ETV Bharat / entertainment

ପ୍ରଭାସଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ବିଗ ବି, ଜାଣନ୍ତୁ କାରଣ - Big B Apologises to Prabhas Fans

author img

By ETV Bharat Odisha Team

Published : Jun 24, 2024, 12:39 PM IST

Amitabh Bachchan Apologises to Prabhas Fans: ପରଦାରେ ରିଲିଜ ହେବାକୁ ଯାଉଛି ମଲ୍ଟି ଷ୍ଟାରର ଫିଲ୍ମ 'କଲ୍କି 2898 AD' । ଫିଲ୍ମ ରିଲିଜକୁ ଆଉ କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନ ଅମିତାଭ ବଚ୍ଚନ ଏକ ଇଭେଣ୍ଟରେ ସହ-ତାରକା ପ୍ରଭାସଙ୍କ ଫ୍ୟାନ୍ସଙ୍କ ନିକଟରେ କ୍ଷମା ମାଗିଛନ୍ତି । ତେବେ ସେ କାହିଁକି କ୍ଷମା ମାଗିଛନ୍ତି ? ଜାଣନ୍ତୁ,

ପ୍ରଭାସଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ବିଗ ବି, ଜାଣନ୍ତୁ କାରଣ
ପ୍ରଭାସଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ବିଗ ବି, ଜାଣନ୍ତୁ କାରଣ (ETV Bharat Odisha)

ହାଇଦ୍ରାବାଦ: ଜୁନ ୨୭ରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି 2898AD' । ଏହି ଫିଲ୍ମରେ ଏହି ଫିଲ୍ମଟି ମଲ୍ଟି ଷ୍ଟାରର ଫିଲ୍ମ ହୋଇଥିବା ବେଳେ ଏଥିରେ ସାଉଥ ସୁପରଷ୍ଟାର ପ୍ରଭାସ, କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିବ । ୮୧ବର୍ଷୀୟ ଅମିତାଭ ବଚ୍ଚନ ଫିଲ୍ମରେ ଅଶ୍ୱତ୍ଥାମା ଭୂମିକାରେ ନଜର ଆସିବାକୁ ଥିବା ବେଳେ ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଅଭିନେତାଙ୍କୁ ବହୁତ ପ୍ରଶଂସା ମିଳୁଛି । ନିକଟରେ ଅମିତାଭ ବଚ୍ଚନ, ପ୍ରଭାସ, ଦୀପିକା ପାଦୁକୋନ ଏବଂ କମଲ ହାସନ, ନିର୍ମାତା ପ୍ରିୟଙ୍କା ଦତ୍ତ ଏବଂ ସ୍ୱପ୍ନା ଦତ୍ତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କ ଚଳଚ୍ଚିତ୍ର ସହ ଜଡିତ ଆକର୍ଷଣୀୟ ତଥ୍ୟ ସେୟାର କରିଛନ୍ତି । ଏହି ସମୟରେ ବିଗ ବି ତାଙ୍କ କୋ-ଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଅମିତାଭ ବଚ୍ଚନ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ମାଗିଲେ କ୍ଷମା

ଏହି ସମୟରେ ଅମିତାଭ ବଚ୍ଚନ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିଛନ୍ତି । ବିଗ୍ ବି କହିଛନ୍ତି, "ଯେତେବେଳେ ନାଗି ମୋ ସହ କଥା ହେବାକୁ ଆସିଥିଲେ, ସେତେବେଳେ ସେ କେବଳ ଗୋଟିଏ ଫଟୋ ଆଣିଥିଲେ । ଯେଉଁଥିରେ ମୋ ଚରିତ୍ର କିପରି ଦେଖାଯିବ ଏବଂ ପ୍ରଭାସ କିପରି ଦେଖାଯିବେ ତାହା ଦର୍ଶାଯାଇଥିଲା । ମୁଁ ଜଣେ ବଡ ବ୍ୟକ୍ତି ଯିଏ 'ଦ ପ୍ରଭାସ'କୁ ଧକ୍କା ମାରୁଛି । ଏଣୁ ପ୍ରଭାସଙ୍କ ସମସ୍ତ ପ୍ରଶଂସକଙ୍କୁ ଦୟାକରି ମୋତେ କ୍ଷମା କରନ୍ତୁ ।" ଅମିତାଭ ବଚ୍ଚନ ଆହୁରି କହିଛନ୍ତି, "ମୁଁ ହାତ ଯୋଡ଼ି କ୍ଷମା ମାଗୁଛି । ମୁଁ କ'ଣ କରୁଛି ଦେଖିବା ପରେ ମୋତେ ମାରିବ ନାହିଁ ।" ଏହା ପରେ ପ୍ରଭାସ କହିଛନ୍ତି ଯେ ସେ ଆପଣଙ୍କ ପ୍ରଶଂସକ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କଲ୍କି ୨୮୯୮AD ପ୍ରିରିଲିଜ ଇଭେଣ୍ଟ; ବେବି ବମ୍ପ ଲୁକରେ ନଜର ଆସିଲେ ଦୀପିକା, ଫିଲ୍ମର ପ୍ରଥମ ଟିକେଟ କିଣିଲେ ବିଗ ବି

ସୂଚନା ଥାଉ କି, ଏହି ଫିଲ୍ମ ୨୭ ଜୁନରେ ମୁକ୍ତିଲାଭ କରିବାକୁ ଯାଉଛି । କଲ୍କି 2898ADର ନିର୍ଦ୍ଦେଶନା ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.