ETV Bharat / entertainment

'କଙ୍ଗୁୱା'ରେ ଭିଲେନ ହେବେ ବବି, ବର୍ଥ ଡେରେ ଆସିଲା ଭୟଙ୍କର ଲୁକ୍

author img

By ETV Bharat Odisha Team

Published : Jan 27, 2024, 10:14 PM IST

Bobby Deol's First Look From Kanguva Movie: ଆଜି ବଲିଉଡ ଅଭିନେତା ବବି ଦେୱଲଙ୍କ ଜନ୍ମଦିନ । ଏହି ଅବସରରେ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି ପ୍ରଯୋଜନା ସଂସ୍ଥା । ଜାଣନ୍ତୁ କେଉଁ ରୋଲ ପ୍ଲେ କରିବେ ବବି...

bobby deols look
bobby deols look

ମୁମ୍ବାଇ: ଆଜି ଜନ୍ମଦିନ ପାଳିଛନ୍ତି ବବି ଦେୱଲ । ଆଜିର ଦିନରେ ଫ୍ୟାନ୍ସକୁ ମିଳିଛି ବଡ଼ ଭେଟି । 'ଆନିମଲ'ଠାରୁ ମଧ୍ୟ ଭୟଙ୍କର ଲୁକରେ ସ୍କ୍ରିନରେ ନଜର ଆସିବାକୁ ଯାଉଛନ୍ତି ବବି ଦେୱଲ । 'ଆନିମଲ' ରିଲିଜ ପରଠାରୁ ନିଜର ଚମତ୍କାର ଅଭିନୟ ପାଇଁ ଚର୍ଚ୍ଚାରେ ରହିଛନ୍ତି ବବି ଦେୱଲ । ଖୁବ କମ୍ ସମୟର ସ୍କ୍ରିନ ସେୟାର କରିଥିଲେ ବି ତାହା ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଥିଲା । ଏହା ବବିଙ୍କ ଏକ ଗ୍ରାଣ୍ଡ୍ କମବ୍ୟାକ୍ କହିଲେ ଭୁଲ ହେବ ନାହିଁ । କାରଣ ଆନିମଲ ପରେ ପୁଣି ବବି ଦେୱଲଙ୍କୁ ମିଳିଛି ଅଫର ପରେ ଅଫର । ଏହା ପୂର୍ବରୁ ନିତେଶ କୁମାରଙ୍କ ରାମାୟଣ ପାଇଁ ମଧ୍ୟ ତଙ୍କୁ କୁମ୍ଭକର୍ଣ୍ଣ ଭୂମିକା ପାଇଁ ଅଫର ମିଳିଥିବା ଚର୍ଚ୍ଚା ହେଉଥିଲା ।

ରଣବୀର କପୁର ଷ୍ଟାରର ଆକ୍ସନ ଫିଲ୍ମ 'ଆନିମଲ'ରେ ଭିଲେନ ରୋଲ ପ୍ଲେ କରିଥିବା ବବି ଦେୱଲ, ଏବେ ପୁଣି ଥରେ ଆଉ ଏକ ଭିଲେନ ଲୁକରେ ନଜର ଆସିବେ । ଫିଲ୍ମ 'କଙ୍ଗୁୱା'ରେ ବବିଙ୍କ ଲୁକର ପ୍ରଥମ ଫଟୋ ଆଜି ସେୟାର ହୋଇଛି । ତାଙ୍କର ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କୁ ଏଭଳି ଭେଟି ଦେଇଛି ପ୍ରଯୋଜନା ସଂସ୍ଥା । ଏହି ପୋଷ୍ଟରେ ଫ୍ୟାନ୍ସମାନେ କମେଣ୍ଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । 'ଏ ଲୁକ୍ କାଫି ଖତରନାକ' ବୋଲି କମେଣ୍ଟ କରିଛନ୍ତି ୟୁଜର୍ସ । ଆଉ କେହି କେହି ଲେଖିଛନ୍ତି 'ଏହି ଫାର୍ଷ୍ଟ ଲୁକ୍ ବହୁ ଶାନଦାର' । ଆଉ କେତେକ ୟୁଜର୍ସ 'ଭେରି ଡେଞ୍ଜରିଅସ' ଲେଖିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଗଣତନ୍ତ୍ର ଦିବସରେ 70% ବଢିଲା ଫାଇଟର କଲେକ୍ସନ, ଏତିକି କରିଲା ଆୟ

ଏହା ମଧ୍ୟ ପଢନ୍ତୁ...ନିତେଶ ତିୱାରୀଙ୍କ 'ରାମାୟଣ'ରେ କୈକେୟୀ ହେବେ ଲାରା, କୁମ୍ଭକର୍ଣ୍ଣ ଭୂମିକାରେ ବବି ଦେୱଲ !

ତେବେ 'କଙ୍ଗୁଆ' ହେଉଛି ଏକ ତାମିଲ ଚଳଚ୍ଚିତ୍ର ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଶିବା । ଫିଲ୍ମର ଷ୍ଟାରକାଷ୍ଟ ରହିଛନ୍ତି ସୂର୍ଯ୍ୟା, ବବି ଦେୱଲ, ଦିଶା ପଟାନୀ, ଜଗପତି ବାବୁ, ଯୋଗୀ ବାବୁଙ୍କ ଭଳି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ । ହେଲେ ଏହି ଚଳଚ୍ଚିତ୍ର କେବେ ରିଲିଜ ହେବ ସେ ସମ୍ପର୍କରେ କୌଣସି ସୂଚନା ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇନାହିଁ । ଫିଲ୍ମ 'ଆନିମଲ'ର ସୁଟିଂ ପୂର୍ବରୁ ଖୁବ ପରିଶ୍ରମ କରିଥିଲେ ବବି ଦେୱଲ । ଯାହା ତାଙ୍କୁ ଆଣିଦେଇଛି ସଫଳତା । ତାଙ୍କର ଅପ କମିଂ ଫିଲ୍ମ 'କଙ୍ଗୁୱା' ମଧ୍ୟ ସଫଳ ହେବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.