ହାଇଦ୍ରାବାଦ: ମନୁଷ୍ୟ ମସ୍ତିଷ୍କରେ ଲାଗିଲା ବ୍ରେନ ଚିପ । ଏଲନ ମସ୍କଙ୍କ ବ୍ରେନ ଚିପ କମ୍ପାନୀ ନ୍ୟୁରୋଲିଙ୍କ ପ୍ରଥମ ଥର ପାଇଁ ମାନବ ମସ୍ତିଷ୍କରେ ବ୍ରେନ ଚିପ ଲଗାଇବାରେ ସଫଳ ହୋଇଛି । ଏଲନ ମସ୍କଙ୍କୁ ସମର୍ଥନ କରି ଏହି ଅଦମ୍ୟ ସଫଳତା ନେଇ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି ବଲିଉଡ କୁଇନ କଙ୍ଗନା ରାଣାୱତ ।
-
Satyug was primarily called so because of this technology/ability of communication without speaking, if we see this in our lifetime then it’s not impossible to imagine technology Devtas and Rishis and many other celestial beings use in our scriptures, because for most of these so… https://t.co/U6T2NbuQNn
— Kangana Ranaut (@KanganaTeam) January 30, 2024 " class="align-text-top noRightClick twitterSection" data="
">Satyug was primarily called so because of this technology/ability of communication without speaking, if we see this in our lifetime then it’s not impossible to imagine technology Devtas and Rishis and many other celestial beings use in our scriptures, because for most of these so… https://t.co/U6T2NbuQNn
— Kangana Ranaut (@KanganaTeam) January 30, 2024Satyug was primarily called so because of this technology/ability of communication without speaking, if we see this in our lifetime then it’s not impossible to imagine technology Devtas and Rishis and many other celestial beings use in our scriptures, because for most of these so… https://t.co/U6T2NbuQNn
— Kangana Ranaut (@KanganaTeam) January 30, 2024
ଏକ୍ସରେ ଏଲନ ମସ୍କଙ୍କ ପୋଷ୍ଟକୁ ରି-ପୋଷ୍ଟ କରିଛନ୍ତି କଙ୍ଗନା । ଏହାକୁ ସେୟାର କରି ସେ ଲେଖିଛନ୍ତି, ସତ୍ୟଯୁଗକୁ ମୁଖ୍ୟତଃ କଥା ନ ହୋଇ ଯୋଗାଯୋଗ କରିବା ଭଳି ପ୍ରଯୁକ୍ତିବିଦ୍ୟା କାରଣରୁ ମନେ ପକାଯାଇଥାଏ । ଯଦି ଏହାକୁ ଆମେ ଆମ ଜୀବନ କାଳରେ ଦେଖିବା ତେବେ ଦେବତା, ସାଧୁ ଏବଂ ଅନ୍ୟାନ୍ୟ ଗ୍ରନ୍ଥରେ ବ୍ୟବହାର କରୁଥିବା କୌଶଳ କଳ୍ପନା କରିବା ଅସମ୍ଭବ ନୁହେଁ। ଅନେକ ନାସ୍ତିକ ଲୋକମାନଙ୍କ ପାଇଁ ଏହା ବୁଝିବା ଚ୍ୟାଲେଞ୍ଜିଂ ଅଟେ । କାରଣ ସେମାନେ ଜାଣନ୍ତି ନାହିଁ କିମ୍ବା ଦେଖି ନାହାଁନ୍ତି । ସେମାନେ କୁହନ୍ତି ଯେ ଆମର ଶାସ୍ତ୍ରରେ ଯାହା ସବୁକିଛି ରହିଛି, ତାହା ସେମାନଙ୍କୁ ଭୁଲ ଲାଗିଥାଏ । ତେବେ ଏହା ଏବେ ଅଧିକ ଦୂର ନୁହେଁ।"
କହିରଖୁଛୁ କି, ବିଶ୍ବରେ ପ୍ରଥମ ଥର ପାଇଁ ଏହା ହୋଇଛି । ମନୁଷ୍ୟ ମସ୍ତିଷ୍କରେ ବ୍ରେନ୍ ଚିପ ଲଗାଇ ଇତିହାସ ରଚିଛନ୍ତି ଏଲନ ମସ୍କ । ଏନେଇ ଟ୍ବିଟ ଯୋଗେ ଟେସଲା ସିଇଓ ତଥା ଏକ୍ସ ମାଲିକ ଏଲନ ମସ୍କ ସୂଚନା ଦେଇଛନ୍ତି । ଚିପ୍ ସାହାଯ୍ୟରେ ସିଗନାଲ କମ୍ୟୁଟର କିମ୍ବା ଫୋନକୁ ଟ୍ରାନ୍ସମିଟ କରାଯାଇପାରେ । କେବଳ ଚିନ୍ତା ବା ଭାବନା ଦ୍ବାରା ଗ୍ୟାଜେଟକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଲନ ଏହା ମଧ୍ୟ କହିଛନ୍ତି ଯେ, "କେବଳ ଚିନ୍ତା କରିବା ଦ୍ବାରା ବ୍ୟକ୍ତି କମ୍ପ୍ୟୁଟର, ଫୋନ କିମ୍ବା ମାଧ୍ୟମରେ ଯେକୌଣସି ଉପକରଣରକୁ ନିୟନ୍ତ୍ରଣ କରିପାରିବେ । ଯେଉଁମାନେ ନିଜର ଅଙ୍ଗ ହରାଇଛନ୍ତି, ସେମାନେ ପ୍ରାଥମିକ ଉପଭୋକ୍ତା ହେବେ ।'
ଏହା ମଧ୍ୟ ପଢନ୍ତୁ: ବିଶ୍ବରେ ପ୍ରଥମ, ମନୁଷ୍ୟ ମସ୍ତିଷ୍କରେ ଲାଗିଲା ବ୍ରେନ୍ ଚିପ୍
କଙ୍ଗନାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କୁ ଶେଷ ଚଳଚ୍ଚିତ୍ର 'ତେଜସ୍'ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଭିନେତ୍ରୀଙ୍କୁ ଆଗାମୀ ଫିଲ୍ମ 'ଏମରଜେନ୍ସି' ରେ ଦେଖିବାକୁ ମିଳିବ, ଯାହାର ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଜୁନ ୧୪ରେ ରିଲିଜ ହେବ ।