବଡ଼ କଥା ହେଉଛି ପ୍ରତିଟି ଚରିତ୍ର ତାଙ୍କ ଚରିତ୍ରକୁ ନେଇ ଉଚ୍ଚକୋଟିର ଅଭିନୟ କରିଥିବାରୁ ଫିଲ୍ମଟି ସୁନ୍ଦର ହୋଇପାରିଛି । ତେବେ ପରିବାରବାଦ ଓ ମାନବବାଦର ଏକ ନିଆରା କାହାଣୀଟି ଦର୍ଶକଙ୍କୁ ନିଶ୍ଚୟ ଏକ ନିଆରା ଅନୁଭୂତି ଦେବା ସହ ଏଭଳି ସିନେମା ନିଶ୍ଚୟ ଓଡ଼ିଆ ସିନେମାର ମେରୁଦଣ୍ଡ ସାଜିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସେବା ଓ ସମର୍ପଣର କାହାଣୀ କହିବ 'ଆଶ୍ରମ', ମୁଖ୍ୟ ଚରିତ୍ରରେ ନଜର ଆସିବେ ମହାଶ୍ଵେତା ରାୟ

ଅଭିଷେକ ଗିରିଙ୍କ ପ୍ରତିକ୍ରିୟା: ସେହିପରି ଅଭିନେତା ଅଭିଷେକ ଗିରି କହିଛନ୍ତି, ''ଜୀବନରେ ଯେଉଁଠାରେ ସମର୍ପଣ ସହିତ ଭାଗ୍ୟ ମିଶିଥାଏ, ସେଠାରେ ଜଣେ ଉଚ୍ଚାକାଂକ୍ଷୀ ମହିଳାଙ୍କ ଯାତ୍ରା ଆଶାର ଆଲୋକ ଭାବରେ ଛିଡ଼ା ହୁଏ । ସେହି ଅଶାର ଆଲୋକ ସାଜିଛନ୍ତି ମହେଶ୍ଵେତା ରାୟ । ତାଙ୍କୁ ନେଇ ହିଁ ସିନେମାଟି ଗୀତଶୀଳ ହୋଇଛି । ତାଙ୍କ ସହ ସ୍କ୍ରିନ ସେୟାର କରି ମତେ ବହୁତ ଖୁସି ଲାଗୁଛି। ସିନେମାରେ ସମାଜ ପ୍ରତି ଥିବା ପ୍ରତିଟି ମଣିଷର ଅବଦାନକୁ ସମ୍ପର୍କରେ କୁହାଯାଇଛି । ସମୀକ୍ଷକ ମାନେ ପ୍ରଥମେ ଦେଖିଛନ୍ତି ବର୍ତ୍ତମାନ ଦର୍ଶକ ଦେଖି ତାଙ୍କ ମତାମତ ଦେବେ ଆଉ ସିନେମାଟି ଆମ ଓଡ଼ିଆ ସିନେମା ଶିଳ୍ପର ପରିବର୍ତ୍ତନରେ ସହାୟକ ହୋଇପାରିବକି ନାହିଁ ସେମାନେ ହିଁ ମତାମତ ଦେବେ ।''

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.