ETV Bharat / entertainment

ଜମ୍ମୁରେ 'ଆର୍ଟିକିଲ ୩୭୦' ଫିଲ୍ମ ବିଷୟରେ କହିଲେ ମୋଦି, କୃତଜ୍ଞତା ଜଣାଇଲେ ୟାମୀ

author img

By ETV Bharat Odisha Team

Published : Feb 20, 2024, 5:45 PM IST

PM Modi Yami Gautam: ୟାମୀ ଗୌତମଙ୍କ ଆଗାମୀ ଚଳଚ୍ଚିତ୍ର 'ଆର୍ଟିକିଲ ୩୭୦' ଏହି ସପ୍ତାହରେ ରିଲିଜ ହେବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁରେ ଲୋକଙ୍କୁ ସମ୍ୱୋଧନ କରୁଥିବା ସମୟରେ ଏହି ଫିଲ୍ମ ବିଷୟରେ କଥାବାର୍ତ୍ତା କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଫିଲ୍ମର ଟିମ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଜମ୍ମୁରେ 'ଆର୍ଟିକିଲ ୩୭୦' ଫିଲ୍ମ ବିଷୟରେ କହିଲେ ମୋଦି, କୃତଜ୍ଞତା ଜଣାଇଲେ ୟାମୀ
ଜମ୍ମୁରେ 'ଆର୍ଟିକିଲ ୩୭୦' ଫିଲ୍ମ ବିଷୟରେ କହିଲେ ମୋଦି, କୃତଜ୍ଞତା ଜଣାଇଲେ ୟାମୀ

ହାଇଦ୍ରାବାଦ: 'ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍' ସହ ଧମାକା କରିଥିବା ଅଭିନେତ୍ରୀ ୟାମୀ ଗୌତମଙ୍କୁ ପୁଣି ଥରେ ଏହି ରାଜନୈତିକ ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିବ । ଆଜିକାଲି ୟାମୀ ଗୌତମ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଆର୍ଟିକିଲ ୩୭୦' ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ଚଳଚ୍ଚିତ୍ରଟି ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ ହଟାଇବା ଉପରେ ଆଧାରିତ । ଏହାରି ମଧ୍ୟରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁରେ ଲୋକଙ୍କୁ ସମ୍ୱୋଧନ କରୁଥିବା ସମୟରେ ଏହି ଫିଲ୍ମ ବିଷୟରେ କଥାବାର୍ତ୍ତା କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଫିଲ୍ମର ଟିମ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

  • " class="align-text-top noRightClick twitterSection" data="">

ପିଏମ ମୋଦୀ ଆଜି ଜମ୍ମୁ ଗସ୍ତ କରି ପ୍ରଧାନମନ୍ତ୍ରୀ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ସେ ଲୋକଙ୍କୁ ସମ୍ୱୋଧନ କରି ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ନେଇ ପ୍ରଶଂସା କରିଥିଲେ । ଏହି ସମୟରେ ସେ ଫିଲ୍ମ 'ଆର୍ଟିକିଲ ୩୭୦' ବିଷୟରେ ମଧ୍ୟ କହିଥିଲେ । ସେ କହିଛନ୍ତି ଯେ, ବର୍ତ୍ତମାନ ୩୭୦ରେ ଏକ ଫିଲ୍ମ ଆସିବାକୁ ଯାଉଛି । ଫିଲ୍ମଟି କ'ଣ ମୁଁ ଜାଣେ ନାହିଁ । ଗତକାଲି ମୁଁ ଟିଭିରେ ଫିଲ୍ମ ବିଷୟରେ ଦେଖିଲି । ଏହା ଭଲ ଯେ ଲୋକମାନେ ସଠିକ୍ ସୂଚନା ପାଇବେ । ମୁଁ ଭାବୁଛି ସାରା ଦେଶରେ ଆପଣମାନଙ୍କ ନାରା ଲାଗିବ ।

ମୋଦିଙ୍କ ଏହି ବକ୍ତବ୍ୟକୁ ସୋସିଆଲ ମିଡିଆରେ ସେୟାର କରି ବର୍ତ୍ତମାନ 'ଆର୍ଟିକିଲ ୩୭୦' ର ନିର୍ମାତା ଏବଂ ୟାମୀ ଗୌତମ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ୟାମି ଲେଖିଛନ୍ତି, 'ପ୍ରଧାନମନ୍ତ୍ରୀ 'ଆର୍ଟିକିଲ ୩୭୦' ବିଷୟରେ କଥାବାର୍ତ୍ତା କରିବା ଆମ ପାଇଁ ଏକ ସମ୍ମାନଠାରୁ କମ୍ ନୁହେଁ । ମୋର ଟିମ ଏବଂ ମୁଁ ପ୍ରକୃତରେ ଆଶା କରୁଛି ଯେ ଆମେ ପରଦାରେ ଆଣୁଥିବା ଏହି କାହାଣୀ ସହ ଆମେ ଆପଣଙ୍କ ଆଶାକୁ ଆଗକୁ ବଢାଇବୁ ।'

ଏହା ମଧ୍ୟ ପଢନ୍ତୁ: 'ଆର୍ଟିକିଲ ୩୭୦'ର ଦମଦାର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ଧାରା ଉଚ୍ଛେଦ ପରର କାଶ୍ମୀର ସ୍ଥିତି

'ଆର୍ଟିକିଲ ୩୭୦' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ ଭାରତୀୟ ଗୁଇନ୍ଦା ଅଧିକାରୀ ଭୂମିକାରେ ୟାମି ଗୌତମ ନଜର ଆସିଛନ୍ତି । ଏଥିସହ ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତ୍ରୀ ପ୍ରିୟା ମଣି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅରୁଣ ଗୋବିଲ, ବୈଭବ ତତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । 'ଆର୍ଟିକିଲ ୩୭୦' ଜ୍ୟୋତି ଦେଶପାଣ୍ଡେ, ଆଦିତ୍ୟ ଧର ଏବଂ ଲୋକେଶ ଧରଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜାମ୍ବଲେଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରଟି ଫେବୃଆରୀ ୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.