ETV Bharat / entertainment

ଦୁନିଆକୁ ଅଲବିଦା କହିଲେ ଟାଇଟାନିକ ନିର୍ମାତା ଜନ ଲ୍ୟାଣ୍ଡୋ - JON LANDAU PASSES AWAY

Jon Landau Passes Away: ହଲିଉଡର ଜଣାଶୁଣା ନିର୍ମାତା ଜନ୍ ଲ୍ୟାଣ୍ଡୋଙ୍କ ପରଲୋକ । ସେ ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଟାଇଟାନିକ୍ ଏବଂ ଅବତାର ଭଳି ଲୋକପ୍ରିୟ ହଲିଉଡ ଚଳଚ୍ଚିତ୍ର ନିର୍ମାଣ ପାଇଁ ବେଶ ଜଣାଶୁଣା ଥିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 7, 2024, 11:13 AM IST

ଆରପାରିରେ ଟାଇଟାନିକ ନିର୍ମାତା ଜନ ଲ୍ୟାଣ୍ଡୋ
ଆରପାରିରେ ଟାଇଟାନିକ ନିର୍ମାତା ଜନ ଲ୍ୟାଣ୍ଡୋ (Avatar X handle)

ହାଇଦ୍ରାବାଦ: ମନୋରଞ୍ଜନ ଜଗତକୁ ଝଟକା । ଆଉ ନାହାନ୍ତି ହଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ଜନ ଲ୍ୟାଣ୍ଡୋ । ମୃତ୍ୟୁବେଳକୁ ତାଙ୍କୁ 63 ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ତାଙ୍କ ପୁଅ ଜାମି ଲ୍ୟାଣ୍ଡୋ ସୂଚନା ଦେଇଛନ୍ତି । ସେ ଲୋକପ୍ରିୟ ବ୍ଲକବ୍ଲଷ୍ଟର ହଲିଉଡ ଫିଲ୍ମ ଟାଇଟାନିକ ଏବଂ ଅବତାର ପରି ଓସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାଣ କରି ବେଶ ପ୍ରସିଦ୍ଧ ହୋଇଥିଲେ । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତାଙ୍କ ଆକସ୍ମିକ ମୃତ୍ୟୁରେ ହଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଟାଇଟାନିକ୍ ଏବଂ ଅବତାର ଫିଲ୍ମର ଟିମ ନିର୍ମାତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଜନ ଲ୍ୟାଣ୍ଡୋଙ୍କ କ୍ୟାରିଅର

ଜନ ଲ୍ୟାଣ୍ଡୋ ୧୯୮୦ରେ ପ୍ରଡକ୍ସନ୍ ମ୍ୟାନେଜର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କର କଠିନ ପରିଶ୍ରମ ସହ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢିଥିଲେ । ପରେ ସେ ଟାଇଟାନିକ୍ ଉପରେ ନିର୍ଦ୍ଦେଶକ ଜେମ୍ସ କ୍ୟାମେରନଙ୍କ ହାଇ ବଜେଟ୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଜେମ୍ସ କ୍ୟାମେରନ୍ ଏବଂ ଜନ୍ ଲ୍ୟାଣ୍ଡଙ୍କ ଚଳଚ୍ଚିତ୍ର ମୋଟ ୧୧ଟି ଓସ୍କାର ପୁରସ୍କାର ଲାଭ କରିଥିଲା ​ । ଏହି ଯୋଡି ଏପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ଶ୍ରେଷ୍ଠ ୪ଟି ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ତିନୋଟି ନିର୍ମାଣ ମଧ୍ୟ କରିଛନ୍ତି । ଟାଇଟାନିକ୍ ବ୍ୟତୀତ 2009 ଚଳଚ୍ଚିତ୍ର ଅବତାର ଏହି ତାଲିକାରେ ଏକ ନମ୍ବରରେ ଥିବାବେଳେ 2022 ସିକ୍ୱେଲ୍ ଅବତାର: ଦ ୱେ ଅଫ୍ ୱାଟର୍ ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ ୧୦୦ ମିଲିୟନ୍ ଡଲାରରୁ ଅଧିକ ଆୟ କରିଥିବା ଟାଇଟାନିକ୍ ହେଉଛି ପ୍ରଥମ ଚଳଚ୍ଚିତ୍ର ।

ଏହା ମଧ୍ୟ ପଢନ୍ତୁ: ଦୁନିଆକୁ ଅଲବିଦା କହିଲେ ଫିଲ୍ମ ନିର୍ମାତା କୁମାର ସାହାନି

ଜନ ଲ୍ୟାଣ୍ଡୋଙ୍କ ପରିବାର ବିଷୟରେ କହିବାକୁ ଗଲେ, ଜୁଲାଇ ୨୩, ୧୯୬୦ ରେ ନ୍ୟୁୟର୍କରେ ଜନ୍ମ ହୋଇଥିବା ଲ୍ୟାଣ୍ଡୋ ଚଳଚ୍ଚିତ୍ର ନିର୍ମାତା ଏଲି ଏବଂ ଏଡି ଲ୍ୟାଣ୍ଡୋଙ୍କ ପୁତ୍ର । ୧୯୭୦ରେ ପରିବାର ଲସ ଏଞ୍ଜେଲସକୁ ପଳାଇଥିଲେ । ୧୯୯୩ରେ ଜନଙ୍କ ମାଆ ଏଲି ଲ୍ୟାଣ୍ଡୋଙ୍କ ଦେହାନ୍ତ ହୋଇଥିଲା । ଜନଙ୍କ ବାପା ତଥା ଲଙ୍ଗ୍ ଡେ’ର ଜର୍ନି ଇନଟୁ ନାଇଟ୍, ହପସ୍କୋଚ ଏବଂ ଦ ଡେଡଲି ଗେମ୍ ଭଳି ଚଳଚ୍ଚିତ୍ରର ଓସ୍କାର ମନୋନୀତ ନିର୍ମାତା ଏଡି ଲ୍ୟାଣ୍ଡୋ ୨୦୨୨ରେ ଦେହାନ୍ତ ହୋଇଥିଲା । ଜନ ଲ୍ୟାଣ୍ଡୋଙ୍କ ଦୁଇ ଭଉଣୀ ଏବଂ ଗୋଟିଏ ଭାଇ ରହିଛନ୍ତି । ବ୍ରଡୱେ ନିର୍ଦ୍ଦେଶକ ଟିନା ଲ୍ୟାଣ୍ଡୋ, ସିମ୍ଫୋନୀ ସ୍ପେସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ୟାଥି ଲ୍ୟାଣ୍ଡୋ ଏବଂ ଷ୍ଟାର୍ ଟ୍ରେକ୍ ନିର୍ଦ୍ଦେଶକ ଲେସ୍ ଲ୍ୟାଣ୍ଡୋଙ୍କ ଭାଇ ଥିଲେ ଜନ । ସେହିପରି ନିର୍ମାତା ତାଙ୍କ ପତ୍ନୀ ଜୁଲିଙ୍କ ସହ ତାଙ୍କ ପୁଅ ଜାମି ଏବଂ ଯୋଡି ବଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.