ETV Bharat / entertainment

ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି କି କୁଇନ ? ଏପରି ଜବାବ ଦେଲେ ଅଭିନେତ୍ରୀ - କଙ୍ଗନା ରାଣାୱତ

Kangana Ranaut On Becoming PM: ଆଗାମୀ ଫିଲ୍ମ 'ଏମରଜେନ୍ସି'ରେ କଙ୍ଗନା ରାଣାୱତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ସମୟରେ ଏକ ଇଭେଣ୍ଟରେ ସେ ରିଲ ଲାଇଫ ପରି ରିଅଲ ଲାଇଫରେ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି? ଏହି ପ୍ରଶ୍ନରେ ପ୍ରତିକ୍ରୟା ଦେଇଛନ୍ତି କୁଇନ। ଅଧିକ ପଢନ୍ତୁ,

ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି କି କୁଇନ? ଏପରି ଜବାବ ଦେଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Feb 12, 2024, 1:36 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଆଗାମୀ ଫିଲ୍ମ 'ଏମରଜେନ୍ସି'କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଅଭିନେତ୍ରୀ ଫିଲ୍ମର ରିଲିଜ ଡେଟ ଘୋଷଣା କରିଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ତେବେ ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏନେଇ ନିକଟରେ ଏକ ଇଭେଣ୍ଟରେ ଅଭିନେତ୍ରୀଙ୍କୁ ପଚାରଗଲା ଯେ, ରିଲ ଲାଇଫ ପରି ରିଅଲ ଲାଇଫରେ ମଧ୍ୟ ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି କି ? ଏହି ପ୍ରଶ୍ନରେ ଅଭିନେତ୍ରୀ ମଜାଳିଆ ଢଙ୍ଗରେ ଜବାବ ଦେଇଛନ୍ତି ।

କଙ୍ଗନା ନିକଟରେ ହାଇଦ୍ରାବାଦରେ ଆୟୋଜିତ ତେଲୁଗୁ ଫିଲ୍ମ 'ରଜାକର'ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସାମିଲ ହୋଇଥିଲେ । ଏହି ସମୟରେ ଅଭିନେତ୍ରୀଙ୍କୁ ଆପଣ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି କି ବୋଲି ପଚରାଯିବାରୁ ସେ ଉତ୍ତର ଦେଇ କହିଛନ୍ତି, "ଏବେ ମୁଁ ଏକ ଫିଲ୍ମ କରିଛି, ଯାହାର ନାଁ ଏମରଜେନ୍ସି । ତାକୁ ଦେଖିବା ପରେ କେହି ଚାହିଁବେନି ଯେ, ମୁଁ ଦେଶର ପ୍ରଧାନମନ୍ତ୍ରୀ ହେବି ।" କହିରଖୁଛୁ କି, ନିକଟରେ କଙ୍ଗନା ରାଜନୀତିରେ ଏଣ୍ଟ୍ରି କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଏନେଇ ମଧ୍ୟ ସେ ଖୁଲାସା କରିଥିଲେ ।

କଙ୍ଗନା ରାଜନୀତିରେ ଏଣ୍ଟ୍ରି କରିବେ କି?

କଙ୍ଗନାଙ୍କ ରାଜନୀତିରେ ଏଣ୍ଟ୍ରି କରିବା ଖବର ନେଇ ମୁହଁ ଖୋଲିଥିଲେ । ସେ ଗତବର୍ଷ (୨୦୨୩) ଫେବୃଆରୀରେ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ସେ କହିଥିଲେ ଯେ, "ମୁଁ ଜଣେ ସମ୍ବେଦନଶୀଳ ଏବଂ ବୁଦ୍ଧିମାନ ବ୍ୟକ୍ତି, ରାଜନୈତିକ ବ୍ୟକ୍ତି ନୁହଁ । ମୋତେ ଅନେକ ଥର ରାଜନୀତିରେ ଯୋଗଦେବାକୁ କୁହାଯାଇଥିଲା, କିନ୍ତୁ ମୁଁ ପ୍ରତ୍ୟେକ ଥର ମନା କରିଥିଲି ।" ଏହା ପରେ ସେ ଗତବର୍ଷ ନଭେମ୍ବରରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ, ଆପଣ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି? ଏହାର ଉତ୍ତରରେ ସେ କହିଥିଲେ ଯେ, 'ଶ୍ରୀକୃଷ୍ଣଙ୍କ ଆର୍ଶୀବାଦ ରହିଲେ ନିଶ୍ଚୟ ଲଢିବି ।'

ଏହା ମଧ୍ୟ ପଢନ୍ତୁ: BJP ଟିକେଟ ଦେଲେ ନିର୍ବାଚନ ଲଢିବେ କଙ୍ଗନା, ସ୍ପଷ୍ଟ କଲେ ବାପା

'ଏମରଜେନ୍ସି' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଜୁନ ୧୪ରେ ରିଲିଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.