ETV Bharat / entertainment

'ଶକ୍ତିମାନ' ସହ ଧମାକା କରିବେ ରଣଭୀର ସିଂ, ଏହି ଦିନ ସୁଟିଂ ଆରମ୍ଭ

Ranveer Singh 'Shaktimaan': ଅଭିନେତା ରଣଭୀର ସିଂଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ୯୦ ଦଶକର ଲୋକପ୍ରିୟ ସିରିଏଲ 'ଶକ୍ତିମାନ' ସହ ପରଦାରେ ଧମାକା କରିବାକୁ ଯାଉଛନ୍ତି ରଣଭୀର । ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ଏବଂ କେବେ ରିଲିଜ ହେବ? ଜାଣନ୍ତୁ ।

author img

By ETV Bharat Odisha Team

Published : Feb 16, 2024, 2:51 PM IST

Updated : Feb 16, 2024, 2:59 PM IST

Etv Bharat
Etv Bharat

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଅଭିନେତା ରଣଭୀର ସିଂ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ବର୍ତ୍ତମାନ 'ଡନ ୩' ଏବଂ 'ସିଂଘମ ଏଗେନ' ରେ ନଜର ଆସିବେ । ଏହା ବ୍ୟତୀତ ବର୍ତ୍ତମାନ ଫିଲ୍ମ 'ଶକ୍ତିମାନ' ସହ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ସେ ୯୦ ଦଶକର ଲୋକପ୍ରିୟ ସିରିଏଲ 'ଶକ୍ତିମାନ' ନେଇ ଫିଲ୍ମ ନିର୍ମାଣ ହେବାକୁ ଥିବା ବେଳେ ଏଥିରେ 'ଶକ୍ତିମାନ' ଭୂମିକାରେ ନଜର ଆସିବେ ରଣଭୀର ସିଂ ।

'ଶକ୍ତିମାନ' ଫିଲ୍ମକୁ କିଏ ନିର୍ଦ୍ଦେଶନା ଦେବେ?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣଭୀର ସିଂଙ୍କ 'ଶକ୍ତିମାନ' ସାଉଥ ଫିଲ୍ମ ନିର୍ଦ୍ଦେଶକ ବେସିଲ ଜୋସେଫ ନିର୍ଦ୍ଦେଶନା ଦେବେ । ବେସିଲ ମୀତ୍ରଲ ମୁରଲୀ (2021) ଏବଂ ଫ୍ୟାମିଲି (2023) ପରି ଚଳଚ୍ଚିତ୍ର ପାଇଁ ଜଣାଶୁଣା । କୁହାଯାଉଛି ଯେ ଏହି ଚଳଚ୍ଚିତ୍ରର ସୁଟିଂ ୨୦୨୫ ମସିହାରେ ଆରମ୍ଭ ହେବାକୁ ଥିବା ବେଳେ ଏହି ଫିଲ୍ମ ୨୦୨୬ରେ ରିଲିଜ ହେବ । ରଣଭୀର ଫିଲ୍ମ 'ଡନ ୩'ର ସୁଟିଂ ପରେ 'ଶକ୍ତିମାନ' ର ସୁଟିଂ ଆରମ୍ଭ କରିବେ ।

'ଶକ୍ତିମାନ' ସୁଟିଂ କେବେ ଆରମ୍ଭ ହେବ?

ସୂଚନା ଅନୁସାରେ, 'ସିଙ୍ଘମ ଏଗେନ' ୧୫ ଅଗଷ୍ଟ ୨୦୨୪ରେ ମୁକ୍ତିଲାଭ କରିବ । ଏହା ପରେ ରଣଭୀର ସିଂ ଫିଲ୍ମ 'ଡନ ୩' ପାଇଁ ସୁଟିଂ ଆରମ୍ଭ କରିବେ। ରଣଭୀର ସିଂଙ୍କ 'ଡନ ୩' ଭାରତ ତଥା ବିଦେଶରେ ସୁଟିଂ ହେବ। ସୁଟିଂ ୭ ମାସ ପର୍ଯ୍ୟନ୍ତ ଜାରି ରହିବ ଯାହା ମାର୍ଚ୍ଚ ୨୦୨୫ରେ ଶେଷ ହେବ ବୋଲି ଆଶା କରାଯାଉଛି । ଏହା ପରେ ରଣଭୀର ସିଂ ମେ ୨୦୨୫ରୁ 'ଶକ୍ତିମାନ'ର ସୁଟିଂ ଆରମ୍ଭ କରିବେ । ଗତ ତିନି ବର୍ଷ ଧରି 'ଶକ୍ତିମାନ' ଫିଲ୍ମର କାହାଣୀ ଉପରେ କାମ ଚାଲିଛି ଏବଂ ନିର୍ମାତାମାନେ ବର୍ତ୍ତମାନ ସ୍କ୍ରିପ୍ଟ ପ୍ରସ୍ତୁତ କରିସାରିଛନ୍ତି । ଏଥିସହ ସୋନି ପିକ୍ଚର୍ସ ଏବଂ ସାଜିଦ ନାଦିଆଡୱାଲା ନିର୍ମାତା ଭାବରେ ଏହି ଫିଲ୍ମ ସହ ଜଡିତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରଣଭୀରଙ୍କ ପ୍ରଥମ ଲୁକ୍ ଆଉଟ୍, ବଜରଙ୍ଗବାଲୀଙ୍କ ଭକ୍ତ ଭାବେ ଫେରିଲେ ସିମ୍ବା

ଏତିକି ବଜେଟରେ ନିର୍ମିତ ହେବ 'ଶକ୍ତିମାନ'

ଫିଲ୍ମ 'ଶକ୍ତିମାନ' ୨୦୦ରୁ ୩୦୦କୋଟି ଟଙ୍କା ବଜେଟରେ ନିର୍ମିତ ହେବ। ନିକଟରେ ମୁକେଶ ଖନ୍ନା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଫିଲ୍ମର ବଜେଟ ନେଇ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ, 'ଶକ୍ତିମାନ' ଟିଭି ଜଗତରେ ଏକ ପ୍ରସିଦ୍ଧ ଶୋ' ରହିଆସିଛି । ଯେଉଁଥିରେ ମୁକେଶ ଖନ୍ନା ସୁପରହିଟ୍ ଶକ୍ତିମ୍ୟାନ ଭୂମିକାରେ ସୁପରହିରୋ ଚରିତ୍ରରେ ଅଭିନୟ କରିଥିଲେ । ଏହି ଶୋ' ୧୯୯୭ରୁ ୨୦୦୫ପର୍ଯ୍ୟନ୍ତ ଦୂରଦର୍ଶନରେ ପ୍ରସାରିତ ହୋଇତିଲା । ଏହାକୁ ଛୋଟରୁ ବଡ ସମସ୍ତେ ବେଶ ପସନ୍ଦ କରିଥିଲେ । ଆଜି ବି ଲୋକେ ଏହାର ଦିୱାନା ଅଛନ୍ତି ।

Last Updated : Feb 16, 2024, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.