ETV Bharat / entertainment

କମଲ@70; 200ରୁ ଅଧିକ ଫିଲ୍ମରେ ଦେଖାଇଛନ୍ତି ଜଲୱା, 6 ବର୍ଷରେ ପାଇଥିଲେ ଗୋଲ୍ଡ ମେଡାଲ୍, 2 ଥର ହାତେଇଛନ୍ତି ପଦ୍ମ ପୁରସ୍କାର - KAMAL HAASAN BIRTHDAY

କମଲ ହାସନ ଶିଶୁ କଳାକାର ଭାବେ ଅଭିୟ କ୍ୟାରିଅର ଆରମ୍ଭ କରିଥିବା ବେଳେ 6 ବର୍ଷରେ ପାଇଥିଲେ ରାଷ୍ଟ୍ରପତି ଗୋଲ୍ଡ ମେଡାଲ ।ତେବେ ଆଜି ତାଙ୍କର ଜନ୍ମଦିନରେ ଜାଣନ୍ତୁ ତାଙ୍କ ସଫଳ କ୍ୟାରିଅର ବିଷୟରେ..

kamal haasan birthday
kamal haasan birthday (ETV Bharat Odisha)
author img

By ETV Bharat Entertainment Team

Published : Nov 7, 2024, 2:52 PM IST

ହାଇଦ୍ରାବାଦ: ସାଉଥ ଏବଂ ବଲିଉଡ ଚଳଚ୍ଚିତ୍ରରେ ନିଜର ଅଭିନୟରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କମଲ ହାସନଙ୍କୁ ଆଜି(ନଭେମ୍ୱର 7)ରେ 70 ବର୍ଷ ହୋଇଛି । ସେ ଏବେବି ଚଳଚ୍ଚିତ୍ରରେ ବହୁତ ସକ୍ରିୟ ଅଛନ୍ତି । ସେ ପ୍ରତ୍ୟେକ ଚରିତ୍ରରେ ଦମଦାର ଅଭିନୟ କରି ଲୋକଙ୍କ ମନ ଜିତିଛନ୍ତି । ପ୍ରଶଂସକମାନେ ମଧ୍ୟ ତାଙ୍କ ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରନ୍ତି । କମଲ ହାସନ ଖୁବ୍ କମ୍ ବୟସରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ତାଙ୍କ ନାମରେ ଅନେକ ରେକର୍ଡ ରହିଛି । ତେବେ ତାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସଫଳ କ୍ୟରିଅର ଏବଂ ତାଙ୍କ ବିଷୟରେ କିଛି ରୋଚକ କଥା...

ସର୍ବାଧିକ ରେକର୍ଡ ନିଜ ନାଁରେ କରିଛନ୍ତି କମଲ ହାସନ

କମଲ ହାସନ ଭାରତୀୟ ସିନେମାର ଅଭିନେତା ଯିଏ ସର୍ବାଧିକ ପରୀକ୍ଷଣ ପାଇଁ ଜଣାଶୁଣା । ଏହା 4 ମିନିଟର ଓଲଟା ଓଠ ଲିନସିଂ, କିମ୍ବା ପ୍ରୋଥେଟିକ୍ ମେକଅପ୍ ହେଉ । ଏହି ଅଭିନେତା 6 ବର୍ଷ ବୟସରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପରଦାରେ ଅଭିନୟ କରି ଏକ ଭିନ୍ନ ପ୍ରଭାବ ଦେଖାଇଛନ୍ତି । ଭାରତୀୟ ସିନେମାରେ ସେ ଓସ୍କାରରେ ତାଙ୍କ ଚଳଚ୍ଚିତ୍ର ପାଇଁ ସର୍ବାଧିକ ନାମାଙ୍କନ ରେକର୍ଡ ରଖିଛନ୍ତି । ତାଙ୍କର 7 ଟି ଚଳଚ୍ଚିତ୍ର ଓସ୍କାରକୁ ପଠାଯାଇଛି । କେବଳ ଏତିକି ନୁହେଁ କମଲ ହାସନ ହିନ୍ଦୀ ଏବଂ ସାଉଥ ଚଳଚ୍ଚିତ୍ର ପାଇଁ 19 ଥର ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କ କ୍ୟାରିୟରରେ 6 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଅନେକ ରେକର୍ଡ ଅଛି । ସେ ହେଉଛନ୍ତି ସର୍ବାଧିକ ଆୟ ନେଉଥିବା ପ୍ରଥମ ଭାରତୀୟ ଅଭିନେତା ଯିଏକି ଗୋଟିଏ ଫିଲ୍ମ ପାଇଁ 1 କୋଟି ଟଙ୍କା ଚାର୍ଜ କରନ୍ତି । ଏଥିସହ ସେ ଦୁଇ ଦୁଇ ଥର ପଦ୍ମ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

କମ ବୟସରେ ହାତେଇଥିଲେ ରାଷ୍ଟ୍ରପତି ଗୋଲ୍ଡ ମେଡାଲ୍

୬ ବର୍ଷ ବୟସରୁ ହିଁ କମଲ ହାସନ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ ଫିଲ୍ମ କାଲାଥୁର କାନ୍ନମ୍ମା ରେ ଶିଶୁ କଳାକାର ଭାବେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରପତିଙ୍କଠାରୁ ଗୋଲ୍ଡ ମେଡାଲ୍‌ ପାଇଥିଲେ । କମଲ ହାସନ ଶିଶୁ କଳାକାର ଭାବେ କାମ କରିଥିଲେ । ପରେ ସିନେ ଜଗତରୁ ଦୂରେଇ ରହିଥିଲେ । ପରେ ସେ ଅଭିନେତା ନୁହଁ ଫେମସ କୋରିଓଗ୍ରାଫର ଭାବେ କମବ୍ୟାକ୍‌ କରିଥିଲେ । ଅନ୍ନାଇ ବେଲକୋନି(୧୯୭୧), କାଶି ୟଥିରାଇ(୧୯୭୩) ଭଳି ଫିଲ୍ମରେ ସେ କୋରିଓଗ୍ରାଫର ଭାବେ କାମ କରିଛନ୍ତି ।

ଓସ୍କାର ଦୌଡ଼ରେ କମଲ ହାସନଙ୍କ ୭ଟି ଫିଲ୍ମ ସାମିଲ, ଦୁଇ ଥର ପଦ୍ମ ସମ୍ମାନରେ ସମ୍ମାନିତ

କମଲ ହାସନ ପ୍ରଥମ ଅଭିନେତା, ଯାହାଙ୍କ ୭ଟି ଫିଲ୍ମ ଓସ୍କାର ଦୌଡରେ ସାମିଲ ହୋଇଛି । ଏହି ୭ଟି ଫିଲ୍ମ ଶ୍ରେଷ୍ଠ ଫରେନ ଫିଲ୍ମ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିଲା । ଫିଲ୍ମ ଗୁଡିକ ମଧ୍ୟରେ ହେ ରାମ, ଇଣ୍ଡିଆନ, କୁରୁଥିପୁନଲ, ଥେୱର ମଗମ, ନୟାଗନ, ସାଗର(ହିନ୍ଦୀ), ସ୍ବତୀ ମୁଥ୍ୟମ(ତେଲୁଗୁ) ଇତ୍ୟାଦି । ଏଥିସହ ସେ କଳା ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: 70 ବର୍ଷରେ କମଲ ହାସନ; ସ୍ପେଶାଲ ନୋଟ୍ ଲେଖି ବାପାଙ୍କୁ ବର୍ଥ ଡେ ୱିସ୍ ଜଣାଇଲେ ଶ୍ରୁତି ହାସନ

ସର୍ବାଧିକ ଫି' ନେଉଥିବା ପ୍ରଥମ କଳାକାର

କମଲ ହାସନଙ୍କୁ 1999 ମସିହାରେ ସବୁଠାରୁ ଦାମୀ ଅଭିନେତାମାନଙ୍କ ମଧ୍ୟରେ ବିବେଚନା କରାଯାଉଥିଲା । କାରଣ ସେ ତାଙ୍କ ଫିଲ୍ମ ପାଇଁ ଅଧିକ ଫି' ଆଦାୟ କରୁଥିଲେ । କମଲ ହାସନ ସାଉଥ୍‌ ବ୍ୟତୀତ ବଲିଉଡରେ ମଧ୍ୟ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି । ୧୯୮୫ରେ ରିଲିଜ୍‌ ହୋଇଥିବା କମଲଙ୍କ ଫିଲ୍ମ 'ସାଗର' ହିଟ୍‌ ହେବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମ ପାଇଁ କମଲ ହାସନଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ସହ ଅଭିନେତା ଭାବେ ୨ଟି ପୁରସ୍କାର ମିଳିଥିଲା । ଏହିପରି ସେ ନିଜ କ୍ୟାରିଅରରେ ୧୯ଟି ଫିଲ୍ମଫେୟାର ଆୱାର୍ଡ, ୪ଟି ଜାତୀୟ ପୁରସ୍କାର ହାସଲ କରିଛନ୍ତି ।

କମଲ ହାସନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, କମଲ ହାସନ ତାଙ୍କ ବୃତ୍ତିଗତ ଜୀବନରେ ଅନେକ ନାମ ଅର୍ଜନ କରିଥିବାବେଳେ ତାଙ୍କର ବ୍ୟକ୍ତିଗତ ଜୀବନ ବିଶେଷ ହୋଇନାହିଁ । ସେ ଦୁଇଥର ବିବାହ କରିଥିଲେ କିନ୍ତୁ ତାଙ୍କର ଉଭୟ ସମ୍ପର୍କ ତିଷ୍ଠି ରହିଲା ନାହିଁ । କମଲ ହାସନ ପ୍ରଥମେ 1978 ମସିହାରେ ନୃତ୍ୟଶିଳ୍ପୀ ଭାନି ଗଣପତିଙ୍କୁ ବିବାହ କରିଥିଲେ । ସେତେବେଳେ ଅଭିନେତାଙ୍କୁ ମାତ୍ର 24 ବର୍ଷ ବୟସ ହୋଇଥିଲା । ସେମାନଙ୍କର ସମ୍ପର୍କ ଅଧିକ ଦିନ ରହିଲା ନାହିଁ ଏବଂ ବିବାହର କିଛି ବର୍ଷ ମଧ୍ୟରେ ସେମାନେ ଅଲଗା ହୋଇଗଲେ । ଏହା ପରେ ସେ ଅଭିନେତ୍ରୀ ସାରିକାଙ୍କୁ ଡେଟ୍ କରିଥିଲେ । ଝିଅ ଶ୍ରୁତି ହାସନଙ୍କ ଜନ୍ମ ପରେ ଅଭିନେତା ସାରିକାଙ୍କୁ ବିବାହ କରିଥିଲେ । ତା’ପରେ କିଛି ବର୍ଷ ପରେ ଝିଅ ଅକ୍ଷରା ମଧ୍ୟ ଜନ୍ମ ହୋଇଥିଲେ । ପରେ 2004 ମସିହାରେ ଦୁହେଁ ଛାଡପତ୍ର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.