ETV Bharat / entertainment

'ଲଭ୍ ଷ୍ଟୋରିଆଁ' ଟ୍ରେଲର ରିଲିଜ, ଏହି ଦିନ OTTରେ ହେବ ଷ୍ଟ୍ରିମିଂ

Love Storiyaan Trailer Out: କରଣ ଜୋହରଙ୍କ ଆଗାମୀ ୱେବ ସିରିଜ 'ଲଭ୍ ଷ୍ଟୋରିଆଁ'ର ଟ୍ରେଲର ଆଜି(ଗୁରୁବାର) ମୁକ୍ତିଲାଭ କରିଛି । ଏହି ସିରିଜ କେଉଁ ଫ୍ଲାଟଫର୍ମରେ ଏବଂ କେବେ ରିଲିଜ ହେବ ? ଜାଣନ୍ତୁ,

author img

By ETV Bharat Odisha Team

Published : Feb 8, 2024, 3:57 PM IST

'ଲଭ୍ ଷ୍ଟୋରିଆଁ' ଟ୍ରେଲର ରିଲିଜ, ଏହି ଦିନ ଓଟିଟିରେ ହେବ ଷ୍ଟ୍ରିମିଂ

ହାଇଦ୍ରାବାଦ: ଭାଲେଣ୍ଟାଇନ୍ସ ଡେ' ଅବସରରେ ରିଲିଜ ହେବାକୁ ଯାଉଛି ୱେବ ସିରିଜ 'ଲଭ ଷ୍ଟୋରିଆଁ' । ୬ଟି ଏପିସୋଡର ଏହି ସିରିଜରେ ବାସ୍ତବ ଜୀବନର ପ୍ରେମ କାହାଣୀ ପ୍ରଦର୍ଶିତ ହୋଇଛି । ତେବେ ଆଜି ସିରିଜର ନିର୍ମାତା ଏହାର ଟ୍ରେଲର ରିଲିଜ କରିଛନ୍ତି । 'ଲଭ ଷ୍ଟୋରିଆଁ' ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ'ରେ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ ହେବ ।

  • " class="align-text-top noRightClick twitterSection" data="">

'ଲଭ ଷ୍ଟୋରିଆଁ' ସିରିଜର ନିର୍ମାତା କରଣ ଜୋହର ଏହାର ଟ୍ରେଲର ରିଲିଜ କରିଛନ୍ତି । ଟ୍ରେଲରରେ କରଣ ଜୋହର ନିଜେ ପ୍ରଥମ ଦେଖାଦେଇଛନ୍ତି ଏବଂ ସର୍ବଶେଷରେ 'ପ୍ରେମ' କ’ଣ ତାହା ବ୍ୟାଖ୍ୟା କରିଛନ୍ତି । କରଣ ଜୋହର କହିଛନ୍ତି ପ୍ରେମ ହେଉଛି ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ପରେ, ସିରିଜର ଟ୍ରେଲର ଆରମ୍ଭ ହୁଏ, ଯେଉଁଥିରେ ୬ଜଣ ଦମ୍ପତି ସେମାନଙ୍କ ପ୍ରେମ କାହାଣୀ ବିଷୟରେ ପ୍ରକାଶ କରୁଥିବାବେଳେ ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ଯୋଡିଙ୍କ ଲଭଷ୍ଟୋରୀ ଆରମ୍ଭ ଠାରୁ ବିବାହ ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ମଧ୍ୟ ଏଥିରେ ଦେଖିବାକୁ ମିଳିଛି ।

ଲଭ ଷ୍ଟୋରିଆଁ କରଣ ଜୋହରଙ୍କ କମ୍ପାନୀ ଧର୍ମାଟିକ୍ ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହାର ୬ଟି ଏପିସୋଡ ରହିଛି । ଏହି ସିରିଜରେ ଅକ୍ଷୟ ଇନ୍ଦିକର, ଅର୍ଚ୍ଚନା ଫଡକେ, କେଲିନ ଡି’ଚୁହ୍ନା, ହାର୍ଦ୍ଦିକ ମେହେତା, ଶାଜିଆ ଇକବାଲ ଏବଂ ବିବେକ ସୋନି ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିରିଜ ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ'ରେ ଆମାଜନ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମିଂ ହେବ । ୬ଟି ଏପିସୋଡରେ ୬ଜଣଙ୍କ ୬ଟି ଭିନ୍ନ ଭିନ୍ନ କାହାଣୀ ରହିଛି ।

ଏହା ମଧ୍ୟ ପଢନ୍ତୁ: ଆଗାମୀ ଫିଲ୍ମର ହିଣ୍ଟ ଦେଲେ କରଣ ଜୋହର, କହିଲେ- ଟାଇଟଲ ଅନୁମାନ କଲେ ମିଳିବ ଏହି ଅଫର୍

୬ଟି ଏପିସୋଡ ୬ଟି କାହାଣୀ

ରାହୁଲ ଏବଂ ସୁଭଦ୍ରା ନାମକ ଯୋଡିଙ୍କ ପ୍ରେମ କାହାଣୀର ନାମ 'ରାହ ସଂଘର୍ଷ କି' । ଏହି କାହାଣୀର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅକ୍ଷୟ ଇନ୍ଦିକର । ଧନ୍ୟ ଏବଂ ହୁମାୟୁଙ୍କ ଯୋଡିଙ୍କ ପ୍ରେମ କାହାଣୀର ନାମ 'ଫାସଲେ' ରହିଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅର୍ଚ୍ଚନା ଫାଡକେ । ସେହିପରି ତିସ୍ତା ଏବଂ ଦୀପନଙ୍କ କାହାଣୀ 'ଲଭ ବିଅଣ୍ଡ ଲେବଲ୍ସ', ଯାହା କେଲିନ ଡି'ଚୁହ୍ନାଙ୍କ ଦ୍ବାରା ନିର୍ଦ୍ଦେଶିତ । ଆକେତ ଏବଂ ଅଲ୍ଲେଖଙ୍କ ପ୍ରେମ କାହାଣୀ 'ଅ ଅନସୁଟେବଲ ଗାର୍ଲ'କୁ ହାର୍ଦ୍ଦିକ ମେହେତା ନିର୍ଦ୍ଦେଶନା ଦେଇଛନ୍ତି । ଅନ୍ୟପଟେ ଫରିଦା ଏବଂ ସୁନୀତଙ୍କ ପ୍ରେମ କାହାଣୀ 'ହୋମକମିଂ' ଶାଜିଆ ଇକବାଲଙ୍କ ଦ୍ବାରା ନିର୍ଦ୍ଦେଶିତ । ଶେଷ କାହଣୀ 'ଲଭ ଅନ ଏୟାର' ନିକୋଲ୍ସ ଏବଂ ରଜନୀଙ୍କ ପ୍ରେମ କାହାଣୀକୁ ବିବେକ ସୋନି ନିର୍ଦ୍ଦେଶନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.