ହାଇଦ୍ରାବାଦ: ବକ୍ସ ଅଫିସରେ ଧୁମ ମଚାଉଛି ଲାଲ ସଲାମ । ଯେଉଁଥିରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସମେତ ବିଷ୍ଣୁ ବିଶାଲ ଏବଂ ବିକ୍ରାନ୍ତଙ୍କୁ ଦେଖିବାକୁ ମିଳିଛି । ଲାଲ ସଲାମର ନିର୍ଦ୍ଦେଶନା ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ଦେଇଛନ୍ତି । ଯାହାକୁ ଥିଏଟରରେ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ତେବେ ବକ୍ସ ଅଫିସରେ ପ୍ରଥମ ଦିନରେ 4.30 କୋଟି ଟଙ୍କା ଆୟକରି ବମ୍ପର ଓପନିଂ କରିଛି ଲାଲ ସଲାମ ।
- " class="align-text-top noRightClick twitterSection" data="">
ଲାଲ ସଲାମର ପ୍ରଥମ ଦିନର କଲେକ୍ସନ:
ଲାଲ ସଲାମ ବିଷ୍ଣୁ ବିଶାଲ ଏବଂ ବିକ୍ରାନ୍ତଙ୍କର ଷ୍ଟାରର ଚଳଚିତ୍ର । ଚଳଚ୍ଚିତ୍ରରେ ରଜନୀକାନ୍ତ ମୁସଲମାନ ମୋଇନୁଦ୍ଦିନ ଭୋଇ ଭୂମିକାରେ ନଜର ଆସୁଛନ୍ତି । ତେବେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏହା ଯଥେଷ୍ଟ ଯେ ସୁପରଷ୍ଟାରଙ୍କ ନାମ ଏକ ଚଳଚ୍ଚିତ୍ର ସହିତ ଜଡିତ ହୋଇରହିଛି । ଯାହା ପାଇଁ ଲାଲ ସଲାମର ବକ୍ସ ଅଫିସରେ ପ୍ରଥମ ଦିନରେ 4.30 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା । ଆଉ ସପ୍ତାହ ଶେଷରେ ଚମତ୍କାର କରିବ ବୋଲି ଆଶା କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ.... ପରଦାକୁ ଆସିଲା 'ଲାଲ ସଲାମ'; ରଜନୀକାନ୍ତଙ୍କ ପୋଷ୍ଟର ପୂଜା କଲେ ଫ୍ୟାନ୍ସ
ଦ୍ୱିତୀୟ ଦିନର ଆୟ
ଏଥି ସହିତ, ରିଲିଜର ଦ୍ୱିତୀୟ ଦିନରେ ଅର୍ଥାତ 10 ଫେବୃଆରୀ (ଶନିବାର)ରେ ବକ୍ସ ଅଫିସରେ ଏକ ବଡ଼ ଧମାକା କରିଛି ଲାଲ ସଲାମ । ଏହି ଫିଲ୍ମ ସପ୍ତାହ ଶେଷରେ 6ରୁ 7 କୋଟି ଟଙ୍କା ସଂଗ୍ରହ କରିବାର ଆଶା ରଖାଯାଉଛି । ଏଥି ସହିତ କୁହାଯାଉଛି, ଆସନ୍ତା ସପ୍ତାହ ଶେଷରେ ଫିଲ୍ମ 15ରୁ 20 କୋଟି ଟଙ୍କା ସଂଗ୍ରହ କରିପାରିବ । ଲାଲ ସଲାମ ନେଇ ସାଉଥରେ ରଜନୀକାନ୍ତଙ୍କ ଫ୍ୟାନ୍ସ ଖୁବ୍ ସେଲିବ୍ରେଟ କରିଥିବା ଦେଖିବାକୁ ମିଳିଛି । ରଜୀକାନ୍ତଙ୍କ ଫିଲ୍ମ ସାଉଥ ଫ୍ୟାନ୍ସଙ୍କ ପାଇଁ କୌଣସି ଉତ୍ସବ ଠାରୁ କମ ନୁହଁ । ତେବେ ଚେନ୍ନାଇ ସମେତ ଅନ୍ୟ ରାଜ୍ୟରେ ଫ୍ୟାନ୍ସ ରଜନୀକାନ୍ତଙ୍କ କଟ-ଆଉଟ ଏବଂ ପୋଷ୍ଟର ଲଗାଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଝିଅ ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ରିଲିଜ ନେଇ ବାପା ରଜନୀକାନ୍ତ ଏବଂ ପୂର୍ବତନ ସ୍ୱାମୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ସିନେମାରେ ଏ ଆର୍ ରେହମାନ ସଙ୍ଗୀତ ଦେଇଥିବାବେଳେ ଏହାର ସିନେମାଟୋଗ୍ରାଫର ବିଷ୍ଣୁ ରଙ୍ଗସାମି କରିଛନ୍ତି ।