ETV Bharat / entertainment

ବକ୍ସ ଅଫିସରେ 'କଲ୍କି' ଜଲୱା, ୧୬ ଦିନରେ ୧୦୦୦ କୋଟି କ୍ଲବରେ ସାମିଲ - Kalki 2898 AD Box Office Collection

author img

By ETV Bharat Odisha Team

Published : Jul 14, 2024, 1:22 PM IST

Kalki 2898 AD Box Office Collection Day 16: ବକ୍ସ ଅଫିସରେ 'କଲ୍କି ୨୮୯୮AD' ଧୂଆଁଧାର ପ୍ରଦର୍ଶନ କରିଛି । ଲୋକଙ୍କୁ ଏହି ଫିଲ୍ମ ବେଶ ଆକୃଷ୍ଟ କରିଛି । ଫିଲ୍ମ ୧୬ ଦିନ ମଧ୍ୟରେ ବିଶ୍ୱରେ ୧୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ଅଧିକ ପଢନ୍ତୁ

ବକ୍ସ ଅଫିସରେ 'କଲ୍କି' ଜଲୱା, ୧୬ ଦିନରେ ବିଶ୍ୱରେ ୧୦୦୦ କୋଟି କ୍ଲବରେ ହେଲା ସାମିଲ
ବକ୍ସ ଅଫିସରେ 'କଲ୍କି' ଜଲୱା, ୧୬ ଦିନରେ ବିଶ୍ୱରେ ୧୦୦୦ କୋଟି କ୍ଲବରେ ହେଲା ସାମିଲ (ETV Bharat Odisha)

ହାଇଦ୍ରାବାଦ: ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'କଲ୍କି 2898 AD' । ଫିଲ୍ମ ରିଲିଜ ହେବା ଦିନ ଠାରୁ ଭଲ ପ୍ରଦର୍ଶନ କରୁଛି । ଯାହାଫଳରେ ଥିଏଟରକୁ ଛୁଟୁଛି ଦର୍ଶକଙ୍କ ସୁଅ । ପ୍ରଥମ ଦିନରୁ ଫିଲ୍ମ ବମ୍ପର କଲେକ୍ସନ କରିଥିବା ବେଳେ ୧୬ ଦିନ ପରେ ବି ଫିଲ୍ମର କମିନି କ୍ରେଜ । ଏହିପରି ଫିଲ୍ମ ଏବେ ସାରା ବିଶ୍ୱରେ ୧୦୦୦ କୋଟି ପାର୍ କରି ରେକର୍ଡ ସୃଷ୍ଟି କରିଛି । ଏନେଇ ନିର୍ମାତା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

'କଲ୍କି' ବିଶ୍ୱ ବକ୍ସ ଅଫିସ କଲେକ୍ସନ

ଫିଲ୍ମରେ ପ୍ରଭାସଙ୍କ ଅଭିନୟ ଏବଂ ଅମିତାଭ ବଚ୍ଚନଙ୍କ 'ଅଶ୍ୱତ୍ଥାମା' ଚରିତ୍ର ଲୋକଙ୍କ ବେଶ ଆକୃଷ୍ଟ କରିଛି । ଏହା ବ୍ୟତୀତ ଦୀପିକା ପାଦୁକୋନଙ୍କ ଗର୍ଭାବସ୍ଥାରେ ଅଭିନୟ ମଧ୍ୟ ଲୋକଙ୍କ ହୃଦୟ ଜିତିଛି । ଏହିପରି ସାରା ବିଶ୍ୱରେ ଫିଲ୍ମ ତେଲୁଗୁ, ତାମିଲ, ହିନ୍ଦୀ, ମଲାୟାଲମ, କନ୍ନଡ ଭାଷାରେ ରିଲିଜ ହୋଇଥିବାବେଳେ ପରଦାରେ ରାଜ୍ କରିଛି ଫିଲ୍ମ । ତେବେ ରିଲିଜର ୧୬ ଦିନ ମଧ୍ୟରେ ବିଶ୍ୱ ବକ୍ସ ଅଫିସରେ ୧୦୦୦ କୋଟି ପାର୍ କରି ସଫଳତା ହାସଲ କରିଛି ।

'କଲ୍କି' ଭାରତୀୟ ବକ୍ସ ଅଫିସ କଲେକ୍ସନ

ସାକ୍ନିଲ୍କଙ୍କ ଅନୁଯାୟୀ, 'କଲ୍କି 2898 AD' ୧୬ତମ ଦିନରେ ଭାରତୀୟ ବକ୍ସ ଅଫିସରେ ୫.୨ କୋଟି ଟଙ୍କା ଆୟ କରିଛି । ଏହାସହ 'କଲ୍କି 2898 AD' ଚଳଚ୍ଚିତ୍ରର ମୋଟ ଭାରତୀୟ ବକ୍ସ ଅଫିସରେ ୫୪୮ କୋଟିରେ ପହଞ୍ଚିଛି । ଶନିବାର ଦିନ ଏହି ଫିଲ୍ମ ୫୫୦ କୋଟି ଟଙ୍କା ମାର୍କ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଏଥିସହ ଫିଲ୍ମ ଖୁବଶୀଘ୍ର ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ରେକର୍ଡ ଭାଙ୍ଗିବ । କାରଣ 'ଆନିମଲ' ମୋଟ ୫୫୩ କୋଟି ଘରୋଇ କଲେକ୍ସନ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାବାସୀଙ୍କୁ ମୁର୍ଖ କହିଦେଲେ ମୁକେଶ ! ସୋସିଆଲ୍ ମିଡିଆରେ ହେଲେ ଟ୍ରୋଲ

'କଲ୍କି 2898 AD' ଫିଲ୍ମର କାହାଣୀ ଏବଂ ଷ୍ଟାରକାଷ୍ଟ

'କଲ୍କି 2898 AD' ହେଉଛି ଏକ ସାଇ-ଫାଇ ଚଳଚ୍ଚିତ୍ର, ଯାହା ଭାରତୀୟ ଦର୍ଶକଙ୍କୁ ଏକ ନୂତନ ଅନୁଭୂତି ଦେଉଛି । 'କଲ୍କି 2898 AD'ରେ ମହାଭାରତର ଆଧୁନିକ ଯୁଗର କାହାଣୀ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରଟି 6,000 ବର୍ଷର କାହାଣୀ ଉପରେ ଆଧାରିତ । ଯାହା ମହାଭାରତରୁ ଆରମ୍ଭ ହୋଇ 2898 ମସିହାରେ ଶେଷ ହୁଏ । ତେଣୁ ଟାଇଟଲ୍, 'କଲ୍କି 2898 AD' ରଖିଛନ୍ତି ନିର୍ମାତା । ଏଥିରେ ପୁରାଣର ମିଶ୍ରଣ ସହ ବିଜ୍ଞାନ ସମ୍ୱନ୍ଧୀୟ ପ୍ରସଙ୍ଗ ମଧ୍ୟ ଦର୍ଶାଯାଇଛି । କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ସଲମାନ ଦୁଲେକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.