ହାଇଦ୍ରାବାଦ: ଆଜି(ମଙ୍ଗଳବାର) ଠାରୁ ଆରମ୍ଭ ହୋଇଛି ଭାରତୀୟଙ୍କ ପାରମ୍ପରିକ ନବବର୍ଷ । ଏହି ପର୍ବକୁ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଇଥାଏ । ମୁମ୍ବାଇରେ ମରାଠୀମାନେ ଏହାକୁ ଗୁଡି ପଡୱା ଭାବେ ପାଳନ କରାଯାଉଥିବାବେଳେ ସାଉଥରେ ଉଗାଦି ଭାବେ ପାଳନ କରାଯାଉଛି । ଏଥିସହ ଆଜି ନବରାତ୍ରିର ପ୍ରଥମ ଦିନ ହୋଇଥିବା ବେଳେ ଶ୍ରଦ୍ଧାଳୁ ମାନେ ମା' ଦୁର୍ଗାଙ୍କୁ ଆରାଧନା କରିଛନ୍ତି । ଏହି ଅବସରରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡରୁ ସାଉଥ ସେଲିବ୍ରିଟି ।
ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ନିଜ ପରିବାର ସହ ଅଭିନେତା ରିତେଶ ଦେଶମୁଖ, ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ମଲାଇକା ଅରୋରା ଏବଂ ସାଉଥ ଅଭିନେତ୍ରୀ ରାଶି ଖନ୍ନା ଭଳି ପ୍ରମୁଖ ତାରକା ଫ୍ୟାନ୍ସଙ୍କୁ ଗୁଡି ପଡୱା ଏବଂ ଉଗାଦି ପର୍ବ ନେଇ ଶୁଭକାମନା ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ସେଲିବ୍ରିଟିମାନେ ଫ୍ୟାନ୍ସଙ୍କୁ ଏହି ପର୍ବରୁ ଶୁଭେଚ୍ଛା ଜଣାଇଛନ୍ତି ।
ମଙ୍ଗଳବାର ଦିନ ମାଧୁରୀ ଦୀକ୍ଷିତ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ 'ଗୁଡି ପଡୱା' ପାଳନର ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେ କ୍ୟାପସନରେ ଲେଖିଛନ୍ତି, 'ହାପି ଗୁଡି ପଡୱା'। ଏହି ବିଶେଷ ଦିନ ପାଇଁ ଅଭିନେତ୍ରୀ ମରାଠୀ ଲୁକରେ ନଜର ଆସିଛନ୍ତି । ମାଧୁରୀ ପାରମ୍ପରିକ ଗ୍ରୀନ ରଙ୍ଗର ଶାଢୀରେ ନଜର ଆସିଥିବା ବେଳେ ଗହଣା ସହ ମରାଠୀ ଲୁକରେ ଦେଖିବାକୁ ମିଳିଛି ।
ସେହିପରି ଅଭିନେତା ରିତେଶ ଦେଶମୁଖ ନିଜ ପରିବାର ସହ ଗୁଡି ପଡୱା ପର୍ବ ପାଳନ କରିଛନ୍ତି । ଯାହାର ଭିଡିଓ ରିତେଶଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନିଲିଆ ଦେଶମୁଖ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ସେ ଏହି ଭିଡିଓ ସେୟାର କରି ସମସ୍ତ ଫ୍ୟାନ୍ସଙ୍କୁ ଗୁଡି ପଡୱାର ଶୁଭକାମନା ଜଣାଇଥିବା ବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହା ମଧ୍ୟ ପଢନ୍ତୁ: ଘୁଞ୍ଚିଲା 'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ ଡେଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ
ଅନ୍ୟପଟେ ଶିଳ୍ପା ସେଟ୍ଟୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ନବବର୍ଷର ଶୁଭକାମନା ଜଣାଇଛନ୍ତି । ଏଥିସହ ଏହି ନବବର୍ଷ ସମସ୍ତଙ୍କ ଜୀବନରେ ନୂଆ ଉଦ୍ଦୀପନା, ନୂଆ ଆଶା, ଖୁସି ଏବଂ ସଫଳତା ଆଣି ଦେଉ ବୋଲି ସେ କାମନା କରିଛନ୍ତି । ସେହିପରି ଅଭିନେତ୍ରୀ ମଲାଇକା ଅରୋରା ଏବଂ ସୋନାଲି ବେନ୍ଦ୍ରେ ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଗୁଡି ପଡୱାର ଶୁଭକାମନା ଜଣାଇଛନ୍ତି । ସେପଟେ ସାଉଥ ଅଭିନେତ୍ରୀ ରାଶି ଖନ୍ନା ସମସ୍ତଙ୍କୁ ଉଗାଦିର ଶୁଭେଚ୍ଛା ଜଣାଇଛନ୍ତି ।