ETV Bharat / entertainment

ଏହି ବଲିଉଡ ତାରକାଙ୍କ ଯୋଗୁଁ ବଦଳିଗଲା ଜନ ସିନାଙ୍କ ଜୀବନ, ଖୁଲାସା କଲେ WWE ଷ୍ଟାର...ଭାରତୀୟ ଖାଦ୍ୟକୁ ବି କଲେ ପ୍ରଶଂସା - John Cena On Shah Rukh Khan

author img

By ETV Bharat Odisha Team

Published : Aug 5, 2024, 1:37 PM IST

John Cena On Shah Rukh Khan: ଜନ ସିନା ମୁକେଶ ଅମ୍ବାନୀଙ୍କ ପୁତ୍ର ଅନନ୍ତ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଏହି ସମୟରେ ଅଭିନେତା ତଥା ରେସଲର ଜନ୍ ସିନା ଶାହରୁଖ ଖାନଙ୍କୁ ଭେଟିଥିବା ବେଳେ ବର୍ତ୍ତମାନ ସେ ସେହି ମୁହୁର୍ତ୍ତକୁ ମନେ ପକାଇ କିଛି ଅନୁଭୂତି ବଖାଣିଛନ୍ତି । ତାଙ୍କ ଜୀବନ ଖରାପ ପର୍ଯ୍ୟାୟରେ ଶାହାରୁଖ କିପରି ତାଙ୍କ ପାଇଁ ପ୍ରେରଣା ସାଜିଥିଲେ ସେ କହିଛନ୍ତି । ଅଧିକ ପଢନ୍ତୁ

ଏହି ବଲିଉଡ ତାରକାଙ୍କ ଯୋଗୁଁ ଜନ ସିନାଙ୍କ ବଦଳିଗଲା ଜୀବନ, ଖୁଲାସା କଲେ ରେସଲର୍
ଏହି ବଲିଉଡ ତାରକାଙ୍କ ଯୋଗୁଁ ଜନ ସିନାଙ୍କ ବଦଳିଗଲା ଜୀବନ, ଖୁଲାସା କଲେ ରେସଲର୍ (@JohnCena, 'X' Handle)

ହାଇଦ୍ରାବାଦ: ୧୬ ଥର WWE ଚାମ୍ପିଅନ୍ ତଥା ହଲିଉଡ୍ ତାରକା ଜନ ସିନା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଜ୍ୟାକପଟ୍'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ, ଭାରତୀୟ ସଂସ୍କୃତି ଏବଂ ରୋଷେଇ ବିଷୟରେ ନିଜ ଅନୁଭୂତି ବଖାଣିଛନ୍ତି । ଶାହରୁଖ ଖାନଙ୍କୁ ଭେଟିବା ପରେ ତାଙ୍କ ଜୀବନ କିପରି ବଦଳିଗଲା ବୋଲି ହଲିଉଡ ଅଭିନେତା ପ୍ରକାଶ କରିଛନ୍ତି ।

ଅନନ୍ତ ଅମ୍ୱାନୀଙ୍କ ବିବାହରେ ଭେଟିଥିଲେ ଶାହାରୁଖ-ଜନ ସିନା

ଜନ ସିନା ଏବଂ ଶାହାରୁଖ ଖାନ ଗତ ମାସରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ସାକ୍ଷାତ ହୋଇଥିଲେ । ଜନ ତାଙ୍କ ଏକ୍ସ (ଟ୍ୱିଟର) ହ୍ୟାଣ୍ଡେଲରେ କିଙ୍ଗ ଖାନଙ୍କ ସହ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ଉଭୟଙ୍କୁ ରାଜକୀୟ ଶୈଳୀରେ ଏକାଠି ନଜର ଆସିଥିଲେ । ଏହି ଫଟୋ ସେୟାର କରି ଜନ୍ ସିନା ଶାହାରୁଖଙ୍କ ଖୁବ ପ୍ରଶଂସା କରିଥିଲେ । ବର୍ତ୍ତମାନ ମିଡିଆ ସହ କଥାବାର୍ତ୍ତା କରି ଶାହରୁଖ ଖାନଙ୍କୁ ଭେଟିବା ପରେ ଜନ ସିନାଙ୍କ ଜୀବନ କିପରି ବଦଳିଗଲା ବୋଲି ତାହା ଅଭିନେତା ପ୍ରକାଶ କରିଛନ୍ତି । ଏହା ସହିତ ସେ ଭାରତୀୟ ଖାଦ୍ୟର ପ୍ରଶଂସା ମଧ୍ୟ କରିବାକୁ ଭୁଲି ନାହିଁନ୍ତି । କହିଛନ୍ତି ପୁଣି ଥରେ ଭାରତୀୟ ଖାଦ୍ୟ ଖାଇବି ।

''ଶାହାରୁଖଙ୍କ ଯୋଗୁଁ ମୋ ଜୀବନ ବଦଳିଗଲା''- ଜନ ସିନା

ଜନ ସିନା କହିଛନ୍ତି, ''ଶାହାରୁଖ ଖାନଙ୍କ ସହ ମିଶିବା ମୋ ପାଇଁ ଏକ ଭାବପ୍ରବଣ ମୁହୁର୍ତ୍ତ ଥିଲା । ଶାହାରୁଖଙ୍କ ଦ୍ୱାରା ମୁଁ ଅନୁପ୍ରାଣିତ । ଶାହାରୁଖ ଏକ TED କଥାବାର୍ତ୍ତା କରିଥିଲେ ଯାହା ତାଙ୍କ ଜୀବନରେ ଠିକ୍ ସମୟରେ ଆସିଥିଲା । ତାଙ୍କର ସେହି ଶବ୍ଦ ମୋତେ ପ୍ରେରଣା ଦେଇଥିଲା ଏବଂ ମୋ ଜୀବନରେ ଏକ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଥିଲା ।'' ଏଥିସହ ଜନ ଶାହାରୁଖଙ୍କ ସହ ହୋଇଥିବା ସାକ୍ଷାତକୁ ଆଶ୍ଚର୍ଯ୍ୟଜନକ ଏବଂ ଚତ୍ମକାର ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜନ ସିନା ଗାଇଲେ ‘ଭୋଲିସି ସୁରତ’, ଭିଡିଓ ଭାଇରାଲ ପରେ କିଙ୍ଗଖାନଙ୍କ ଫ୍ୟାନ୍ସ କଲେ ତାରିଫ

ଭାରତୀୟ ଖାଦ୍ୟର ପ୍ରଶଂସା କଲେ ଜନ ସିନା

ଏହା ସହ ଜନ ସିନା ମଧ୍ୟ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହରେ ଭାରତୀୟ ଖାଦ୍ୟର ସ୍ବାଦ ଚାଖିଥିଲେ ଏବଂ ବର୍ତ୍ତମାନ ସେ ଭାରତୀୟ ଖାଦ୍ୟର ପ୍ରଶଂସା ମଧ୍ୟ କରିଛନ୍ତି । ସେ କହିଛନ୍ତି, ''ଅମ୍ବାନୀ ବିବାହରେ ଭାରତୀୟ ଖାଦ୍ୟର ଉପଭୋଗ କରିଥିଲେ । ଖାଦ୍ୟ ଆଶ୍ଚର୍ଯ୍ୟଜନକ ଥିଲା । ମୁଁ ସେଠାରେ କିଛି ସମୟ ରହିଲି । ମୁଁ ପୁନର୍ବାର ସେଠାକୁ ଯାଇ ଆଉ କିଛି ଭାରତୀୟ ଖାଦ୍ୟ ଖାଇ ମଜା ନେଇଥିଲି । ମସଲା ସ୍ତର ମୋ ପାଇଁ ଭଲ ଥିଲା । ତେଣୁ ମୁଁ ଭାରତୀୟ ଖାଦ୍ୟ ଖାଇବାକୁ ଶୀଘ୍ର ଫେରି ଆସିବାକୁ ଅପେକ୍ଷା କରିଛି ଏବଂ ଉତ୍ସାହିତ ମଧ୍ୟ ରହିଛି ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.