ETV Bharat / entertainment

ସାଉଥ ଖାଦ୍ୟର ଦିୱାନା ହେଲେ କାର୍ତ୍ତିକ, ଅଭିନୟ ଛାଡି ହେବେ ଫୁଡ ବ୍ଲଗର !

author img

By ETV Bharat Odisha Team

Published : Feb 25, 2024, 1:35 PM IST

Kartik Aaryan: ସାଉଥ ଇଣ୍ଡିଆନ ଖାଦ୍ୟର ମତୁଆଲା ହେଲେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । କଫି ପିଇବା ସହିତ ଦୋସା ଖାଇଲେ ଅଭିନେତା । ଅଧିକ ପଢନ୍ତୁ

Kartik Aaryan
Kartik Aaryan

ବେଙ୍ଗାଲୁରୁ: ସାଉଥ ଇଣ୍ଡିଆନ ଫୁଡର ଦିୱାନା ହେଲେ ବଲିଉଡର ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । କାର୍ତ୍ତିକ ଗତକାଲି(ଶନିବାର) ବେଙ୍ଗାଲୁରୁର ଏକ ଫୁଡ ଷ୍ଟଲକୁ ଖାଇବାକୁ ଯାଇଥିଲେ । ଯାହା ତାଙ୍କୁ ବେଶ ପସନ୍ଦ ଆସିଥିଲା । ସେ ରେସ୍ତୋରାଁରେ ଖାଉଥିବାର କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ସାଙ୍ଗମାନଙ୍କ ସହ ଦୋସା ଓ କଫି ପିଉଥିବାର ଦେଖିବାକୁ ମିଳିଛି ।

ଅଭିନେତା ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, 'ବେଙ୍ଗାଲୁରୁରେ ଏହି ସୁସ୍ୱାଦୁ ତଥା ପ୍ରସିଦ୍ଧ ଖାଦ୍ୟ ଦେଖିବା ପରେ ଭାବୁଛି କି ଫୁଡ ବ୍ଲଗର ହୋଇଯିବି ।' ତେବେ ଅଭିନେତା କଫି ଓ ଦୋସା ପରେ ଭେଜ ଥାଳି ମଧ୍ୟ ଖାଇଥିଲେ । କାର୍ତ୍ତିକ ଆର୍ଯ୍ୟନଙ୍କୁ ସାଉଥ ଇଣ୍ଡିଆନ ଖାଦ୍ୟ ବେଶ ପସନ୍ଦ ଆସିଛି । ସେ ରେସ୍ତୋରାଁରୁ ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସାଉଥ ଇଣ୍ଡିଆ ଫୁଡର ସ୍ବାଦ ଚାଖୁଥିବାର ଦେଖିବାକୁ ମିଳିଛି । ସେ ସେୟାର କରିଥିବା ଫଟୋ ଗୁଡ଼ିକରେ କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ସାଙ୍ଗମାନଙ୍କ ସହିତ ବହୁତ ମଜା କରୁଥିବାର ନଜର ଆସିଛନ୍ତି |

ଆରମ୍ଭ ହୋଇଯାଇଛି ମହିଳା ପ୍ରିମିୟର ଲିଗ୍‌ ୨୦୨୪ । ଏହା ମହିଳା ପ୍ରିମିୟର ଲିଗ୍‌ର ଦ୍ବିତୀୟ ସଂସ୍କରଣ ଅଟେ । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମ୍ୟାଚର ଉଦଘାଟନୀ ସମାରୋହରେ ଅନେକ ସେଲିବ୍ରିଟି ଦମଦାର ଫରଫର୍ମର ତଡକା ଲଗାଇଥିବା ବେଳେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । କାର୍ତ୍ତିକ ଆର୍ଯ୍ୟନ ତାଙ୍କ ହିଟି ଫିଲ୍ମ ବୁଲ ବୁଲେୟା-୨ ର ଗୀତ ' ହରେ ରାମ' ସମେତ ଅନେକ ଗୀତରେ ଡ୍ୟାନ୍ସ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ମହିଳା ପ୍ରିମିୟର ଲିଗ 2024: ସିଗ୍ନେଚର ପୋଜ ଦେଲେ କିଙ୍ଗ ଖାନ, ପରଫର୍ମରେ ଚାର୍ ଚାନ୍ଦ୍ ଲଗାଇଲେ ସେଲିବ୍ରିଟି

କାର୍ତ୍ତିକ ଆର୍ଯ୍ୟନଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, କାର୍ତ୍ତିକଙ୍କୁ ଆଗାମୀ ଫିଲ୍ମ 'ଚନ୍ଦୁ ଚମ୍ପିଆନ'ରେ ଦେଖିବାକୁ ମିଳିବ । ଏହି ଫିଲ୍ମ କ୍ରୀଡ଼ା ଡ୍ରାମାରେ ଭରପୁର ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁରଲୀକାନ୍ତ ପେଟକରଙ୍କ ବାୟୋପିକ୍ ଅଟେ । କାର୍ତ୍ତିକ ଆର୍ଯ୍ୟନଙ୍କୁ ପ୍ରଥମ ଥର ପାଇଁ ଏକ କ୍ରୀଡ଼ା ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ 14 ଜୁନ୍ 2024ରେ ମୁକ୍ତିଲାଭ କରିବ । ଏହାବ୍ୟତୀତ ସେ 'ଆଶିକି 3' ଏବଂ ନିର୍ଦ୍ଦେଶକ ହଂସଲ ମେହେତ୍ତାଙ୍କ ଫିଲ୍ମ 'କ୍ୟାପଟେନ୍‌ ଇଣ୍ଡିଆ' ଏବଂ 'ଭୁଲ ଭୁଲେୟା-୩'ରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.