ETV Bharat / entertainment

Kalki 2898 AD; ବିଗ ବିଙ୍କ ଲୁକରେ ଫ୍ୟାନ୍ସ ତାଜୁବ, ଏହି ଭୂମିକାରେ ଆସିବେ ନଜର - Amitabh Bachchan In Kalki 2898AD - AMITABH BACHCHAN IN KALKI 2898AD

Amitabh Bachchan In Kalki 2898AD: ଅପେକ୍ଷାର ହେଲା ଅନ୍ତ । ବହୁ ଚର୍ଚ୍ଚିତ ଫିଲ୍ମ 'କଲ୍କି ୨୮୯୮ AD' ରୁ ଅମିତାଭ ବଚ୍ଚନଙ୍କ ଚରିତ୍ର ସହ ଲୁକ ଉପରୁ ପରଦା ହଟିଛି । ତେବେ ସେ କେଉଁ ଚରିତ୍ରରେ ନଜର ଆସିବେ? ଜାଣନ୍ତୁ,

'କଲ୍କି ୨୮୯୮ AD'; ବିଗ ବିଙ୍କ ଚରିତ୍ର ଉପରୁ ଉଠିଲା ପରଦା, ଏହି ଭୂମିକାରେ ଆସିବେ ନଜର

author img

By ETV Bharat Odisha Team

Published : Apr 22, 2024, 10:20 AM IST

ହାଇଦ୍ରାବାଦ: 'କଲ୍କି 2898 AD' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଯାହାର ରିଲିଜକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ପ୍ରଭାସ, କମଲ ହାସନ, ଦୀପିକା ପାଦୁକୋନ ଏବଂ ଦିଶା ପାଟାନି ନଜର ଆସିବେ । ପୂର୍ବରୁ ନିର୍ମାତା ଫିଲ୍ମରୁ ଦୀପିକା ଏବଂ ପ୍ରଭାସଙ୍କ ଲୁକ ରିଲିଜ କରିଥିବା ବେଳେ ଗତକାଲି ସକାଳେ ଅମିତାଭ ବଚ୍ଚନଙ୍କ ଲୁକ ରିଲିଜ କରିଛନ୍ତି । ଏଥିସହ ସନ୍ଧ୍ୟାରେ ନିର୍ମାତା ବଡ଼ ଖୁଲାସା କରିବେ ବୋଲି ସୂଚନା ଦେଇଥିଲେ । ତେବେ ବବର୍ତ୍ତମାନ ସେହି ଅପେକ୍ଷାର ଅନ୍ତ ହୋଇଛି । ଫିଲ୍ମରେ ବିଗ ବିଙ୍କ ଚରିତ୍ର ଉପରୁ ପରଦା ଉଠାଇଛନ୍ତି ନିର୍ମାତା । ସେ ଅଶ୍ୱତ୍ଥାମା ଭାବେ ଏହି ଫିଲ୍ମରେ ନଜର ଆସିବେ ।

  • " class="align-text-top noRightClick twitterSection" data="">

ଫିଲ୍ମର ଏକ ଛୋଟିଆ ୨୧ ସେକେଣ୍ଡର ଟିଜର ଭିଡିଓ ସେୟାର କରାଯାଇଥିଲା । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ହ୍ୱାଇଟ କପଡ଼ା ପିନ୍ଧିଥିବା ଜଣେ ବ୍ୟକ୍ତି ଗୁମ୍ଫାରେ ବସି ଶିବ ଲିଙ୍ଗଙ୍କୁ ପୂଜା କରୁଛନ୍ତି । ତା’ପରେ ଏକ ଶିଶୁର ସ୍ୱର ଶୁଣାଯାଏ, ତାଙ୍କୁ ପଚରାଯାଏ ତୁମର ମୃତ୍ୟୁ ଘଟିବ ନାହିଁ କି? ତୁମେ କଣ ଦିବ୍ୟ କି? ତୁମେ କିଏ? ଏହା ପରେ ଅମିତାଭ ବଚ୍ଚନ କୁହନ୍ତି ଯେ ମୁଁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା । ଏହାପୂର୍ବରୁ ନିର୍ମାତା 'କଲ୍କି 2898 AD'ରୁ ଅମିତାଭ ବଚ୍ଚନଙ୍କ ଏକ ଲୁକ ପୋଷ୍ଟର ରିଲିଜ କରିଥିଲେ ଏବଂ ସେ କିଏ ବୋଲି ଜାଣିବାର ସମୟ ଆସିଛି ବୋଲି କହିଥିଲେ । ବର୍ତ୍ତମାନ ନିର୍ମାତା ତାହା ଉପରୁ ପରଦା ଉଠାଇଛନ୍ତି ।

ସେପଟେ ଅମିତାଭ ବଚ୍ଚନଙ୍କୁ ପ୍ରଥମ ଥର ପାଇଁ ଏହି ଅନ୍ଦାଜରେ ଦେଖି ବଚ୍ଚନ ପରିବାର ସମେତ ଫ୍ୟାନ୍ସ ଫିଦା ହୋଇଛନ୍ତି । ପୁଅ ଅଭିଷେକ ବଚ୍ଚନ, ଝିଅ ଶ୍ୱେତା ବଚ୍ଚନ ଏବଂ ନାତୁଣୀ ନବ୍ୟା ନଭେଲି ନନ୍ଦା ନିଜ ଇନଷ୍ଟାଷ୍ଟୋରୀରେ ବିଗ ବିଙ୍କ ଏହି ଲୁକ ସେୟାର କରି ବେଶ ପ୍ରଶଂସା କରିଛନ୍ତି । ସେପଟେ ସେପଟେ ଫ୍ୟାନ୍ସ ମଧ୍ୟ ଅମିତାଭଙ୍କୁ ଏହି ରୂପରେ ଦେଖି ବେଶ ପସନ୍ଦ କରିଛନ୍ତି ଏବଂ ଫିଲ୍ମ ଦେଖିବାକୁ ବେଶ ଉତ୍ସାହିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'କଲ୍କି 2898AD'ରୁ ବିଗ ବିଙ୍କ ନୂଆ ପୋଷ୍ଟର ରିଲିଜ

ରିପୋର୍ଟ ଅନୁଯାୟୀ, ନାଗା ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ବଜେଟ ପ୍ରାୟ ୫୦୦କୋଟିରୁ ଅଧିକ ବୋଲି କୁହାଯାଉଛି । ଏହି ଫିଲ୍ମ ଚଳିତ ବର୍ଷ ଜାନୁଆରୀ ୧୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା । ପରେ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇଥିଲେ । ଫିଲ୍ମରେ ଚଳିତ ମେ' ମାସ ୯ରେ ପରଦାରେ ମୁକ୍ତିଲାଭ କରିବ । ସାରା ଭାରତରେ ଏବଂ ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.