ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି: 'ଇଣ୍ଡିଆନ୍ ୨'ରୁ ସିଦ୍ଧାର୍ଥଙ୍କ ପ୍ରଥମ ଲୁକ ଆଉଟ - Indian 2

author img

By ETV Bharat Odisha Team

Published : Apr 18, 2024, 7:54 AM IST

Indian 2 Makers wishes Birthday Siddharth: ଅଭିନେତା ସିର୍ଦ୍ଧାଥଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ନିର୍ମାତା । ଇଣ୍ଡିଆନ୍ ୨ରୁ ସାମ୍ନାକୁ ଆସିଲା ଅଭିନେତାଙ୍କ ପ୍ରଥମ ଲୁକ । ଅଧିକ ପଢନ୍ତୁ

Indian 2
Indian 2

ହାଇଦ୍ରାବାଦ: ସାଉଥ ଓ ବଲିଉଡ ଅଭିନେତା ସିଦ୍ଧାର୍ଥ ତାଙ୍କ ୪୫ତମ ଜନ୍ମଦିନ ପାଳନ କରିଛନ୍ତି । ସିଦ୍ଧାର୍ଥ ବଲିଉଡରେ ଅମୀର ଖାନଙ୍କ ଅଭିନୀତ ଫିଲ୍ମ ରଙ୍ଗ ଦେ ବସନ୍ତୀରୁ ଲୋକପ୍ରିୟତା ପାଇଥିଲେ । ତେବେ ନିକଟରେ ଏହି ଅଭିନେତା ବଲିଉଡ ଅଭିନେତ୍ରୀ ଅଦିତି ରାଓଙ୍କୁ ବିବାହ କରିଥିଲେ ଯାହାକୁ ନେଇ ସେ ବେଶ ଚର୍ଚ୍ଚାରେ ଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ତାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଏକ ଭେଟି ଦେଇଛନ୍ତି । ସାଉଥ ନିର୍ଦ୍ଦେଶକ ଏସ.ଶଙ୍କରଙ୍କ ନିର୍ଦ୍ଦେଶିତ ଓ ସାଉଥ ସୁପରଷ୍ଟାର କମଲ ହାସନଙ୍କ ଷ୍ଟାରର ଫିଲ୍ମ ଇଣ୍ଡିଆନ 2ରେ ଏଣ୍ଟ୍ରି ମାରିଛନ୍ତି ।

ଇଣ୍ଡିଆନ୍ ୨ର ନିର୍ମାତା ଲାଇକା ପ୍ରଡକ୍ସନ୍ସ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଭିନେତାଙ୍କ ପ୍ରଥମ ଲୁକ୍ ସେୟାର କରି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ପୋଷ୍ଟ ସେୟାର କରି ନିର୍ମାତା ଲେଖିଛନ୍ତି ଯେ, ଟିମ୍ ଇଣ୍ଡିଆନ୍ ତରଫରୁ ଅଭିନେତା ସିଦ୍ଧାର୍ଥଙ୍କୁ ଜନ୍ମଦିନର ଶୁଭେଚ୍ଛା, ଯାହାର ଅଭିନୟ ଓ ଚରିତ୍ର ଆଜି ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରୁଛି । ଫିଲ୍ମରେ ଅଭିନେତା ଚିତ୍ରା ବରଧନରଞ୍ଜନଙ୍କ ଭୂମିକାରେ ଅଭିନୟ କରିବେ ।

ଏହା ମଧ୍ୟ ପଢନ୍ତୁ-'ଇଣ୍ଡିଆନ୍ ୨'ରୁ ସାମ୍ନାକୁ ଆସିଲା କମଲ ହାସନଙ୍କ ସାନଦାର ଲୁକ

ସେହିପରି ମେଗାଷ୍ଟାର କମଲ ହାସନଙ୍କୁ 'ଇଣ୍ଡିଆନ୍ ୨'ରେ ସେନାପତି ଚରିତ୍ରରେ ଦେଖିବାକୁ ମିଳିବ । 1996ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଇଣ୍ଡିଆନ୍'ର ଏହା ସିକ୍ବେଲ ଅଟେ । ଏହି ଫିଲ୍ମ କମଲ ହାସନଙ୍କ କ୍ୟାରିୟରର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ରରେ ମନୀଷା କୋରେଲା ଏବଂ ଉର୍ମିଲା ମାତୋଣ୍ଡକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା । 'ଇଣ୍ଡିଆନ୍'ର 27 ବର୍ଷ ପରେ କମଲ ହାସନ' ଇଣ୍ଡିଆନ୍ ୨'ରେ ସହ ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି । କମଲଲ ହାସନଙ୍କ 'ଇଣ୍ଡିଆନ୍ ୨' ଉଦୟନିଧି ଷ୍ଟାଲିନ ଏବଂ ଏ ସୁବାସ୍କରନଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ନିର୍ଦ୍ଦେଶକ ଏସ୍ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ନୟନତାରା, ରକୁଲ ପ୍ରୀତ ସିଂ, କାଜଲ ଅଗ୍ରୱାଲ, ସିଦ୍ଧାର୍ଥ, ପ୍ରିୟା ଭବାନୀ ଶଙ୍କରଙ୍କ ସହ ଅନେକ ତାରକା ମୁଖ୍ୟ ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ରର ଗୀତଗୁଡ଼ିକ ଓସ୍କାର ପୁରସ୍କାର ବିଜେତା ସଂଗୀତକାର ଅନିରୁଦ୍ଧ ରବିଚାନ୍ଦଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.