ETV Bharat / entertainment

'କଙ୍ଗୁୱା' ନୂଆ ରିଲିଜ ଡେଟ୍ ଆଉଟ୍; ଏହି ଦିନ ପରଦାକୁ ଆସିବ ସୂରିୟା-ବବି ଦେଓଲଙ୍କ ଫିଲ୍ମ - Kanguva New Release Date

author img

By ETV Bharat Entertainment Team

Published : 12 hours ago

Kanguva New Release Date: ସୂରିୟାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'କଙ୍ଗୁୱା' ନୂବଆ ରିଲିଜ ଡେଟ୍ ଘୋଷଣା ହୋଇଛି । ପୂର୍ବରୁ ଏହି ଫିଲ୍ମ ଅକ୍ଟୋବରରେ ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ ନିର୍ମାତା ଏହାରି ରିଲିଜ ତାରିଖ ବୃଦ୍ଧି କରିଛନ୍ତି । ତେବେ କେବେ ଫିଲ୍ମ ପରଦାକୁ ଆସିବ ? ଜାଣନ୍ତୁ,

'କଙ୍ଗୁୱା' ନୂଆ ରିଲିଜ ଡେଟ୍ ଆଉଟ୍; ଏହି ଦିନ ପରଦାକୁ ଆସିବ ସୂରିୟା-ବବି ଦେଓଲଙ୍କ ଫିଲ୍ମ
'କଙ୍ଗୁୱା' ନୂଆ ରିଲିଜ ଡେଟ୍ ଆଉଟ୍; ଏହି ଦିନ ପରଦାକୁ ଆସିବ ସୂରିୟା-ବବି ଦେଓଲଙ୍କ ଫିଲ୍ମ (Film poster/ETV Bharat)

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ସୂରିୟାଙ୍କ 'କଙ୍ଗୁୱା' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ, ଯାହା ରିଲିଜ୍ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହି ଫିଲ୍ମ ବିଷୟରେ ବଡ ଖବର ଆସିଛି । ଏହି ଚଳଚ୍ଚିତ୍ର ପୂର୍ବରୁ ଅକ୍ଟୋବର 10 ରେ ରିଲିଜ ହେବାର ଥିଲା । ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ରିଲିଜ ତାରିଖ ନଭେମ୍ୱରକୁ ଘୁଞ୍ଚାଇଛନ୍ତି । ଆଜି ସୋସିଆଲ ମିଡିଆରେ ନିର୍ମାତା ଫିଲ୍ମର ଏକ ଭିଡିଓ ସେୟାର କରି ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି ।

ଏହି ରିଲିଜ ହେବ 'କଙ୍ଗୁୱା'

ଫିଲ୍ମର ନିର୍ମାତା ଷ୍ଟୁଡିଓ ଗ୍ରୀନ ଇନଷ୍ଟାଗ୍ରାମରେ ସୂରିୟା ଶିବକୁମାର ଏବଂ ବବି ଦେଓଲଙ୍କ ଦମଦାର ମୋଶନ ପୋଷ୍ଟର ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ଗର୍ବ ଏବଂ ଗୌରବର ଲଢେଇ, ଯାହା ବିଶ୍ୱ ଦେଖିବ । କଙ୍ଗୁୱାର ଶକ୍ତିଶାଳୀ ରାଜତ୍ୱ 14-11-24 ରୁ ପରଦାକୁ ଆସିବ ଏହାର ଅର୍ଥ 14 ନଭେମ୍ବର 2024 ରେ ରିଲିଜ ହେବ । ମୋସନ ପୋଷ୍ଟରରେ ସୂର୍ଯ୍ୟ ଶିବକୁମାର ଏବଂ ବବି ଦେଓଲଙ୍କ ଦମଦରା ଲୁକ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ହେବନି 'ସୂରିୟା-ରଜନୀକାନ୍ତ'ଙ୍କ କଡା ଟକ୍କର; ଘୁଞ୍ଚିଲା 'କଙ୍ଗୁୱା' ରିଲିଜ ଡେଟ୍, କାରଣ କହିଲେ ଅଭିନେତା

ଏହି କାରଣରୁ ଘୁଞ୍ଚିଲା 'କଙ୍ଗୁୱା' ରିଲିଜ ଡେଟ୍

ବାସ୍ତବରେ, କଙ୍ଗୁୱା ଏବଂ ରଜନୀକାନ୍ତଙ୍କ ଭେଟ୍ଟିୟାନ୍ ସମାନ ତାରିଖ 10 ଅକ୍ଟୋବରରେ ରିଲିଜ୍ ହେବାର ଥିଲା ଏବଂ ବକ୍ସ ଅଫିସରେ କଡା ଟକ୍କର ହେବାକୁ ଯାଉଥିଲା । କିନ୍ତୁ ରଜନୀକାନ୍ତଙ୍କ ଫିଲ୍ମ ଯୋଗୁଁ 'କଙ୍ଗୁୱା' ଫିଲ୍ମ ରିଲିଜ ତାରିଖକୁ ଘୁଞ୍ଚାଇବାକୁ ନିଷ୍ପତି ନେଇଛନ୍ତି । ନିକଟରେ ଫିଲ୍ମ 'ମୈୟାଜଗାନ୍'ର ଅଡିଓ ଲଞ୍ଚରେ ସୂରିୟା କହିଥିଲେ ଯେ ରଜନୀକାନ୍ତ ତାଙ୍କ ପାଇଁ ସିନିୟର ଭେଟ୍ଟିୟାନ ପାଇଁ ରାସ୍ତା ପ୍ରସ୍ତୁତ କରିବାକୁ ଆମେ ଆମ ଫିଲ୍ମ ରିଲିଜକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛୁ । ତେବେ ବର୍ତ୍ତମାନ ସୂରିୟାଙ୍କ ଫିଲ୍ମର ନିର୍ମାତା ଏହାର ଅଫିସିଆଲ ଘୋଷଣା କରି ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'କଙ୍ଗୁୱା' ନୂଆ ପୋଷ୍ଟର ଆଉଟ୍, ଭିନ୍ନ ଲୁକରେ ନଜର ଆସିଲେ ସୂରିୟା

'କଙ୍ଗୁୱା' ବିଷୟରେ କହିବାକୁ ଗଲେ,

ସିରୁଥାଇ ସିଭାଙ୍କ ଦ୍ୱାରା ନିର୍ଦ୍ଦେଶିତ 'କଙ୍ଗୁୱା' ଏକ ମନୋରଞ୍ଜନ ଭରପୁର ଫିଲ୍ମ ବୋଲି କୁହାଯାଉଛି । ଏହି ଫିଲ୍ମରେ 9ମ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତର କାହାଣୀକୁ ଦର୍ଶାଯାଇଛି । ସୁପରଷ୍ଟାର ସୂରିୟା ଶିବକୁମାରଙ୍କ ଫିଲ୍ମରେ ବଲିଉଡ ଅଭିନେତା ବବି ଦେଓଲ, ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ଅଭିନୟ କରିବେ । ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ 10 ଟି ଭାଷାରେ 3Dରେ ରିଲିଜ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.