ETV Bharat / entertainment

‘କୁଲି’ ଟିମକୁ ଲିଗାଲ ନୋଟିସ; ପ୍ରତିକ୍ରିୟା ରଖିଲେ ରଜନୀକାନ୍ତ - Rajinikanth On Legal Threat - RAJINIKANTH ON LEGAL THREAT

Rajinikanth On Ilaiyaraaja Legal Threat: ସାଉଥର ଭେଟେରାନ୍ ସଂଗୀତକାର ଇଲାୟାରାଜା 'କୁଲି' ଟିମକୁ ଲିଗାଲ ନୋଟିସ୍ ପଠାଇଥିବା ମାମଲା । ପ୍ରତିକ୍ରିୟା ରଖିଲେ ରଜନୀକାନ୍ତ । ନିର୍ମାତାଙ୍କୁ ଏହାର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି ।

‘କୁଲି’ ଟିମକୁ ଲିଗାଲ ନୋଟିସ୍‌ ମାମଲା; ରଜନୀକାନ୍ତଙ୍କ ପ୍ରତିକ୍ରିୟା, ନିର୍ମାତା ଓ ସଙ୍ଗୀତକାର....
‘କୁଲି’ ଟିମକୁ ଲିଗାଲ ନୋଟିସ୍‌ ମାମଲା; ରଜନୀକାନ୍ତଙ୍କ ପ୍ରତିକ୍ରିୟା, ନିର୍ମାତା ଓ ସଙ୍ଗୀତକାର.... (Photo: Sun Pictures/Instagram)
author img

By ETV Bharat Odisha Team

Published : May 5, 2024, 5:49 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ 'କୁଲି' ଟିମକୁ ଇଲାୟାରାଜାଙ୍କ ଲିଗାଲ ନୋଟିସ୍ ମାମଲା । ପ୍ରତିକ୍ରିୟା ରଖିଛନ୍ତି ଅଭିନେତା । ସେ କହିଛନ୍ତି, ଏହା ନିର୍ମାତା ଏବଂ ସଙ୍ଗୀତକାରଙ୍କ ମଧ୍ୟରେ ଏକ ପ୍ରସଙ୍ଗ । ସେମାନେ ମିଶି ଏହାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସୂଚନା ଥାଉ କି, ତାଙ୍କ ବିନା ଅନୁମତିରେ ଫିଲ୍ମରେ ତାଙ୍କ ଗୀତ ବ୍ୟବହାର କରାଯାଇଥିବା ନେଇ ଭେଟେରାନ୍ ସଂଗୀତକାର ଇଲାୟାରାଜା 'କୁଲି' ଟିମକୁ ଏକ ଲିଗାଲ ନୋଟିସ୍ ପଠାଇଥିଲେ ।

  • " class="align-text-top noRightClick twitterSection" data="">

ସୂଚନା ଅନୁସାରେ, ନିକଟଟରେ 'କୁଲି' ଟିଜର ମୁକ୍ତିଲାଭ କରିଥିଲା । ରଜନୀକାନ୍ତଙ୍କ ସ୍ୱାଗ ଏବଂ ଆକ୍ସନରେ ଏହି ଟିଜରରେ ଦମଦାର ହୋଇଥିବା ବେଳେ ଏହାର ପୃଷ୍ଠଭୂମିରେ ବାଜୁଥିବା ସଙ୍ଗୀତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରିପୋର୍ଟ ଅନୁଯାୟୀ, କୁଲିର ଟିଜରରେ ଇଲାୟାରାଜାଙ୍କ ଗୀତ 'ୱା ୱା ପାଖମ ୱା'କୁ ରିକ୍ରିଏଟ କରିଛନ୍ତି । ଯାହାକୁ ନେଇ କପିରାଇଟ୍ ଅଭିଯୋଗରେ ଇଲାୟାରାଜା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୁଲି ଟିମକୁ ଲିଗାଲ ନୋଟିସ୍ ପଠାଇଛନ୍ତି । କପିରାଇଟ୍ ଆକ୍ଟ ୧୯୫୭ ଅନୁଯାୟୀ ଇଲାୟାରାଜା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଥିସହ ସହ ଇଲାୟାରାଜା ନିର୍ମାତାଙ୍କୁ ଧମକ ମଧ୍ୟ ଦେଇଛନ୍ତି ଯେ, ଯଦି ଫିଲ୍ମରୁ ସେ ଏହି ଗୀତ ନ ହଟାନ୍ତି ତେବେ ସେ ଫିଲ୍ମ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ସୂଚନା ଥାଉ କି, 'କୁଲି' ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ଅଟେ । ଏପ୍ରିଲ ୨୨ରେ ଫିଲ୍ମର ଟିଜର ରିଲିଜ କରି ଟାଇଟଲ ଉପରୁ ପରଦା ହଟାଇଥିଲେ ନିର୍ମାତା । ଟିଜରକୁ ଫ୍ୟାନ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହା ବିବାଦରେ ଛନ୍ଦି ହୋଇଛି ।

ଏହା ମଧ୍ୟ ପଢନ୍ତୁ: ୩୩ ବର୍ଷ ପରେ ରଜନୀକାନ୍ତଙ୍କ ସହ କାମ କଲେ ବିଗ-ବି, କହିଲେ ଜମାରୁ ବଦଳିନାହାନ୍ତି ଥାଲା

କହିରଖୁଛୁ କି, ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏବଂ ଲୋକେଶ କାନାଗରାଜଙ୍କ ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ । ଏହି ଫିଲ୍ମରେ ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରିବାକୁ ଯାଉଛନ୍ତି । ତେବେ ଏହି ଚଳଚ୍ଚିତ୍ରରେ ଏହି ସିନେମାରେ କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏଥିସହ ଅଭିନେତ୍ରୀ ମାଇକ ମୋହନ, ଶୋଭନାଙ୍କୁ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଥିସହ ଶାହରୁଖ ଖାନ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ ବୋଲି କୁହାଯାଉଛି । ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ଘୋଷଣା ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.