ହାଇଦ୍ରାବାଦ: ବଲିଉଡର 'ବାଦଶାହା' ଶାହାରୁଖ ଖାନଙ୍କୁ କିଏ ବା ନ ଜାଣେ.... ଭାରତ ସମେତ ସାରା ବିଶ୍ୱରେ କିଙ୍ଗ ଖାନଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି । ଏପରିକି ଶାହାରୁଖଙ୍କ ପ୍ରତ୍ୟେକ ଫିଲ୍ମ ଏବଂ ଗୀତ ଦେଖିବାକୁ ବି ଦିୱାନା ହୋଇଥାନ୍ତି । ଏହି ତାଲିକାରେ ଅନେକ ଫିଲ୍ମି ତାରକା ମଧ୍ୟ କିଙ୍ଗ ଖାନଙ୍କ ଫ୍ୟାନ୍ ରହିଛନ୍ତି । ନିକଟରେ ପ୍ରସିଦ୍ଧ ରେସଲର ତଥା ହଲିଉଡ ଅଭିନେତା ଜନ ସିନା ଶାହାରୁଖଙ୍କ ଫିଲ୍ମ ‘ଦିଲ ତୋ ପାଗଲ ହେ’ର ଲୋକପ୍ରିୟ ଗୀତ ‘ଭୋଲିସି ସୁରତ’ ଗାଉଥିବା ଏକ ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ଏବେ ଇସ୍ରାଇଲ ତାରକାଙ୍କ ଏକ ଭିଡ଼ ସାମ୍ନାକୁ ଆସିଛି । ଯେଉଁଥିରେ ଇସ୍ରାଏଲ୍ ଚଳଚ୍ଚିତ୍ର 'ଫୌଦା' ଫେମ ଅଭିନେତା ତସାହି ହଲେଭି ଅଭିନେତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ'ର ଲୋକପ୍ରିୟ ଗୀତ 'ତୁଝେ ଦେଖା ତ ଏ ଜାନା ସନମ' ଗୀତ ଗାଉଥିବାର ନଜର ଆସିଛନ୍ତି ।
ଇସ୍ରାଏଲର ଲୋକପ୍ରିୟ ଫିଲ୍ମ 'ଫୌଦା' ଏବଂ 'ଦ କୋପ୍ସ'ରେ ଅଭିନୟ କରିଥିବା ଅଭିନେତା ତସାହି ହାଲେଭି ଶାହାରୁଖ ଖାନଙ୍କ ଫିଲ୍ମର ଗୀତକୁ ଅତି ସୁନ୍ଦର ଭାବରେ ଗାଇଛନ୍ତି । ୨୮ ବର୍ଷ ପରେ ମଧ୍ୟ ଶାହାରୁଖ ଖାନ ଏବଂ କାଜୋଲଙ୍କ 'ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ' ଦର୍ଶକଙ୍କୁ ଭଲ ପାଆନ୍ତି । ଏହି ରୋମାଣ୍ଟିକ ଚଳଚ୍ଚିତ୍ରର ଗୀତ ଆଜି ବି ଦର୍ଶକମାନେ ପସନ୍ଦ କରନ୍ତି । ଏପରି ସ୍ଥିତିରେ ବର୍ତ୍ତମାନ ଏହି ଗୀତ ଗାଇ ତସାସି ହଲେଭି ଦର୍ଶକଙ୍କ ମନ ଜିତିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଥିବା ବେଳେ ଶାହାରୁଖଙ୍କ ଫ୍ୟାନ୍ସ ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଜନ ସିନା ଗାଇଲେ ‘ଭୋଲିସି ସୁରତ’, ଭିଡିଓ ଭାଇରାଲ ପରେ କିଙ୍ଗଖାନଙ୍କ ଫ୍ୟାନ୍ସ କଲେ ତାରିଫ
ସୂଚନା ଥାଉ କି, ଅଭିନେତା ତସାହି ହଲେଭି ୨୦୨୫ରେ ରିଲିଜ ହୋଇଥିବା ନେଟଫ୍ଲିକ୍ସ ହିବ୍ରୁ ସିରିଜ୍ 'ଫୌଦା' ପାଇଁ ଜଣାଶୁଣା । ଏହି ସିରିଜ୍ ପାଲେଷ୍ଟାଇନ ଏବଂ ଇସ୍ରାଏଲ୍ ବିବାଦ ଉପରେ ଆଧାରିତ, ଯାହା ଭାରତରେ ମଧ୍ୟ ପସନ୍ଦ କରାଯାଇଥିଲା । ଏଥିସହ ତାଙ୍କୁ ବଲିଉଡ ଫିଲ୍ମ 'ଅକେଲି'ରେ ଆତଙ୍କବାଦୀ ଭୂମିକାରେ ମଧ୍ୟ ଦେଖିବାକୁ ମିଳିଛି । ଏହା ପ୍ରଥମ ଘଟଣା ନୁହେଁ ଯେ ଜଣେ ଇସ୍ରାଏଲ୍ ଅଭିନେତା ହିନ୍ଦୀ ଗୀତ ଗାଇଛନ୍ତି । ଏହାପୂର୍ବରୁ 'ଅକେଲି' ଚଳଚ୍ଚିତ୍ରର ପ୍ରମୋସନ ସମୟରେ ଅଭିନେତା ହିନ୍ଦୀ ଗୀତ ଗାଇଥିଲେ । ଏଥିସହ ୨୦୨୨ ମସିହାରେ, ସେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀ ଆସିଥିଲେ ଏବଂ ଏଠାରେ ସେ ଭେଟେରାନ ହିନ୍ଦୀ ସିନେମା ଗାୟକ କିଶୋର କୁମାରଙ୍କ ଦ୍ୱାରା 'ତେରେ ଜେସା ୟାର କାହାଁ' ଗୀତ ଗାଇ ଭାରତୀୟମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।