ETV Bharat / entertainment

ସଂଗୀତକାର ଇଲାୟାରାଜାଙ୍କ ଗୀତ କପିରାଇଟ ମାମଲା; ଶୁଣାଣି ସ୍ଥଗିତ ରଖିଲେ ମାଡ୍ରାସ ହାଇକୋର୍ଟ - Ilaiyaraaja Case Against Echo Music - ILAIYARAAJA CASE AGAINST ECHO MUSIC

Ilaiyaraaja Case Against Echo Music: ସଂଗୀତକାର ଇଲୋୟାରାଜଙ୍କ ଗୀତ କପିରାଇଟ ମାମଲା । ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ମଧ୍ୟ ମ୍ୟୁଜିକ୍ କମ୍ପାନୀ ଇକୋ ଏବଂ ଅକିଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଥିଲା । ଯାହାର ଶୁଣାଣିକୁ ବର୍ତ୍ତମାନ ସ୍ଥଗିତ ରଖିଛନ୍ତି ମାଡ୍ରାସ ହାଇକୋର୍ଟ ।

ସଂଗୀତକାର ଇଲାୟାରାଜାଙ୍କ ଗୀତ କପିରାଇଟ୍ ମାମଲା; ଶୁଣାଣି ସ୍ଥଗିତ ରଖିଲେ ମାଡ୍ରାସ ହାଇକୋର୍ଟ

author img

By ETV Bharat Odisha Team

Published : Apr 25, 2024, 5:40 PM IST

ଚେନ୍ନାଇ: ମ୍ୟୁଜିକ କମ୍ପାନୀ ଇକୋ ଏବଂ ଏଜିଆଇ ଲୋକପ୍ରିୟ ସଙ୍ଗୀତକାର ଇଲାୟାରାଜାଙ୍କ ୪୫୦୦ଗୀତ ବ୍ୟବହାର କରିବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ହେଲେ ଚୁକ୍ତିନାମା ସମାପ୍ତ ହେବା ପରେ ବି କଣ୍ଠଶିଳ୍ପୀଙ୍କ ବିନା ଅନୁମତିରେ ଏହି ଗୀତଗୁଡିକ ମ୍ୟୁଜିକ କମ୍ପାନୀ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଇଲାୟାରାଜା ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ସେମାନଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ କରୁଥିଲେ । ଯାହାର ଶୁଣାଣିକୁ ବର୍ତ୍ତମାନ ସ୍ଥଗିତ ରଖିଛନ୍ତି ମାଡ୍ରାସ ହାଇକୋର୍ଟ । ଜୁନ୍ ଦ୍ୱିତୀୟ ସପ୍ତାହରେ ପରବର୍ତ୍ତୀ ଶୁଣାଣି କରାଯିବ ।

ସୂଚନା ଅନୁସାରେ, ମାଡ୍ରାସ ହାଇକୋର୍ଟର ଏକକ ବେଞ୍ଚ ବିଚାରପତି ଅନୀତା ସୁମନ୍ତ 2019ରେ ଏହି ନିର୍ଦ୍ଦେଶ ଦେଇଥିଲେ ଯେ ସଂପୃକ୍ତ ନିର୍ମାତାଙ୍କ ଠାରୁ ଅଧିକାର ପାଇବା ପରେ ସଙ୍ଗୀତ କମ୍ପାନୀ ଗୁଡିକ ଇଲାୟାରାଜାଙ୍କ ଗୀତ ବ୍ୟବହାର କରିବାର ଅଧିକାର ରହିଛି । କିନ୍ତୁ ଏହି ଗୀତ ଗୁଡ଼ିକ ଉପରେ ଇଲାୟାରାଜାଙ୍କର ମଧ୍ୟ ବିଶେଷ ଅଧିକାର ରହିଛି । ସଙ୍ଗୀତ କମ୍ପାନୀକୁ ଅଧିକାର ପ୍ରଦାନ ନିଷ୍ପତ୍ତି ବିରୋଧରେ ଇଲାୟାରାଜାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରୁଥିବା ହାଇକୋର୍ଟର ଡିଭିଜନ୍ ବେଞ୍ଚ ମ୍ୟୁଜିକ୍ କମ୍ପାନୀଗୁଡିକୁ ଇଲାୟାରାଜାଙ୍କ ଗୀତ ବ୍ୟବହାର କରିବାରେ ମଧ୍ୟବର୍ତ୍ତୀକାଳୀନ ପ୍ରତିବନ୍ଧକ ଲଗାଇଥିଲେ ।

ଏହି ସମୟରେ, ଇକୋ କମ୍ପାନୀ ତରଫରୁ ଏକ ଆବେଦନ କରାଯାଇଥିଲା ଯେ ଫିଲ୍ମର କପିରାଇଟ୍ ନିର୍ମାତାଙ୍କ ପାଖରେ ଅଛି ଏବଂ ତାଙ୍କ ସହ ହୋଇଥିବା ଚୁକ୍ତିନାମା ଆଧାରରେ ଏହି ଗୀତଟିକୁ ବ୍ୟବହାର କରିବାର ଅଧିକାର ତାଙ୍କ ପାଖରେ ଅଛି । ଏହା ପରେ ବର୍ତ୍ତମାନ ଏନେଇ ଗତ ବୁଧବାର (ଏପ୍ରିଲ୍ 24) ମାଡ୍ରାସ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଜଷ୍ଟିସ୍ ଆର ମହାଦେବନ୍ ଏବଂ ଜଷ୍ଟିସ୍ ମହମ୍ମଦ ଶଫିକଙ୍କ ଡିଭିଜନ୍ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଇସାଇଗାଲି ଇଲାୟାରାଜାଙ୍କ ବାୟୋପିକ କରିବେ ଧନୁଷ, ଫିଲ୍ମ ଲଞ୍ଚ ସମୟରେ ହେଲେ ଭାବବିହ୍ୱଳ

ଏହି ସମୟରେ ଇକୋ କମ୍ପାନୀ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ବିଜୟ ନାରାୟଣ କହିଥିଲେ ଯେ ନିର୍ମାତାମାନେ ସଂଗୀତ ପାଇଁ ଇଲିୟାରାଜାଙ୍କୁ ଦେୟ ଦେଇଥିବାରୁ ଅଧିକାର ନିର୍ମାତାଙ୍କ ନିକଟକୁ ଯିବ । ସେ ଦାବି କରିଛନ୍ତି ଯେ ସେ ନିର୍ମାତାଙ୍କଠାରୁ ଅଧିକାର ପାଇଥିବାରୁ ଗୀତଗୁଡିକ ତାଙ୍କର ହୋଇଛି । ଏହା ଉପରେ ଇଲାୟାରାଜାଙ୍କ ବରିଷ୍ଠ ଓକିଲ ସତୀଶ ପରାସାରନ୍ କହିଥିଲେ ଯେ, ସଙ୍ଗୀତ ତିଆରି କରିବା ଏକ କଳାତ୍ମକ କାର୍ଯ୍ୟ, କପିରାଇଟ୍ ଆଇନ୍ ପ୍ରଯୁଜ୍ୟ ନୁହେଁ । ଉଭୟ ପକ୍ଷରୁ ମାମଲାର ଶୁଣାଣି କରି ଡିଭିଜନ୍ ବେଞ୍ଚ ମାମଲାର ଶୁଣାଣିକୁ ଜୁନ୍ ଦ୍ୱିତୀୟ ସପ୍ତାହକୁ ସ୍ଥଗିତ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.