ETV Bharat / entertainment

ବଲିଉଡରୁ ଓଲିଉଡ ସୁବୁଠି ଜନ୍ମାଷ୍ଟମୀର ଧୁମ୍, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି - CELEBS WISH ON JANMASHTAMI

author img

By ETV Bharat Odisha Team

Published : Aug 26, 2024, 12:24 PM IST

Updated : Aug 26, 2024, 12:36 PM IST

Celebs Janmashtami Wishes To Fans: ଆଜି ପବିତ୍ର ଜନ୍ମାଷ୍ଟମୀ । ଏହି ପବିତ୍ର ଦିନକୁ ଧୁମଧାମରେ ପାଳନ କରିଛନ୍ତି ବଲିଉଡରୁ ଓଲିଉଡ ସେଲିବ୍ରିଟି । ଏହି ଅବସରରେ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ମଧ୍ୟ ଜନ୍ମାଷ୍ଟମୀ ଶୁଭକାମନା ଜଣାଇଛନ୍ତି ସେଲିବ୍ରିଟି ।

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟରାତ୍ରିରେ ଜନ୍ମ ନେବେ କଳା କହ୍ନେଇ । ଦ୍ବାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। ସେହି ଦିନକୁ କୃଷ୍ଣ ତନ୍ମ ବା ପବିତ୍ର ଜନ୍ମାଷ୍ଟମୀ ରୂପେ ପାଳନ କରାଯାଉଛି । ଯାହାକୁ ନେଇ ଚଳଚଞ୍ଚଳ ପୁର ଠୁ ପଲ୍ଲୀ । ଏହି ଅବସରରେ ବଲିଉଡରୁ ଓଲିଉଡ ସେଲିବ୍ରିଟି ଧୁମଧାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ସେଲିବ୍ରିଟି ଫ୍ୟାନ୍ସଙ୍କୁ ମଧ୍ୟ ଜନ୍ମାଷ୍ଟମୀ ଶୁଭକାମନା ଜଣାଇଛନ୍ତି ସେଲିବ୍ରିଟି ।

ଓଡ଼ିଆ ତାରକାଙ୍କ ଶୁଭକାମନା

ଓଲିଉଡ ଅଭିନେତ୍ରୀ ତମନ୍ନା ବ୍ୟାସ, ରିୟା ଦେ ଓ ଏଲିନା ସାମନ୍ତରାୟଙ୍କ ସମେତ ଅନେକ ତାରକା ଫ୍ୟାନ୍ସଙ୍କୁ ମଧ୍ୟ ଜନ୍ମାଷ୍ଟମୀ ଶୁଭକାମନା ଜଣାଇଛନ୍ତି । ଅଭିନେତ୍ରୀ ରିୟା ଦେ ନିଜ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀ ଶୁଭକାମନା ଜଣାଇଛନ୍ତି । ଏହି ଫଟୋରେ ସେ ଲାଲ ରଙ୍ଗର ଶାଢୀରେ ନଜର ଆସିଛନ୍ତି । ସେହିପରି ଓଡ଼ିଆ ଅଭିନେତ୍ରୀ ତମନ୍ନା ମଧ୍ୟ ନିଜ ଇନଷ୍ଟାଗ୍ରାମରେ ପୁରୀ ଜଗନ୍ନାଥ ମନ୍ଦିର ସହ ନିଜର ଦୁଇଟି ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ''କୃଷ୍ଣ ଯାହାଙ୍କ ନାଁ, ଗୋକୁଳ ଯାହାଙ୍କ ଧାମ। ସେହି କୃଷ୍ଣ ଭଗବାନଙ୍କୁ ଆମର ପ୍ରଣାମ । ସମସ୍ତଙ୍କୁ ଜନ୍ମାଷ୍ଟମୀ ଶୁଭେଚ୍ଛା ।'' ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ କହ୍ନେୟାଙ୍କ ସହ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି 'ରାଧେ ରାଧେ, ଜୟ ଶ୍ରୀ କ୍ରିଷ୍ଣା ।'

ବଲିଉଡ ତାରକାଙ୍କ ଶୁଭେଚ୍ଛା

ବଲିଉଡ ଅଭିନେତା ଅନୁପମ ଖେର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଭଗବାନ କୃଷ୍ଣଙ୍କ ଫଟୋଗୁଡ଼ିକର ଏକ କ୍ଲିପ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି,' ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସମସ୍ତଙ୍କୁ ଶୁଭେଚ୍ଛା। ଭଗବାନ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ କରନ୍ତୁ । କୃଷ୍ଣ କୃଷ୍ଣ ହରେ ଜୟ ବଙ୍କେ ବିହାରୀ ଲାଲ କି ଜୟ ।' ସେହିପରି ଭାରତୀ ସିଂ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ପୁଅ ଗୋଲା ଏବଂ ସ୍ୱାମୀ ହର୍ଷଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଗୋଲା କହ୍ନେୟା ରୂପରେ ନଜର ଆସିବାକୁ ଥିବା ବେଳେ ହର୍ଷ ହାଣ୍ଡିକୁ ଭାଙ୍ଗିବାରେ ପୁଅକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି ।

ସେଲିବ୍ରିଟିଙ୍କ ପୋଷ୍ଟ
ସେଲିବ୍ରିଟିଙ୍କ ପୋଷ୍ଟ (Instagram)

ଏହା ମଧ୍ୟ ପଢନ୍ତୁ: ଜନ୍ମାଷ୍ଟମୀରେ କାହିଁକି ରିଲିଜ ହେଲା ଜବାନ, ଜାଣନ୍ତୁ କାରଣ

ସେହିପରି ଅଭିନେତ୍ରୀ ଶୋଭିତା ଧୂଲିପାଲା ନିଜେ ଶ୍ରୀକୃଷ୍ଣଙ୍କ ବେଶରେ ନଜର ଆସିଛନ୍ତି । ଏହା ସେୟାର କରି ସେ ଫ୍ୟାନ୍ସଙ୍କୁ ମଧ୍ୟ ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ମାଧୁରୀ ଦୀକ୍ଷିତ, ରକୁଲ ପ୍ରୀତ ସିଂ ଓ ଅଭିନେତାବରୁଣ ଧୱନ, ଅନୁପମ ଖେରଙ୍କ ସମେତ ସେଲିବ୍ରିଟି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ମଧ୍ୟ ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇଛନ୍ତି ।

ସେଲିବ୍ରିଟିଙ୍କ ପୋଷ୍ଟ
ସେଲିବ୍ରିଟିଙ୍କ ପୋଷ୍ଟ (Instagram)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 26, 2024, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.