ETV Bharat / entertainment

'ୱାର ୨' ସେଟରୁ ହ୍ରିତିକ-ଏନଟିଆରଙ୍କ ଫଟୋ ଲିକ୍, ଆକ୍ସନ ଅବତାର ଦେଖି ଉତ୍ସାହିତ ଫ୍ୟାନ୍ସ - War 2 Pic Leaked

author img

By ETV Bharat Odisha Team

Published : Apr 17, 2024, 9:45 AM IST

War 2 Pic Leaked: 'ଫାଇଟର୍' ପରେ ହ୍ରିତିକ୍ ରୋଶନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ୱାର ୨'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସୁଟିଂ ସେଟରୁ ହ୍ରିତିକ ରୋଶନଙ୍କ ସହ ଜୁନିଅର ଏନଟିଆରଙ୍କ ଲୁକ୍ ଲିକ ହୋଇଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

'ୱାର ୨' ସେଟରୁ ହ୍ରିତିକ-ଏନଟିଆରଙ୍କ ଫଟୋ ଲିକ୍, ଆକ୍ସନ ଅବତାର ଦେଖି ଉତ୍ସାହିତ ଫ୍ୟାନ୍ସ

ହାଇଦ୍ରାବାଦ: ଖୁବଶୀଘ୍ର ପରଦାରେ ଏକାଠି ଧମାକା କରିବାକୁ ଯାଉଛନ୍ତି ସାଉଥ ତାରକା ଜୁନିଅର ଏନଟିଆର ଏବଂ ବଲିଉଡ ଅଭିନେତା ହ୍ରିତିକ ରୋଶନ । 'ୱାର ୨' ଫିଲ୍ମର ଘୋଷଣା ହେବା ଦିନ ଠାରୁ ଏହି ଯୋଡ଼ିକୁ ଦେଖିବାକୁ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇସାରିଥିବା ବେଳେ ଉଭୟ ତାରକା ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ସୁଟିଂ ସେଟରୁ ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆରଙ୍କ କିଛି ଫଟୋ ଅନଲାଇନରେ ଲିକ ହୋଇଛି ।

ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର କିଛି ଦିନ ହେଲା 'ୱାର ୨' ପାଇଁ ମୁମ୍ୱାଇରେ ସୁଟିଂ କରୁଛନ୍ତି । ବର୍ତ୍ତମାନ ସେଟରୁ ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆରଙ୍କ କିଛି ଫଟୋ ଲିକ୍ ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରଲା ହେଉଛି । ଭାଇରାଲ ଫଟୋରେ ହ୍ରିତିକ୍ ରୋଶନଙ୍କୁ ଷ୍ଟାଇଲିସ୍ ଆକ୍ସନ ଲୁକରେ ଦେଖିବାକୁ ମିଳିଥିବା ବେଳେ ଜୁନିଅର ଏନଟିଆର ବ୍ଲାକ୍ ଆଉଟଫିଟରେ କାଜୁଆଲ୍ ଲୁକରେ ନଜର ଆସିଛନ୍ତି । ତେବେ ହ୍ରିତିକ ଏବଂ ଜୁନିଅର ଏନଟିଆରଙ୍କ ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢାଇ ଦେଇଛି ।

'ୱାର ୨' କେବେ ରିଲିଜ ହେବ?

'ୱାର ୨' ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିଭର୍ସର ୬ଷ୍ଠ ଫିଲ୍ମ । 'ୱାର ୨', ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏବଂ YRF ଦ୍ୱାରା ନିର୍ମିତ । ଏହି ଫିଲ୍ମ ୨୦୨୫ ମସିହା ସ୍ୱାଧୀନତା ଦିବସ ଅବସରରେ ଅର୍ଥାତ୍ ୧୪ ଅଗଷ୍ଟ ୨୦୨୫ରେ ରିଲିଜ ହେବ ଫିଲ୍ମ । ତେବେ ଏଥିରେ ପ୍ରଥମ ଥର ପାଇଁ ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର ଏକାଠି କାମ କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ଉଭୟ ତାରକାଙ୍କ ଫ୍ୟାନ୍ସଙ୍କ ପାଇଁ ଫିଲ୍ମକୁ ନେଇ ଉତ୍ସାହ ବଢିଯାଇଛି । ଏଥିସହିତ କିଆରା ଆଡଭାନୀ ମଧ୍ୟ ଏହି ଫିଲ୍ମର ଏକ ଅଂଶ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ଏଣ୍ଟ୍ରି ନେଇ ନିର୍ମାତା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ: ୱାର୍ ୨ର ଆସିଲା ରିଲିଜ ଡେଟ୍, ଜୁନିଅର ଏନଟିଆରଙ୍କ ସହ ଧମାକା କରିବେ ହ୍ରିତିକ

ସୂଚନା ଥାଉକି, 'ୱାର ୨' 'ୱାର'ର ଏକ ସିକ୍ୱେଲ ଅଟେ । ପ୍ରଥମ 'ୱାର' ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହା ୧୫୦କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଥିଲା । ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର 'ୱାର' ସାରା ବିଶ୍ୱରେ ୪୭୫ କୋଟି ଟଙ୍କା ଆୟ କରିଥିଲା । ଫିଲ୍ମ 'ୱାର'କୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ 'ୱାର ୨' ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଉଛନ୍ତି । ଯିଏକି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ 'ବ୍ରହ୍ମାସ୍ତ୍ର' ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.