ETV Bharat / entertainment

ଇଣ୍ଡୋନେସିଆରେ ଇରା-ନୂପୁରଙ୍କ ହନିମୁନ, ଫଟୋ ସେୟାର କଲେ ଦମ୍ପତି

Ira Khans Honeymoon: ଗତ ଜାନୁଆରୀରେ ଇରା ଖାନ ଏବଂ ନୂପୁର ଶିଖରଙ୍କ ସହ ବିବାହ କରିଥିଲେ । ବିବାହ ପରେ ହନିମୁନ ପାଇଁ ଇରା ଏବଂ ନୁପୁର ଇଣ୍ଡୋନେସିଆ ଯାଇଛନ୍ତି । ବର୍ତ୍ତମାନ ଉଭୟ ସୋସିଆଲ ମିଡିଆରେ ହନିମୁନର ଫଟୋ ସେୟାର କରିଛନ୍ତି ।

author img

By ETV Bharat Odisha Team

Published : Feb 4, 2024, 1:03 PM IST

ବିରୁଷ୍କାଙ୍କ ଘରକୁ ଆସିବେ ନୂଆ ଅତିଥି, ଡିଭିଲିୟର୍ସ କଲେ ଖୁଲାସା

ହାଇଦ୍ରାବାଦ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଏବଂ ତାଙ୍କ ପୂର୍ବପତ୍ନୀ ରୀନା ଦତ୍ତାଙ୍କ ଝିଅ ଇରା ଖାନ ପ୍ରେମିକ ନୂପୁର ଶିଖରେଙ୍କୁ ବିବାହ କରିଛନ୍ତି । ଜାନୁଆରୀ ୩ରେ ଏହି ଦମ୍ପତି କୋର୍ଟ ମ୍ୟାରେଜ କରିଥିବା ବେଳେ ଜାନୁଆରୀ ୧୦ରେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ । ବର୍ତ୍ତମାନ ଦମ୍ପତି ବିବାହର ଠିକ ଏକ ମାସ ପରେ ହନିମୁନ ପାଇଁ ଇଣ୍ଡୋନେସିଆ ଯାଇଛନ୍ତି । ବର୍ତ୍ତମାନ ଉଭୟ ସୋସିଆଲ ମିଡିଆରେ ହନିମୁନର ଫଟୋ ସେୟାର କରିଛନ୍ତି ।

ଇରା ନିଜ ଇନଷ୍ଟାଗ୍ରାମରେ ସ୍ବାମୀ ନୂପୁରଙ୍କ ସହ ହନିମୁନର ଅନେକ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଦମ୍ପତିଙ୍କୁ ସୁଇମିଂ ସୁଟରେ ଜଳଖିଆ ଖାଉଥିବା ନଜର ଆସିଛନ୍ତି । ୨ୟଟିରେ ନୂପୁର ବେଳାଭୂମିରେ ବ୍ୟାୟାମ କରୁଥିବା ନଜର ଆସିଛନ୍ତି । ଅନ୍ୟ ଫଟୋ ଗୁଡିକରେ ନୂପୁର ଏବଂ ଇରା ବେଳାଭୂମିରେ ସମୟକୁ ଉପଭାଗ କରୁଥିବା ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଇରା ଲେଖିଛନ୍ତି, 'ନୂପୁର ମୁଁ ତୁମକୁ ବହୁତ ଭଲ ପାଏ । ଏକ ମାସ ହେଉ, ଚାରି ବର୍ଷ, ପାଣି ଭିତରେ ହେଉ, ସକାଳ ୩ଟା ହେଉ, ଓଲଟା ହେଉ, ଏକ ସ୍କ୍ୱାଟ ହେଉ । ମୋ ଉପରେ କୌଣସି ପ୍ରଭାବ ପଡିବନାହିଁ । ମୁଁ ତୁମକୁ ସର୍ବଦା ଭଲପାଉଥିବି ।'

ଇରା ଖାନ ଏବଂ ନୂପୁର ଶିଖରେଙ୍କ ବିବାହ ବେଶ ଚର୍ଚ୍ଚାରେ ରହିତିଲା । ଏହି ଦମ୍ପତି ସାଧାରଣ ପ୍ରକ୍ରିୟାରେ ବିବାହ କରିଥିଲେ । ପ୍ରଥମେ ମୁମ୍ବାଇରେ ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ କୋର୍ଟ ମ୍ୟାରେଜ କରିଥିଲେ ଇରା-ନୂପୁର । ଏହି ସମୟରେ ନୂପୁର ହାପ ପ୍ୟାଣ୍ଟ-ବାନିଆନ ପିନ୍ଧି ଜଗିଂ କରି ମଣ୍ଡପରେ ପହଞ୍ଚିଥିଲେ । ଯାହା ବେଶ ଭାଇରାଲ ହୋଇଥିଲା । ପରେ ରାଜସ୍ଥାନର ଉଦୟପୁରରେ ଗ୍ରାଣ୍ଡ ସମାରୋହରେ ଉଭୟ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ । ଜାନୁଆରୀ ୧୩ରେ ମୁମ୍ବାଇରେ ଆମୀର ଖାନ ସେଲିବ୍ରିଟିଙ୍କ ପାଇଁ ଇରା-ନୂପୁରଙ୍କ ରିସେପସନ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଉଭୟଙ୍କ ପୁରା ପରିବାର ସହ ବଲିଉଡର ତମାମ ସେଲିବ୍ରିଟି ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: କୋର୍ଟ ମ୍ୟାରେଜ ପରେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ ଇରା-ନୂପୁର

ନୂପୁର ଶିଖରଙ୍କ ବିଷୟରେ କହିବାକୁ ଗଲେ ସେ ବୃତ୍ତିରେ ଜଣେ ଫିଟନେସ୍ କୋଚ୍‌ ଅଟନ୍ତି । ଇରା ପୂର୍ବରୁ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, ସେ ଫିଟନେସ୍ କୋଚ୍‌ ନୂପୁରଙ୍କୁ ଭେଟିଥିଲେ ଏବଂ ତାଙ୍କ ପ୍ରେମରେ ପଡିଥିଲେ । ୧୭ ବର୍ଷ ବୟସରେ ସେ ତାଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ । ପରେ ଦୁହିଁଙ୍କ ଭିତରେ ଧୀରେ ଧୀରେ ବନ୍ଧୁତା ଆରମ୍ଭ ହୋଇ ଡେଟିଂ କରିଥିଲେ । ଏକ ଖେଳ ଆୟୋଜନ ସମୟରେ ନୂପୁର ଇରାଙ୍କୁ ପ୍ରପୋଜ କରିଥିଲେ । ଯାହାପରେ ସେ ହଁ କରିବା ସହ ଉଭୟ ବିବାହ ପାଇଁ ମନସ୍ଥ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.