ETV Bharat / entertainment

ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଜୁନିଅର ସିଦ୍ଧୁ ମୁସେୱାଲାଙ୍କ ଫଟୋ - Jr Sidhu MooseWala On Times Square - JR SIDHU MOOSEWALA ON TIMES SQUARE

Jr Sidhu MooseWala On Times Square: ଜୁନିଅର ସିଦ୍ଧୁ ମୁସେୱାଲା ଜନ୍ମ ହେବା ମାତ୍ରେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରର ବିଲବୋର୍ଡରେ ସିଦ୍ଧୁ ମୁସେୱାଲାଙ୍କ ସାନଭାଇ ଶୁଭଦୀପ ଏବଂ ତାଙ୍କ ପିତା ବାଲକୌର ସିଂଙ୍କ ଫଟୋ ଏବଂ ଭିଡିଓ ପ୍ରଦର୍ଶିତ ହୋଇଛି । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି ।

ଟାଇମ୍ସ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ ଜୁନିଅର ସିଦ୍ଧୁ ମୁସେୱାଲାଙ୍କ ଫଟୋ

author img

By ETV Bharat Odisha Team

Published : Mar 22, 2024, 4:16 PM IST

ହାଇଦ୍ରାବାଦ: ପଞ୍ଜାବୀ ରାପର ସିଦ୍ଧୁ ମୁସେୱାଲାଙ୍କ ଦେହାନ୍ତ ପରେ ପରିବାରରେ ପୁଣି ଖୁସିର ଲହରୀ ଖେଳିଯାଇଛି । ପୁଣି ଥରେ ଏକ ପୁ୍ର ସନ୍ତାନର ପିତାମାତା ହୋଇଛନ୍ତି ସିଦ୍ଧୁ ମୁସେୱାଲାଙ୍କ ବାପା ବାଲକୌର ସିଂ ଏବଂ ମାଆ ଚରଣ କୌର । ଚରଣ କୌର ଆଇବିଏଫ ମାଧ୍ୟମରେ ନବଜାତ ଶିଶୁ ଶୁଭଦୀପଙ୍କୁ ଜନ୍ମ ଦେଇଛନ୍ତି । ନିକଟରେ ଏନେଇ ସୂଚନା ଦେଇଥିଲେ ସିଦ୍ଧୁ ମୁସେୱାଲାଙ୍କ ବାପା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହ ସମସ୍ତେ ବେଶ ଖୁସି ହୋଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରର ବିଲବୋର୍ଡରେ ସିଦ୍ଧୁ ମୁସେୱାଲାଙ୍କ ସାନଭାଇ ଶୁଭଦୀପ ଏବଂ ତାଙ୍କ ପିତା ବାଲକୌର ସିଂଙ୍କ ଫଟୋ ଏବଂ ଭିଡିଓ ପ୍ରଦର୍ଶିତ ହୋଇଛି ।

ଟାଇମ୍ସ ସ୍କୋୟାର ବିଲବୋର୍ଡରେ ଜୁନିଅର ସିଦ୍ଧୁ ମୁସେୱାଲା

୧୯୯୩ ରେ ଜନ୍ମ ହୋଇଥିବା ସିଦ୍ଧୁ ମୁସେୱାଲା ଏବଂ ୨୦୨୪ରେ ଜନ୍ମ ହୋଇଥିବା ଶୁଭଦୀପଙ୍କ ଫଟୋ ଟାଇମ୍ସ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ ହୋଇଛି । କେବଳ ଏତିକି ନୁହେଁ, ମୁସେୱାଲାଙ୍କ ପିତା ବାଲକୌର ସିଂ ଶୁଭଦୀପଙ୍କୁ ନିଜ କୋଳରେ ଧରିଥିବାର ଏକ ଫଟୋ ଏବଂ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଛି । ଅନ୍ୟ ଏକ ଫଟୋରେ, ମୁସେୱାଲା ଏବଂ ତାଙ୍କ ପିତାଙ୍କ ଫଟୋ ମଧ୍ୟ ପ୍ରଦର୍ଶିତ ହୋଇଛି । ସୋସିଆଲ ମିଡିଆରେ ବିଲବୋର୍ଡର ଫଟୋ ଏବଂ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲାଗିଛି ।

ଶୁଭଦୀପଙ୍କ ଜନ୍ମ ପରେ ସମସ୍ୟାରେ ସିଦ୍ଧୁଙ୍କ ପରିବାର

ସେପଟେ ଆଇବିଏଫ ମାଧ୍ୟମରେ ପୁତ୍ର ସନ୍ତାନ କରି ସମସ୍ୟାରେ ସିଦ୍ଧୁ ମୁସେୱାଲାଙ୍କ ପିତାମାତା । ନିକଟରେ ଶୁଭଦୀପ ଜନ୍ମ ହେବା ପରେ ବାଲକୌର ପଞ୍ଜାବ ସରକାର ତାଙ୍କୁ ଛୁଆର ପ୍ରମାଣ ମାଗୁଥିବା ଅଭିଯୋଗ କରିତିଲେ । ସେ କହିଥିଲେ ଯେ, ପଞ୍ଜାବ ସରକାର ଏହି ପିଲାଟି ଆଇନଗତ ବୋଲି ପଚାରିବା ସହ ଏହାର ପ୍ରମାଣ ଦେବାକୁ ସେମାନେ ବାରମ୍ୱାର ହଇରାଣ କରୁଥିବା କହିଥିଲେ । ପରବର୍ତ୍ତୀ ସମୟରେ ପଞ୍ଜାବ ନୁହଁ ବରଂ କେନ୍ଦ୍ର ସରକାର ତାଙ୍କୁ ଏନେଇ ପ୍ରମାଣ ମାଗିଥିବା ଖବର ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ: 'ପଞ୍ଜାବ ସରକାର ନୁହଁ ବରଂ କେନ୍ଦ୍ର ମାଗିଛି ପୁଅ ଜନ୍ମର ପ୍ରମାଣ'

ସିଦ୍ଧୁ ମୁସେୱାଲାଙ୍କ ପୁର୍ନଜନ୍ମ

କହିରଖୁଛୁ ଯେ, ୧୯୯୩ରେ ଗାୟକ ସିଦ୍ଧୁ ମୁସେୱାଲା ଜନ୍ମ ଗ୍ରହଣ କରିଥିବା ବେଳେ ମେ ୨୯, ୨୦୨୨ରେ, ଗାୟକଙ୍କୁ ତାଙ୍କ କାରରେ ମାନସା ଜିଲ୍ଲାର ଜବାହର ଗାଁରେ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟା ହେବାର ଦୁଇ ବର୍ଷ ପରେ, ୨୦୨୪ ମାର୍ଚ୍ଚ ୧୭ରେ ଦିବଙ୍ଗତ ଗାୟକଙ୍କ ପିତାମାତା ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ଆଇଭିଏଫ ମାଧ୍ୟମରେ ଜନ୍ମ ଦେଇଥିଲେ । ବାଲକୌର ସିଂ ତାଙ୍କ ପିଲାଙ୍କ ସହ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଦ୍ୱିତୀୟ ପୁଅ ପାଇଁ ଅଡୁଆରେ ସିଦ୍ଧୁ ମୁସେୱାଲାଙ୍କ ବାପା, ପଞ୍ଜାବ ସରକାର ପ୍ରମାଣ ମାଗୁଥିବା ଅଭିଯୋଗ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.