ETV Bharat / entertainment

ମନଜିତିଲା ପ୍ରଭାସଙ୍କ ଫିଲ୍ମ 'କଲ୍କି'; ପ୍ରଥମ ଦିନରେ ବମ୍ପର ଓପନିଂ ସହ କଲା ନୂଆ ରେକର୍ଡ - KALKI 2898 AD BOX OFFICE COLLECTION

author img

By ETV Bharat Odisha Team

Published : Jun 28, 2024, 10:20 AM IST

Kalki 2898 AD Box Office Day 1: ପରଦାରେ ଧମାକା କଲା ପ୍ରଭାସଙ୍କ ଫିଲ୍ମ 'କଲ୍କି 2898 AD' । ପ୍ରଥମ ଦିନରେ ଲୋକଙ୍କ ମନ ଜିତିବା ସହ ଏହି ଫିଲ୍ମ ବିଶ୍ୱ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ଫିଲ୍ମ ଓପନିଂ ଦିନରେ କେତେ କଲେକ୍ସନ କରିଛି ? ଜାଣନ୍ତୁ...

ମନ ଜିତିଲା ପ୍ରଭାସଙ୍କ ଫିଲ୍ମ 'କଲ୍କି'; ପ୍ରଥମ ଦିନରେ ବମ୍ପର ଓପନିଂ ସହ କଲା ନୂଆ ରେକର୍ଡ
ମନ ଜିତିଲା ପ୍ରଭାସଙ୍କ ଫିଲ୍ମ 'କଲ୍କି'; ପ୍ରଥମ ଦିନରେ ବମ୍ପର ଓପନିଂ ସହ କଲା ନୂଆ ରେକର୍ଡ (Kalki 2898 AD X handle)

ହାଇଦ୍ରାବାଦ: ଜବରଦସ୍ତ ପ୍ରମୋସନ ପରେ ନାଗା ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ୍ ଚଳଚ୍ଚିତ୍ର 'କଲ୍କି 2898 AD' ଗୁରୁବାର, ଜୁନ୍ ୨୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ପ୍ରଥମ ଦିନରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଥିବା ବେଳେ ଥିଏଟରରେ ପ୍ରବଳ ବିଡ଼ ଜମିଥିଲା । ସେପଟେ ଫିଲ୍ମ ମଧ୍ୟ ଦର୍ଶକ ମନ ଜିତିବାରେ ସଫଳ ହୋଇଛି । ଏହି କ୍ରମରେ ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରି ବିଶ୍ୱ ବକ୍ସ ଅଫିସରେ ବମ୍ପର କଲେକ୍ସନ ସହ ଅନେକ ରେକର୍ଡ ଭାଙ୍ଗିଛି।

ପ୍ରଥମ ଦିନରେ 'କଲ୍କି 2898 AD' କେତେ କଲେକ୍ସନ କଲା ?

'କଲ୍କି' ରିଲିଜ୍ ହେବାର ପ୍ରଥମ ଦିନରେ ଇତିହାସ ସୃଷ୍ଟି କରିଛି ଏବଂ ଓପନିଂ ଦିନରେ ବମ୍ପର କଲେକ୍ସନ ସହ ଅନେକ ଚଳଚ୍ଚିତ୍ରକୁ ପଛରେ ପକାଇଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'କଲ୍କି 2898 AD' ରିଲିଜ୍ ହେବାର ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସରେ ୯୫ କୋଟି ଟଙ୍କା ସହ ଓପନିଂ କରି ରେକର୍ଡ ଭାଙ୍ଗିଛି । 'କଲ୍କି 2898 AD' ଭାରତୀୟ ବକ୍ସ ଅଫିସରେ ତେଲୁଗୁରେ ସର୍ବାଧିକ 64.5 କୋଟି ଟଙ୍କା କଲେକ୍ସନ କରିଥିବା ବେଳେ ହିନ୍ଦୀ ସଂସ୍କରଣରେ ଫିଲ୍ମର ପ୍ରଥମ ଦିନ ସଂଗ୍ରହ ୨୪ କୋଟି ଆୟ କରିଛି । ସେହିପରି ତାମିଲରେ ଏହି ଫିଲ୍ମ ୪ କୋଟି ଟଙ୍କା, ମାଲାୟାଲମରେ ୨.୨ କୋଟି ଟଙ୍କା ବ୍ୟବସାୟ କରିଛି । କନ୍ନଡରେ ଚଳଚ୍ଚିତ୍ରର ସଂଗ୍ରହ ସର୍ବନିମ୍ନ ୩୦ ଲକ୍ଷ ଟଙ୍କା ଆୟ କରିଛି । ତେବେ ଖୁବଶୀଘ୍ର ୧୦୦ କୋଟି କ୍ଲବରେ ସାମିଲ ହେବ ଫିଲ୍ମ ।

ଭାରତରେ 'କଲ୍କି' ସହ ନିଜ ଫିଲ୍ମର ରେକର୍ଡ ଭାଙ୍ଗିଲେ ପ୍ରଭାସ

'କଲ୍କି 2898 AD' ପ୍ରଥମ ଦିନରେ ୯୫ କୋଟି ଟଙ୍କା ରୋଜଗାର କରି ଅନେକ ଚଳଚ୍ଚିତ୍ରକୁ ପଛରେ ପକାଇଛି । ପ୍ରଭାସ ନିଜ ପୂର୍ବ ଫିଲ୍ମ 'ସାଲାର', 'ସାହୋ' ଏବଂ 'ଆଦିପୁରୁଷ'ର ରେକର୍ଡ ଭାଙ୍ଗିଛନ୍ତି । ସାଲାର (90.7 କୋଟି), ସାହୋ (89 କୋଟି) ଏବଂ ଆଦିପୁରୁଷ (86.75 କୋଟି) ଆୟ କରିଥିବା ବେଳେ ବର୍ତ୍ତମାନ କଲ୍କି ୯୫ କୋଟି ଆୟ କରି ରେକର୍ଡ ଭାଙ୍ଗିଛନ୍ତି । କିନ୍ତୁ ଏହି ଚଳଚ୍ଚିତ୍ରଟି RRR, ବାହୁବଳୀ ଏବଂ କେଜିଏଫର ଓପନିଂ କଲେକ୍ସନ ରେକର୍ଡ ଭାଙ୍ଗିପାରିଲା ନାହିଁ ।

ପ୍ରଥମ ଦିନରେ ଭାରତରେ ସର୍ବାଧିକ ଓପନିଂ ଚଳଚ୍ଚିତ୍ର

  • ଆରଆରଆର ପ୍ରଥମ ଦିନ କଲେକ୍ସନ - 133 କୋଟି
  • ବାହୁବଲୀ 2 ପ୍ରଥମ ଦିନ କଲେକ୍ସନ- 121 କୋଟି ଟଙ୍କା
  • କେଜିଏଫ 2 ପ୍ରଥମ ଦିନ କଲେକ୍ସନ- 116 କୋଟି ଟଙ୍କା
  • ସାଲାର ପ୍ରଥମ ଦିନ କଲେକ୍ସନ- 90.7 କୋଟି ଟଙ୍କା
  • ସାହୋ ପ୍ରଥମ ଦିନ କଲେକ୍ସନ- 89 କୋଟି ଟଙ୍କା
  • ଆଦିପୁରୁଷ ପ୍ରଥମ ଦିନ କଲେକ୍ସନ- 86.75 କୋଟି ଟଙ୍କା

'କଲ୍କି 2898 AD' ବିଶ୍ୱ ବକ୍ସ ଅଫିସ କଲେକ୍ସନ

ରିପୋର୍ଟ ଅନୁଯାୟୀ, ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସମସ୍ତ ଭାଷାରେ ଭାରତରେ ପ୍ରାୟ ୯୫ କୋଟି ଟଙ୍କା ଆୟ କରିଥିବାବେଳେ ଏହାର ମୋଟ ସଂଗ୍ରହ ପ୍ରାୟ ୧୧୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ସାରା ବିଶ୍ୱରେ ୧୮୦ କୋଟିରୁ ଅଧିକ ଟଙ୍କା କଲେକ୍ସନ କରିଥିବା ଜଣାପଡିଛି । ଏହି କଲେକ୍ସନ ସହ ବିଶ୍ୱରେ ମଧ୍ୟ କଲ୍ଲି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ଆରଆରଆର ଏବଂ ବାହୁବଲୀ 2କୁ ଛାଡି ଏହା କେଜିଏଫ ୨, ସାଲାର, ଲିଓ, ସାହୋ, ଜବାନକୁ ପଛରେ ପକାଇଛି ।

ପ୍ରଥମ ଦିନରେ ବିଶ୍ୱରେ ସର୍ବାଧିକ ଓପନିଂ ଚଳଚ୍ଚିତ୍ର

  • ଆରଆରଆର ପ୍ରଥମ ଦିନ ବିଶ୍ୱ ବକ୍ସ ଅଫିସ କଲେକ୍ସନ- 223 କୋଟି
  • ବାହୁବଲୀ 2 ପ୍ରଥମ ଦିନ ବିଶ୍ୱ ବକ୍ସ ଅଫିସ କଲେକ୍ସନ- 217 କୋଟି
  • କେଜିଏଫ୍ 2 ପ୍ରଥମ ଦିନ ବିଶ୍ୱ ବକ୍ସ ଅଫିସ କଲେକ୍ସନ -159 କୋଟି ଟଙ୍କା
  • ସାଲାର ପ୍ରଥମ ଦିନବିଶ୍ୱ ବକ୍ସ ଅଫିସ କଲେକ୍ସନ -158 କୋଟି ଟଙ୍କା
  • ଲିଓ ପ୍ରଥମ ଦିନ ବିଶ୍ୱ ବକ୍ସ ଅଫିସ କଲେକ୍ସନ- 142.75 କୋଟି ଟଙ୍କା
  • ସାହୋ ପ୍ରଥମ ଦିନ ବିଶ୍ୱ ବକ୍ସ ଅଫିସ କଲେକ୍ସନ- 130 କୋଟି ଟଙ୍କା
  • ଜବାନ ପ୍ରଥମ ଦିନ ବିଶ୍ୱ ବକ୍ସ ଅଫିସ କଲେକ୍ସନ- 129 କୋଟି ଟଙ୍କା
  • 'କଲ୍କି 2898 AD' ବିଶ୍ୱ ବକ୍ସ ଅଫିସ କଲେକ୍ସନ- 180 କୋଟିରୁ ଅଧିକ ଟଙ୍କା

ଏହା ମଧ୍ୟ ପଢନ୍ତୁ: ଏକ୍ସରେ 'କଲ୍କି' ଝଡ଼; ଫିଲ୍ମକୁ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଲେ ୟୁଜର୍ସ, କହିଲେ 'ହଲିଉଡକୁ ଦେଇଛି ଟକ୍କର'

'କଲ୍କି 2898AD' ଷ୍ଟାରକାଷ୍ଟ

କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ସଲମାନ ଦୁଲେକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.