ETV Bharat / entertainment

ମୋ ଆଖିକୁ ଆଉ କିଛି ଦେଖାଯାଉନି; ଏମିତି ଦୁଃଖ ବଖାଣିଥିଲେ, ଏବେ ସୁସ୍ଥ ହୋଇ କାମକୁ ଫେରିଲେ - Jasmin Bhasin Cornea Damage

author img

By ETV Bharat Odisha Team

Published : Jul 24, 2024, 10:44 AM IST

Jasmin Bhasin Cornea Damage: ଲେନ୍ସ ପିନ୍ଧିବା ଟିଭି ଅଭିନେତ୍ରୀ ଜସ୍ମିନ ଭାସିନଙ୍କୁ ପଡିଲା ମହଙ୍ଗା । ଦୃଷ୍ଟିଶକ୍ତି ହରାଇଥିଲେ ଅଭିନେତ୍ରୀ । ବର୍ତ୍ତମାନ ସୁସ୍ଥ ହୋଇ କାମକୁ ଫେରିଲେ ଅଭିନେତ୍ରୀ ଜସ୍ମିନ ଭାସିନ । ଅଧିକ ପଢନ୍ତୁ,

ସୁସ୍ଥ ହୋଇ କାମକୁ ଫେରିଲେ ଜସ୍ମିନ ଭାସିନ, ଏହି କାରଣରୁ ହରାଇଥିଲେ ଦୃଷ୍ଟିଶକ୍ତି
ସୁସ୍ଥ ହୋଇ କାମକୁ ଫେରିଲେ ଜସ୍ମିନ ଭାସିନ, ଏହି କାରଣରୁ ହରାଇଥିଲେ ଦୃଷ୍ଟିଶକ୍ତି (ANI, INSTGRAM)

ହାଇଦ୍ରାବାଦ: ସୁସ୍ଥ ହୋଇ କାମକୁ ଫେରିଛନ୍ତି ଟିଭି ଅଭିନେତ୍ରୀ ଜସ୍ମିନ ଭାସିନ । ସୂଚନା ଅନୁସାରେ, ନିକଟରେ ଏକ ଇଭେଣ୍ଟରେ ଯୋଗଦେବାବେଳେ ଅଭିନେତ୍ରୀ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଯାହା ପରେ ସେ ହଠାତ୍ ଦୃଷ୍ଟି ଶକ୍ତି ହରାଇଥିଲେ । ଜସ୍ମିନଙ୍କ କର୍ଣ୍ଣିଆ ନଷ୍ଟ ହୋଇଯାଇଥିଲା, ଯେଉଁଥିପାଇଁ ତାଙ୍କୁ ଆଖି ଅସ୍ତ୍ରୋପଚାର କରିବାକୁ ପଡିଥିଲା । ଏଥିସହ ଜସ୍ମିନ ଭାସିନଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ଆଖି ବ୍ୟାଣ୍ଡେଜ୍ କରିଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିବା ବେଳେ ସେ ସୁସ୍ଥ ହୋଇ କାମକୁ ଫେରିଥିବା କହିଛନ୍ତି ।

ଏୟାରପୋର୍ଟରେ ନଜର ଆସିଲେ ଜସ୍ମିନ-

ଜସ୍ମିନ ଭାସିନଙ୍କ ବିମାନବନ୍ଦରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଭିନେତ୍ରୀ ହସୁଥିବା ନଜର ଆସିଛନ୍ତି । ଭିଡିଓରେ, ଜସ୍ମିନ୍ ଗୋଲାପୀ ଏବଂ ଧୂସର ରଙ୍ଗର ପୋଷାକରେ ଦେଖିବାକୁ ମିଳିଛି । ଏହି ସମୟରେ, ପାପାରାଜି ତାଙ୍କୁ ତାଙ୍କ ସୁସ୍ଥତା ବିଷୟରେ ପଚାରିଥିଲେ । ସେତେବେଳେ ସେ ତାଙ୍କ ଚଷମା ବାହାର କପରି ଆଖିର ଝଲକ ଦେଖାଇଲେ ଏବଂ କହିଥିଲେ ଯେ ସେଗୁଡ଼ିକ ପୂର୍ବ ଅପେକ୍ଷା ଭଲ ଅଛନ୍ତି । ଏହି ଭିଡିଓ ଦେଖି ଫ୍ୟାନ୍ସ ପ୍ରତିକ୍ରିୟା ଦେଇ ତାଙ୍କ ସୁସ୍ଥତା କାମନା ସହ ଭଗବାନଙ୍କ ଆଶୀର୍ବାଦ ରହୁ ବୋଲି କହିଛନ୍ତି ।

କେଉଁ କାରଣରୁ ଦୃଷ୍ଟିଶକ୍ତି ହରାଇଥିଲେ ଜସ୍ମିନ

ସୂଚନା ଅନୁସାରେ, ଆଖିରେ ଲେନ୍ସ ପିନ୍ଧିବା ହେତୁ ତାଙ୍କ କର୍ଣ୍ଣିଆ ନଷ୍ଟ ହୋଇଯାଇଥିଲା, ପରେ ଅଭିନେତ୍ରୀଙ୍କ ହଠାତ୍ ଦେଖିବା ବନ୍ଦ ହୋଇଥିଲା । ଜୁଲାଇ ୧୭ ରେ, ଜସ୍ମିନ ନୂଆଦିଲ୍ଲୀର ଏକ ଇଭେଣ୍ଟକୁ ଯାଇଥିଲେ। ଇଭେଣ୍ଟ ସମୟରେ ସେ ତାଙ୍କ ଆଖିରେ ଲେନ୍ସ ପିନ୍ଧିବା ପରେ ସମସ୍ୟା ହୋଇଥିଲା । ସେ କହିଥିଲେ, 'ଲେନ୍ସରେ ଅସୁବିଧା କ’ଣ ମୁଁ ଜାଣେ ନାହିଁ। ମୁଁ ଧୀରେ ଧୀରେ ମୋ ଆଖିରେ ଯନ୍ତ୍ରଣା ଆରମ୍ଭ କଲି । ପରେ ଏହି ଯନ୍ତ୍ରଣା ବଢିଗଲା । ଘଟଣା ପରେ ମୁଁ ଡାକ୍ତରଙ୍କ ପାଖକୁ ଯାଇଥିଲି, ଯେଉଁଠାରେ ସେ ମୋତେ କହିଥିଲେ ଯେ ମୋ ଆଖିର କର୍ଣ୍ଣିଆ ନଷ୍ଟ ହୋଇଯାଇଛି । ତାଙ୍କୁ ଆଖି ଅସ୍ତ୍ରୋପଚାର କରିବାକୁ ପଡିଥିଲା । ସୁସ୍ଥତା ପାଇଁ ୪ ରୁ ୫ ଦିନ ଲାଗିବ ବୋଲି ଡାକ୍ତର କହିଥିଲେ । ବର୍ତ୍ତମାନ, ଜସ୍ମିନ୍ ଭଲ ଅଛନ୍ତି ଏବଂ କାମକୁ ଫେରିଛନ୍ତି ।

ଜସ୍ମିନ ଭାସିନ କିଏ ?

ଜସ୍ମିନ୍ ଭାସିନ୍ ଜଣେ ଜଣାଶୁଣା ଅଭିନେତ୍ରୀ । ସେ 'ଡାବର ଗୁଲାବରୀ' ଠାରୁ ଆରମ୍ଭ କରି 'ହିମାଳୟ ନିମ୍ ଫେସ୍ ୱାଶ୍' ଏବଂ 'ୱିସର୍ ସାନିଟାରୀ ପ୍ୟାଡ୍' ପର୍ଯ୍ୟନ୍ତ ବିଜ୍ଞାପନରେ ନଜର ଆସିଛନ୍ତି । ଏହା ବ୍ୟତୀତ ତାଙ୍କୁ ଅନେକ ମ୍ୟୁଜିକ୍ ଆଲବମରେ ମଧ୍ୟ ଦେଖିବାକୁ ମିଳିଛି । ଜସ୍ମିନ୍ ଭାସିନ୍ ୨୦୧୧ ରେ ତାମିଲ ଚଳଚ୍ଚିତ୍ର 'ୱାନମ୍' ସହିତ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ଡେବ୍ୟୁ ଚଳଚ୍ଚିତ୍ର ଏକ ହିଟ୍ ବୋଲି ପ୍ରମାଣିତ ହୋଇଥିଲା । 'ୱାନମ୍' ପରେ ଜସ୍ମିନ୍ ଭାସିନ୍ ଅନେକ ତେଲୁଗୁ, ତାମିଲ ଏବଂ ମାଲାୟାଲମ୍ ଭାଷା ଚଳଚ୍ଚିତ୍ରରେ କାମ କରିଥିଲେ ।

ତାମିଲ ଚଳଚ୍ଚିତ୍ର ପରେ ଜସ୍ମିନଙ୍କୁ ପ୍ରଥମେ ହିନ୍ଦୀ ଟିଭି ଶୋ 'ଟଶନ-ଏ-ଇଶ୍କ'ରେ ଦେଖିବାକୁ ମିଳିଥିଲା । ଏହା ହେଉଛି ତାଙ୍କର ଟିଭି ଡେବ୍ୟୁ ସୋ । ଏହି ଶୋ ପାଇଁ ଶ୍ରେଷ୍ଠ ଡେବ୍ୟୁ ମହିଳା ଭାବେ ଜସ୍ମିନଙ୍କୁ ଗୋଲ୍ଡେନ ଆୱାର୍ଡ ପ୍ରଦାନ କରାଯାଇଥିଲା । ୨୦୧୭ ମସିହାରେ, ଜସ୍ମିନ୍ ସିଦ୍ଧାର୍ଥ ଶୁକ୍ଲା ଏବଂ ରଶ୍ମୀ ଦେଶାଇ ଷ୍ଟାରର୍ ସୋ 'ଦିଲ୍ ସେ ଦିଲ୍ ତକ୍'ରେ ନଜର ଆସିଥିଲେ । ଏହି ଶୋ' ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା, ଯାହା ପରେ ସେ ୨୦୧୯ ରେ ସିରିଏଲ 'ଦିଲ୍ ତୋ ହାପି ହେ ଜି' ଏବଂ 'ନାଗିନ୍ 4' ଭଳି ଅନେକ ଲୋକପ୍ରିୟ ଶୋ’ରେ କାମ କରିଛନ୍ତି । ଏହି ଶୋ' ତାଙ୍କୁ ପ୍ରତ୍ୟେକ ଘରେ ପରିଚିତ କରାଇଲା ଏବଂ ଆଜି ସେ ଟେଲିଭିଜନର ଏକ ବଡ ଚେହେରା ପାଲଟିଛନ୍ତି ।

ଏହା ପରେ ଜସ୍ମିନଙ୍କୁ ବିଗ୍ ବସ୍ ୧୪ ରେ ଅଲି ଗୋନିଙ୍କ ସହ ଦେଖିବାକୁ ମିଳିଥିଲା ​​ଏବଂ ଏହି ସମୟରେ ଉଭୟ ଡେଟିଂ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । ପରେ ଉଭୟ ନିଜ ସମ୍ପର୍କକୁ ସୁନିଶ୍ଚିତ କରିଥିଲେ ଏବଂ ବିବାହ କରିଥିଲେ । ଜସ୍ମିନ ଖୁବ୍ ଶୀଘ୍ର ଫିଲ୍ମ 'ଅରଦାସ ସରବତ୍ ଦେ ଭଲେ ଦି'ରେ ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: 'ସୋନୁ ସୁଦ ଲେଖିବେ ନୂଆ ରାମାୟଣ', ଏମିତି କାହିଁକି କହିଲେ କଙ୍ଗନା...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.