ETV Bharat / entertainment

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ; ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ହରିଦ୍ରା ଓ ଶ୍ରେଷ୍ଠ ଚଳଚିତ୍ର ଦମନ ଓ ପ୍ରତୀକ୍ଷା

ଓଡ଼ିଶାରେ ପ୍ରଥମଥର ଆୟୋଜିତ ହୋଇଛି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଓଡିଶାରୁ ୫ ସିନେମା ପୁରସ୍କୃତ ।

author img

By ETV Bharat Odisha Team

Published : 2 hours ago

INTERNATIONAL FILM FESTIVAL
INTERNATIONAL FILM FESTIVAL (ETV Bharat Odisha)

ଭୁବନେଶ୍ବର: ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୪ (ଓଡ଼ିଶା)ରେ ଶ୍ରେଷ୍ଠ ଚଳଚ୍ଚିତ୍ର ତେଲୁଗୁର ହରିଦ୍ରା, ଶ୍ରେଷ୍ଠ ୱେବ୍ ସିରିଜ୍ ଗ୍ୟାଙ୍ଗସ୍ ଅଫ ପୁରୀ , ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଦମନ-ପ୍ରତୀକ୍ଷା ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଗୋପାଳ ମେନନଙ୍କୁ ପୁରସ୍କୃତ କରାଯାଇଛି ।

ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ୨୦୨୪:

ଓଡ଼ିଶାରେ ପ୍ରଥମଥର ଆୟୋଜିତ ହୋଇଛି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ । ଭୁବନେଶ୍ବର ଜୟଦେବ ଭବନରେ ଇଣ୍ଡିଆନ ଫିଲ୍ମ ମେକର୍ସ ଆସୋସିଏସନ ଏହି ଫିଲ୍ମ ଫେଷ୍ଟିଭାଲ ଆୟୋଜିତ କରିଛି । ଯେଉଁଥିରେ ୨୦୦ରୁ ଉର୍ଦ୍ଧ୍ବ ଫିଲ୍ମକୁ ବିଭିନ୍ନ ବର୍ଗରେ ଇଣ୍ଟରନେଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ମିଳିଛି । ଆନ୍ଧ୍ର, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ,ବମ୍ବେ ଓ ତାମିଲନାଡୁ ପରେ ବର୍ତ୍ତମାନ ଓଡିଶା ଫିଲ୍ମ ଆସୋସିଏସନ ଏହି ଫେଷ୍ଟିଭାଲକୁ ଆୟୋଜନ କରିଛି ।

ଓଡିଶାରୁ ୫ ସିନେମାକୁ ପୁରସ୍କୃତ:

ଭାରତର ବିଭିନ୍ନ ଭାଷାଭାଷୀର କ୍ଷୁଦ୍ର ଡକୁମେଣ୍ଟ୍ରି ଓ ଫିଚର ଫିଲ୍ମକୁ ଭିନ୍ନ ଭିନ୍ନ କଟେଗୋରୀର ଫିଲ୍ମ ଆୱାର୍ଡ ଦିଆଯାଇଛି । ଭାରତରେ ସିନେମା ଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ଫିଲ୍ମର ବିକାଶ ଦିଗରେ ସହାୟକ ହେବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଭିନ୍ନ ଭିନ୍ନ ରାଜ୍ୟରେ ଏହି ଫିଲ୍ମ ଫେଷ୍ଟିଭାଲ ଆୟୋଜନ କରାଯାଉଛି । ଓଡିଶାରୁ ୫ ସିନେମାକୁ ପୁରସ୍କୃତ କରାଯାଇଛି । ଆଗାମୀ ଦିନରେ ଓଡ଼ିଶାରେ ପୁଣି ଥରେ ଏହି ଫେଷ୍ଟିଭାଲ କରିବାର ଆଶା ରଖିଛନ୍ତି ଆୟୋଜକ।

ପୁରସ୍କୃତ ହେଲା ଓଡ଼ିଆ ଚଳଚିତ୍ର ଦମନ-ପ୍ରତୀକ୍ଷା:

ଏହି ମହୋତ୍ସବରେ ବେଷ୍ଟ ଫିଚର ଫିଲ୍ମ ଭାବେ ତେଲୁଗୁ ଚଳଚିତ୍ର "ସରକାରୁ ନୌକରୀ", କ୍ଷୁଦ୍ର ଚଳଚିତ୍ର ବିଭାଗରେ ତେଲଗୁ ସିନେମା "ହରିଦ୍ରା", ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମାଲାଲାୟମ ଚଳଚିତ୍ର ନିର୍ଦ୍ଦେଶକ "ଇନ ଦି ଲାପ" ର ଗୋପାଳ ମେନନ, ଶ୍ରେଷ୍ଠ ପ୍ରଯୋଜକ ଭାବେ "ଚିତ୍ରଗୁପ୍ତଠୁଦୁ ଭିଆ ଭୋଲ୍ଲକାମ୍ ଟୁର୍" ର ଚଳଚିତ୍ରର ଦାଡ଼ି ଜନାର୍ଦନ ରାଓଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ବଙ୍ଗଳା ଭାଷାର "ପରିଜାୟୀ", ୨୦୨୨ ବର୍ଷର ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର ପ୍ରତୀକ୍ଷା ଓ ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର ଦମନକୁ ସମ୍ମାନିତ କରାଯାଇଥିବା ବେଳେ ଓଡ଼ିଆର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଭା ସିନେମାର ମୁଖ୍ୟ ନାୟିକା ସୋନା ମଲ୍ଲିକଙ୍କୁ ପୁରସ୍କୃତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ....ପୂଜା ବଜାରରେ ମୁକ୍ତିଲାଭ କଲା ଦୁଇ ଓଡ଼ିଆ ଚଳଚ୍ଚିତ୍ର, 'କର୍ମ' ଓ 'ଭିଲେନ' ମଧ୍ୟରେ କଡ଼ା ଟକ୍କର

ଏହା ମଧ୍ୟ ପଢନ୍ତୁ ....'ଦମନ'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର, ମିଥୁନଙ୍କୁ 'ଦାଦା ସାହେବ ଫାଲକେ' ଆୱାର୍ଡ

ଏହା ମଧ୍ୟ ପଢନ୍ତୁ ....ମିଥୁନ ଚକ୍ରବର୍ତ୍ତୀଙ୍କୁ ‘ଦାଦା ସାହେବ ଫାଲକେ’, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ଜଣାଇଲେ ଶୁଭେଚ୍ଛା - Mithun Chakraborty

"ଜାଗା ଆଖଡ଼ା" ବେଷ୍ଟ ଡକ୍ୟୁମେଣ୍ଟାରି ଫିଲ୍ମ :

ସେହିପରି ଶ୍ରେଷ୍ଠ ଓଡ଼ିଆ ପ୍ରଯୋଜକ ଭାବେ ଅତିସ କୁମାର ରାଉତଙ୍କୁ ସମ୍ମାନିତ କରାଯାଇଛି । ଶ୍ରେଷ୍ଠ ନାୟିକା ତେଲୁଗୁ ସନ୍ଧ୍ୟାରାଣୀ ରାଭୂପଲ୍ଲି ଚଳଚ୍ଚିତ୍ର "ପଦ୍ମଶ୍ରୀ"କୁ ପୁରସ୍କୃତ କରାଯାଇଛି । ବେଷ୍ଟ ଡକ୍ୟୁମେଣ୍ଟାରି ଫିଲ୍ମ ଭାବେ ଓଡ଼ିଆ ଚଳଚ୍ଚିତ୍ର "ଜାଗା ଆଖଡ଼ା", ଶ୍ରେଷ୍ଠ ୱେବ୍ ସିରିଜ ୨୦୨୨ ପାଇଁ "ଗାଙ୍ଗସ୍ ଅଫ ପୁରୀ",୨୦୨୩ ପାଇଁ ଚଳଚ୍ଚିତ୍ର "ବାରଙ୍ଗ ୧୯୯୯"କୁ ପୁରସ୍କୃତ କରାଯାଇଥିଲା ।ଆସନ୍ତା ବର୍ଷା ବି ଏହି ମହୋତ୍ସବ ଓଡ଼ିଶାରେ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.