ETV Bharat / entertainment

କରୀନା, ତବୁ ଓ କ୍ରିତିଙ୍କ 'କ୍ରୁ' ଦେଖିଲେ କରଣ ଜୋହର, ଫିଲ୍ମକୁ ନେଇ କହିଲେ ଏମିତି - Karan Johar Reviews CREW

author img

By ETV Bharat Odisha Team

Published : Apr 2, 2024, 7:06 AM IST

Karan Johar: 'କ୍ରୁ' ଦେଖିଲେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର । ସମସ୍ତ ଅଭିନେତ୍ରୀଙ୍କ ଅଭିନୟକୁ କଲେ ପ୍ରଶଂସା । ଅଧିକ ପଢ଼ନ୍ତୁ

'କ୍ରୁ'
'କ୍ରୁ'

ମୁମ୍ବାଇ: ହିନ୍ଦୀ ଫିଲ୍ମ 'କ୍ରୁ' ଦେଖିଲେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର । ଫିଲ୍ମ ଦେଖିବା ପରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ କରୀନା କପୁର ଖାନ, ତବୁ ଏବଂ କ୍ରିତି ସାନନ୍‌ଙ୍କୁ କଲେ ପ୍ରଶଂସା । ତେବେ ଏହି ଫିଲ୍ମ ଏକ ସୁପର ଫନି ଫିଲ୍ମ ବୋଲି କହିଛନ୍ତି କରଣ । ସେପଟେ ଭରପୁର କମେଡିରେ ଭରି ରହିଥିବା ଏହି ମହିଳା କୈନ୍ଦ୍ରିକ ଚଳଚ୍ଚିତ୍ରଟି ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିବା ବେଳେ ପ୍ରଥମ ମହିଳା କୈନ୍ଦ୍ରିକ ଫିଲ୍ମ ଭାବରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ମାର୍ଚ୍ଚ 29ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା 'କ୍ରୁ' ।

ମହିଳା କୈନ୍ଦ୍ରିକ କମେଡି ଫିଲ୍ମ 'କ୍ରୁ' ପ୍ରେକ୍ଷାଳୟକୁ ଆସିବା ପରେ ଆରମ୍ଭରୁ ହିଁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ବର୍ତ୍ତମାନ କରଣ ଜୋହର ମଧ୍ୟ ଫିଲ୍ମଟିକୁ ଦେଖି ପ୍ରଶଂସା କରିଛନ୍ତି । ଫିଲ୍ମ ଦେଖିବା ପରେ ଇନଷ୍ଟାଗ୍ରାମରେ ଫିଲ୍ମକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି କରଣ । କରଣ ଲେଖିଛନ୍ତି, " କ୍ରୁ ଏକ ସୁପର ଫନି ଓ କମେଡି ଫିଲ୍ମ । ମୁଖ୍ୟ ଭୂମିକା ନିଭାଇଥିବା 3 ଅଭିନେତ୍ରୀ ଚମତ୍କାର ଅଭିନୟ କରିଛନ୍ତି ।" ବିଶେଷ ଭାବରେ କରୀନାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି କରଣ ।

ଏହା ମଧ୍ୟ ପଢ଼ନ୍ତୁ...'କ୍ରୁ' ନୂଆ ଗୀତ 'ଚୋଲି କେ ପିଛେ' ରିଲିଜ, ୯୦ ଦଶକର ଯାଦୁ ଦେଖାଇଲେ କରୀନା - Choli Ke Peeche Song Out

ତେବେ ଏକତା କପୁର ଓ ରିୟା କପୁରଙ୍କ ଦ୍ବାରା ପ୍ରଯୋଜିତ ତଥା ରାଜେଶ ଏ କୃଷ୍ଣଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ତବୁ, କରୀନା କପୁର, କ୍ରିତି ସାନନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଦିଲଜିତ ଦୋସଞ୍ଜ ଓ କପିଲ ଶର୍ମାଙ୍କ ଭଳି ପ୍ରତିଭାଶାଳୀ କଳାକାରଙ୍କୁ ଅତିଥି କଳାକାର ଭାବରେ ଦେଖିବାକୁ ମିଳିଛି । ସେପଟେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବାର ପ୍ରଥମ ଦିନରୁ ହିଁ ଜବରଦସ୍ତ କଲେକ୍ସନ କରିବା ଆରମ୍ଭ କରିବା ସହ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି । ପ୍ରଥମ ଦିନରେ ଭାରତରେ 10 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟ କରିଥିବା ବେଳେ ବିଶ୍ବବ୍ୟାପୀ ପ୍ରାୟ 21 କୋଟିରୁ ଊର୍ଦ୍ଧ୍ବ ଆୟ କରିଥିଲା 'କ୍ରୁ' । ମାତ୍ର 3 ଦିନ ମଧ୍ୟରେ ଫିଲ୍ମ ଘରୋଇ ବକ୍ସ ଅଫିସରେ 30 କୋଟିରୁ ଅଧିକ ଆୟ କରିଛି । ତେବେ ମହିଳା କୈନ୍ଦ୍ରିକ ଚଳଚ୍ଚିତ୍ର ଭାବରେ ବକ୍ସ ଅଫିସରେ ଏଭଳି କଲେକ୍ସନରେ 'କ୍ରୁ' ହେଉଛି ପ୍ରଥମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.